Business

ଆଇଆଇଏଚ୍‌ଏମ୍‌ଆର୍ ଷ୍ଟାର୍ଟଅପ୍ ପକ୍ଷରୁ ବିଏମ୍‌ସିଏଚ୍‌ଆର୍‌ସି ଓ ଏଚ୍‌ସିଜି ହସ୍ପିଟାଲ୍ ସହ ଏମ୍‌ଓୟୁ

ଭୁବନେଶ୍ୱର: ଆଇଆଇଏଚ୍‌ଏମ୍‌ଆର ଫାଉଣ୍ଡେସନର ଅଗ୍ରଣୀ ପଦକ୍ଷେପ ଆଇଆଇଏଚ୍‌ଏମ୍‌ଆର୍ ଷ୍ଟାର୍ଟଅପ୍ ଭଗବାନ ମହାବୀର କ୍ୟାନସର ହସ୍ପିଟାଲ ଆଣ୍ଡ୍ ରିସର୍ଚ୍ଚ ସେଂଟର (ବିଏମବିଏଚ୍‌ଆରସି) ଏବଂ ଜୟପୁରର ଏଚସିଜି ହସ୍ପିଟାଲ୍ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ନେଇ ଖୁସି ପ୍ରକାଶ କରିଛି । ସ୍ୱାସ୍ଥ୍ୟସେବା ଷ୍ଟାର୍ଟଅପଗୁଡ଼ିକ ପାଇଁ ଅତ୍ୟାବଶ୍ୟକ ସହାୟତା ଏବଂ ଅଭିବୃଦ୍ଧି ସୁଯୋଗ ପ୍ରଦାନ କରିବା ଏହି ସହଯୋଗର ଲକ୍ଷ୍ୟ । କ୍ଲିନିକାଲ ଗବେଷଣା, ଡିଭାଇସ୍ ବୈଧତା, ପ୍ରଯୁକ୍ତି କାର୍ଯ୍ୟକାରିତା ଏବଂ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର) ପଦକ୍ଷେପ ପାଇଁ ବ୍ୟାପକ ସହାୟତା ଉପରେ ଗୁରୁତ୍ୱ ଦିଆଯିବ ।
ଆଇଆଇଏଚ୍‌ଏମ୍‌ଆର୍ ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ଡକ୍ଟର ପିଆର ସୋଦାନୀ କହିଛନ୍ତି ଯେ, “ଭଗବାନ ମହାବୀର କ୍ୟାନସର ହସ୍ପିଟାଲ ଆଣ୍ଡ୍ ରିସର୍ଚ୍ଚ ସେଂଟର ଏବଂ ଏଚସିଜି ହସ୍ପିଟାଲ ସହିତ ଏହି ସହଯୋଗ ଉଭୟ ଅନୁଷ୍ଠାନକୁ ଦକ୍ଷତା ଏବଂ ସମ୍ବଳ ଆଦାନ ପ୍ରଦାନ କରିବାକୁ ଏବଂ ପରସ୍ପରର ଶକ୍ତିକୁ ଆହୁରି ବିକଶିତ କରିବାରେ ସାହାଯ୍ୟ କରିବ । ଏହି ମିଶ୍ରଣ ଶିକ୍ଷାଗତ ଜ୍ଞାନ ଏବଂ ଶିଳ୍ପ ଅଭିନବତା ମଧ୍ୟରେ ଏକ ଉତମ ପଦକ୍ଷେପ ସାବ୍ୟସ୍ତ ହେବ । ଆମେ ମିଳିମିଶି ଉଦୀୟମାନ ଉଦ୍ୟୋଗୀମାନଙ୍କ ପାଇଁ ଉତମ ସୁଯୋଗ ସୃଷ୍ଟି କରିବୁ ଏବଂ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବୁ ।”
ବିଏମସିଏଚଆରସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅବସରପ୍ରାପ୍ତ ମେଜର ଜେନେରାଲ ଡ. ଏସ୍ ସି ପାରିକ ଏବଂ ଜୟପୁର ସ୍ଥିତ ଏଚସିଜି ହସ୍ପିଟାଲର ସିଓଓ ଡ. ଭରତ ରାଜପୁରୋହିତ ଏହି ସହଯୋଗିତାର ମହତ୍ୱ ଉପରେ ଆଲୋକପାତ କରିଛନ୍ତି ।
ସ୍ୱାସ୍ଥ୍ୟସେବା ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ପ୍ରଭାବିତ କରିବା ପାଇଁ ଏହି ସହଯୋଗର ସମ୍ଭାବନାକୁ ନେଇ ଆମେ ଉତ୍ସାହିତ । ଆମର ଦକ୍ଷତା ଏବଂ ସମ୍ବଳର ମିଶ୍ରଣ ଦ୍ୱାରା ଆମେ ଏକ ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ଯେଉଁଠାରେ ଷ୍ଟାର୍ଟଅପ୍ ଗୁଡ଼ିକ ସମୃଦ୍ଧ ହୋଇପାରିବେ ଏବଂ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିପାରିବେ । ଆମେ ମିଳିମିଶି ନବସୃଜନକୁ ପ୍ରୋତ୍ସାହିତ କରିବୁ, ଉଦୀୟମାନ ଉଦ୍ୟୋଗୀମାନଙ୍କୁ ସହାୟତା କରିବୁ ଏବଂ ଅର୍ଥନୈତିକ ବିକାଶରେ ଯୋଗଦାନ କରିବୁ ।
ଆଇଆଇଏଚ୍‌ଏମ୍‌ଆର୍ ଫାଉଣ୍ଡେସନର ସିଇଓ ପୁନୀତ ଦତ କହିଛନ୍ତି ଯେ, “ଉଭୟ ବିଏମସିଏଚଆରସି ଏବଂ ଜୟପୁରର ଏଚସିଜି ହସ୍ପିଟାଲ ସହ ସହଯୋଗିତା ସ୍ଥାପନ କରି ଆମେ ଆନନ୍ଦିତ । ସ୍ୱାସ୍ଥ୍ୟସେବା ଷ୍ଟାର୍ଟଅପ୍ ଗୁଡ଼ିକୁ ସମର୍ଥନ ଏବଂ ସଶକ୍ତ କରିବା ପାଇଁ ଆମର ମିଶନରେ ଏହି ମେଂଟଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଆମେ ମିଳିମିଶି ନବସୃଜନକୁ ପ୍ରୋତ୍ସାହିତ କରିବୁ ଏବଂ ବିଭିନ୍ନ ଶିଳ୍ପରେ ଅର୍ଥପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିବୁ।”

Share

Leave a Reply

Your email address will not be published. Required fields are marked *

two + 10 =