Business

ଇଣ୍ଡିକ୍ୟୁବ୍ ସ୍ପେସେସ୍ ଲିମିଟେଡ୍ ପକ୍ଷରୁ ୮୫୦ କୋଟି ଟଙ୍କାର ଆଇପିଓ ପାଇଁ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜରିଆରେ ପାଣ୍ଠି ସଂଗ୍ରହ କରିବା ଲାଗି ଇଣ୍ଡିକ୍ୟୁବ୍ ସ୍ପେସେସ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି।
ଭେଂଚର କ୍ୟାପିଟାଲ୍ ସଂସ୍ଥା ୱେଷ୍ଟବ୍ରିଜ୍ କ୍ୟାପିଟାଲ୍ ଦ୍ୱାରା ସମର୍ଥିତ ଇଣ୍ଡିକ୍ୟୁବ୍‌ରେ ଆଶିଷ ଗୁପ୍ତା ନିବେଶ କରିଥିବା ବେଳେ କମ୍ପାନିର ଅଧ୍ୟକ୍ଷ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ସିଇଓ ଋଷି ଦାଶ ଓ ସିଓଓ ଭାବେ ମେଘନା ଅଗ୍ରୱାଲ୍ କାର୍ଯ୍ୟ କରୁଛନ୍ତି। ବେଙ୍ଗାଲୁରୁର ଏହି କମ୍ପାନି ନୂଆ ଇକ୍ୱିଟି ସେୟାର ଜାରି କରି ୭୫୦ କୋଟି ଟଙ୍କା ଏବଂ ଅଫର ଫର ସେଲ୍ ଜରିଆରେ ନିବେଶକମାନେ ସେୟାର ବିକ୍ରି କରି ୧୦୦ କୋଟି ଟଙ୍କା ହାସଲ କରିବ। କମ୍ପାନିର ପ୍ରତିଷ୍ଠାତା ରିଷି ଦାସ ଓ ମେଘନା ଅଗ୍ରୱାଲ୍ ନିଜ ଇକ୍ୱିଟି ସେୟାର ବିକ୍ରି କରିବେ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ ଇଣ୍ଡିକ୍ୟୁବ୍ ସ୍ପେସେସ୍ ଲିମିଟେଡ୍ ୪୬୨.୬ କୋଟି ଟଙ୍କାକୁ ନୂଆ କେନ୍ଦ୍ର ସ୍ଥାପନ କରିବାରେ କାର୍ଯ୍ୟକାରୀ ପୁଞ୍ଜି ଆକାରରେ, ୧୦୦ କୋଟି ଟଙ୍କାକୁ କମ୍ପାନିର ଋଣକୁ ଆଂଶିକ କିମ୍ବା ପୂର୍ଣ୍ଣ ପରିଶୋଧ କରିବା ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ।
୨୦୧୫ରେ ସ୍ଥାପନ ହୋଇଥିବା ଏହି କମ୍ପାନି ୧୩ଟି ସହରରେ ୧୦୩ କେନ୍ଦ୍ର ସ୍ଥାପନ କରାଯାଇଛି ଏବଂ ଏହାର ପରିଚାଳନା ଅଧୀନରେ ୭.୭୬ ନିୟୁତ ବର୍ଗଫୁଟ ଅଂଚଳ ରହିଛି। ଏହାର କ୍ଲାଏଂଟ୍‌ଙ୍କ ମଧ୍ୟରେ ଗ୍ଲୋବାଲ୍ କାପାବିଲିଟି ସେଂଟର ଓ ଭାରତୀୟ ସଂସ୍ଥା ରହିଛି।
ଆଇକ୍ୟୁବ୍‌ର କ୍ଲାଏଂଟ୍ ମଧ୍ୟରେ ଗ୍ଲୋବାଲ୍ କାପାବିଲିଟି ସେଂଟର, ଭାରତୀୟ କର୍ପୋରେଟ୍‌, ୟୁନିକର୍ଣ୍ଣ ଯଥା ମିନ୍ତ୍ରା, ଅପଗ୍ରାଡ୍‌, ଜିରୋଧା, ନୋ ବ୍ରୋକର, ରେଡ୍‌ବସ୍‌, ଜସ୍‌ପେ, ପରଫ୍ଲସ୍‌, ମୋଗ୍‌ଲିସ୍‌, ନିଞ୍ଜାକାର୍ଟ, ସିମେନ୍‌ସ, ନାରାୟଣ ହେଲ୍‌ଥ ରହିଛି। ଇଣ୍ଡିକ୍ୟୁବ୍ ଗ୍ରୋ ପକ୍ଷରୁ ଇଂଟେରିୟର, ପ୍ରଯୁକ୍ତି, ବ୍ୟବସ୍ଥା ପରିଚାଳନା ଓ ମୂଲ୍ୟଯୁକ୍ତ ସେବା ଜରିଆରେ ବ୍ୟାପକ କର୍ମକ୍ଷେତ୍ର ସମାଧାନ ପ୍ରଦାନ କରାଯାଉଛି। ଏହାର ବିଭିନ୍ନ ଭର୍ଟିକାଲ୍ ମଧ୍ୟରେ ରହିଛି ଇଣ୍ଡିକ୍ୟୁବ୍ ବିସ୍ପୋକ୍‌, ଇଣ୍ଡିକ୍ୟୁବ୍ ୱାନ୍‌, ଏମ୍‌ଆଇକ୍ୟୁବ୍ ଓ ଇଣ୍ଡିକ୍ୟୁବ୍ କର୍ଣ୍ଣରଷ୍ଟୋନ୍ ରହିଛି।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍ ଓ ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍‌। ଏହାର ଇକ୍ୱିଟି ସେୟାରକୁ ବିଏସ୍‌ଇ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ କରାଯିବ।

Share

Leave a Reply

Your email address will not be published. Required fields are marked *

4 × one =