Business

ଇଂଟରନ୍ୟାସନାଲ୍ ଜେମୋଲୋଜିକାଲ୍ ଇନଷ୍ଟିଚ୍ୟୁଟ୍ (ଇଣ୍ଡିଆ) ଲିମିଟେଡ୍‌ର ୪୨୨୫ କୋଟି ଟଙ୍କାର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୪ ଡିସେମ୍ବର ୧୩, ଶୁକ୍ରବାର ଖୋଲିବ

ଭୁବନେଶ୍ୱର: ଇଂଟରନ୍ୟାସନାଲ୍ ଜେମୋଲୋଜିକାଲ୍ ଇନଷ୍ଟିଚ୍ୟୁଟ୍ (ଇଣ୍ଡିଆ) ଲିମିଟେଡ୍ ଏହାର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ)କୁ ୨୦୨୪ ଡିସେମ୍ବର ୧୩ ଶୁକ୍ରବାର ଖୋଲିବାକୁ ପ୍ରସ୍ତାବ ରଖିଛି। କମ୍ପାନି ୪୨୨୫ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରିବ ଓ ଅଫର ଫର ସେଲ୍‌ରେୂ ୨୭୫୦ କୋଟି ଟଙ୍କା ସଂଗ୍ରହ କରାଯିବ। ଏହି ଇସ୍ୟୁରେ ଇକ୍ୱିଟି ସେୟାର ପିଛା ଦାମ୍ ୩୯୭ ଟଙ୍କାରୁ ୪୧୭ ଟଙ୍କା ମଧ୍ୟରେ ରହିବ। ଯୋଗ୍ୟ କର୍ମଚାରୀମାନଙ୍କୁ ସେୟାର ପିଛା ୩୯.୭-୪୧.୭ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ।
ନିବେଶକମାନେ ସର୍ବନିମ୍ନ ୩୫ଟି ସେୟାରର ବିଡ୍ ଦାଖଲ କରିପାରିବେ ଓ ସେଥିରେ ୩୫ଟି ଲେଖାଏଁ ସେୟାର ଯୋଡ଼ିପାରିବେ। ୨୦୨୪ ଡିସେମ୍ବର ୧୭,ମଙ୍ଗଳବାର ଦିନ ଇସ୍ୟୁର ବିଡ୍ ବନ୍ଦ ହେବ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ପକ୍ଷରୁ ଆଇଜିଆଇ ବେଲଜିୟମ ଗ୍ରୁପ ଓ ଆଇଜିଆଇ ନେଦରଲ୍ୟାଣ୍ଡ୍‌ସ ଗ୍ରୁପ୍‌କୁ ଅଧଓିଗ୍ରହଣ କରିବା ଲାଗି ପାଣ୍ଠି ଭାବେ ୧୩୦୦ କୋଟି ଟଙ୍କା ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ। ଅଫର ଫର୍ ସେଲ୍‌ରେ ବିସିପି ଏସିଆ ୨ ଟପକୋ ପିଟିଇ ଲିମିଟେଡ୍ ତରଫରୁ ୨୭୫୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରାଯିବ।
ବ୍ଲାକଷ୍ଟୋନର ପ୍ରାଇଭେଟ୍ ଇକ୍ୱିଟି ଏସିଆ ମୁଖ୍ୟ ଅମିତ ଦୀକ୍ଷିତ କହିଛନ୍ତି ଯେ, “ଅଭିବୃଦ୍ଧିର ଏହି ପରବର୍ତୀ ଅଧ୍ୟାୟରେ ଆଇଜିଆଇକୁ ସମର୍ଥନ କରି ଆମେ ଅତ୍ୟନ୍ତ ଗର୍ବିତ। କମ୍ପାନିର ଉପସ୍ଥିତି ଏବଂ ଅଫରକୁ ବିସ୍ତାର କରିବା ଏବଂ ସାର୍ଟିଫିକେସନର ୱାନ୍‌-ଷ୍ଟପ୍ ପ୍ରଦାନକାରୀ ହେବାରେ ସାହାଯ୍ୟ କରିବା ଆମର ବ୍ୟବସାୟ ନିର୍ମାଣକାରୀ ପ୍ରୟାସର ଏହା ଏକ ନିରନ୍ତର ପଦକ୍ଷେପ। ଦୁଇ ବର୍ଷ ପୂର୍ବେ ଯେତେବେଳେ ଆମେ ପ୍ରଥମେ କମ୍ପାନୀରେ ନିବେଶ କରିଥିଲୁ ଆମେ ଜାଣିଥିଲୁ ଯେ ତେହମାସ୍ପଙ୍କ ନେତୃତ୍ୱରେ ସଠିକ୍ ସମ୍ବଳ ଏବଂ ଉପଲବ୍ଧତା ସହିତ ଏହାର ପ୍ରଚୁର ସମ୍ଭାବନା ରହିଛି। ଆମେ ପରିଚାଳନା ଟିମ୍ ସହ ସହଯୋଗିତା ଏବଂ ଆଇଜିଆଇରେ ବ୍ୟାପକ ପୁଞ୍ଜିନିବେଶ ଜାରି ରଖିବୁ ଏବଂ ଏହାର ବଜାର ଅଗ୍ରଣୀ ସ୍ଥାନକୁ ସୁଦୃଢ଼ କରିବୁ।’’
ଆଇଜିଆଇର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତେହମାସ୍ପ ପ୍ରିଂଟର କହିଛନ୍ତି ଯେ, “ଆଇଜିଆଇ ପାଇଁ ଏହା ଏକ ବଡ଼ ମାଇଲଖୁଂଟ। ଆରମ୍ଭରୁ ଆମର ଲକ୍ଷ୍ୟ ହେଉଛି ଏହି ବ୍ୟବସାୟକୁ ବିଶ୍ୱ ନେତୃତ୍ୱରେ ପରିଣତ କରିବା। ଆମେ ଭାରତରେ ପ୍ରଥମ ସ୍ଥାନାନ୍ତରକାରୀ ହୋଇଛୁ। ଅଭିବୃଦ୍ଧି ପାଇଁ ବିପୁଳ ସମ୍ଭାବନା ଥିବା ଏକ ଶିଳ୍ପରେ ଆମେ ଦୃଢ଼ ଦକ୍ଷତା ଏବଂ ଅଭିନବତା ପ୍ରଦର୍ଶନ କରିଛୁ। ଆମେ ବ୍ଲାକଷ୍ଟୋନଙ୍କ ସମର୍ଥନରେ ଏଠାକୁ ଆସିଛୁ ଏବଂ ଭାରତରେ ୫୦ ବର୍ଷ ପୁରୁଣା ଗ୍ଲୋବାଲ କମ୍ପାନୀକୁ ସାର୍ବଜନୀନ କରିବାକୁ ଉତ୍ସାହିତ।’’
ବ୍ଲାକଷ୍ଟୋନର ବରିଷ୍ଠ ପରିଚାଳନା ନିର୍ଦ୍ଦେଶକ ମୁକେଶ ମେହେଟ୍ଟା କହିଛନ୍ତି ଯେ, “ଆଇଜିଆଇ ପାଇଁ ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି ଏବଂ ଏହାଠାରୁ ଭଲ ସମୟରେ ଆସିପାରିନଥାନ୍ତା। ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ଆମେ ପରୀକ୍ଷାଗାରରେ ଉତ୍ପାଦିତ ହୀରାର ସାର୍ଟିଫିକେସନ୍‌ରେ ବିଶ୍ୱସ୍ତରୀୟ ଅଗ୍ରଣୀ ଏବଂ ଅନ୍ୟାନ୍ୟ ବିଭାଗରେ କ୍ରମାଗତ ପ୍ରତିଦ୍ୱନ୍ଦ୍ୱିତାଶୀଳ ଖେଳାଳି ଭାବରେ ଆଇଜିଆଇର ସ୍ଥିତିକୁ ସୁଦୃଢ଼ କରିବାରେ ସାହାଯ୍ୟ କରିଛୁ । ଆମେ ଆଇଜିଆଇରେ ସବୁଠାରୁ ବଡ଼ ଅଂଶଧନଧାରୀ ରହିଛୁ ଏବଂ ଏହାର ଅଭିବୃଦ୍ଧିର ପରବର୍ତୀ ପର୍ଯ୍ୟାୟରେ ଆଇଜିଆଇ ସହିତ ସହଯୋଗିତା ଜାରି ରଖିବାକୁ ଆନନ୍ଦିତ।’’
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କ ଲାଗି ସଂରକ୍ଷିତ ରଖାଯିବ । ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଆଙ୍କର ନିବେଶକଙ୍କୁ ଦିଆଯାଇପାରିବ । ସେଥିରୁ ଏକ ତୃତୀୟାଂଶ ଇକ୍ୱିଟି ସେୟାର ଘରୋଇ ମ୍ୟୁଚୁଆଲ ଫଣ୍ଡ ଲାଗି ସଂରକ୍ଷିତ ରହିବ। ନିଟ କ୍ୟୁଆଇବିର ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ମ୍ୟୁଚୁଆଲ ଫଣ୍ଡ ଲାଗି ରଖାଯିବ । ଯଦି ମ୍ୟୁଚୁଆଲ ଫଣ୍ଡର ହାରାହାରି ଭାଗ କ୍ୟୁଆଇବି ଭାଗର ୫ ପ୍ରତିଶତରୁ କମ ରହିବ ତେବେ ତାହାକୁ କ୍ୟୁଆଇବି ଭାଗରେ ଯୋଡ଼ାଯିବ। ନିଟ ଅଫରର ୧୫ ପ୍ରତିଶତ ରାଶିକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ । ସେଥିରୁ ୩୫ ପ୍ରତିଶତ ଇକ୍ୱିଟି ସେୟାର ଖୁଚୁରା ନିବେଶକମାନଙ୍କ ଲାଗି ରହିବ।
ଏହି ଅଫରର୍ ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, କୋଟକ୍ ମହିନ୍ଦ୍ରା କମ୍ପାନି ଲିମିଟେଡ୍‌, ମୋର୍ଗାନ୍ ଷ୍ଟାନ୍‌ଲି ଇଣ୍ଡିଆ କମ୍ପାନି ପ୍ରାଇଭେଟ୍ ଲିମିଟେଡ୍ ଓ ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଲିମିଟେଡ୍‌।

Share

Leave a Reply

Your email address will not be published. Required fields are marked *

11 + 6 =