Business

ଆଇଏଫସି ପକ୍ଷରୁ ଭାରତରେ ୫୦୦ ନିୟୁତ ଡଲାର ଜଳବାୟୁ ପ୍ରଭାବ ଋଣ ପ୍ରଦାନ ଲାଗି ଆକ୍ସିସ ବ୍ୟାଙ୍କ ସହ ସହଯୋଗିତା

ଭୁବନେଶ୍ୱର: ବିଶ୍ୱବ୍ୟାଙ୍କ ଗ୍ରୁପର ଅଂଶ ଇଂଟରନ୍ୟାସନାଲ ଫାଇନାନ୍ସ କର୍ପୋରେସନ (ଆଇଏଫସି) ପକ୍ଷରୁ ଭାରତରେ ଏକ ବ୍ଲୁ ଫାଇନାନ୍ସ ବଜାର ଗଠନ କରିବାରେ ସହାୟକ ହେବା ଏବଂ ସବୁଜ ପ୍ରକଳ୍ପର ଫାଇନାନ୍ସକୁ ବ୍ୟାପକ କରିବା ଲାଗି ୫୦୦ ନିୟୁତ ଡଲାର ଋଣ ପ୍ରଦାନ ନିମନ୍ତେ ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ-ଆକ୍ସିସ ବ୍ୟାଙ୍କ ସହିତ ସହଯୋଗିତା ସ୍ଥାପନ କରାଯାଇଛି।
ଭାରତରେ ଏହା ଆଇଏଫସିର ପ୍ରଥମ ବ୍ଲୁ ଫାଇନାନ୍ସ ବଜାର ନିବେଶ। ବ୍ଲୁ ଫାଇନାନ୍ସ ଋଣ ହେଉଛି ଏକ ଆର୍ôଥକ ଉପକରଣ ଯାହାକୁ ଜଳ ଓ ବର୍ଜ୍ୟଜଳ ପରିଚାଳନା, ସାମୁଦ୍ରିକ ପ୍ଲାଷ୍ଟିକ ପ୍ରଦୂଷଣ କମ କରିବା, ସାମୁଦ୍ରିକ ବ୍ୟବସ୍ଥାର ପୁନରୁଦ୍ଧାର, ସ୍ଥାୟୀ ଜାହାଜ ଚଳାଚଳ, ପରିବେଶ ମିତବ୍ୟୟୀ ପର୍ଯ୍ୟଟନ ଓ ତଟବର୍ତୀ ବାହାରେ ଅକ୍ଷୟ ଶକ୍ତି ପ୍ରକଳ୍ପ ଲାଗି ପାଣ୍ଠି ପ୍ରଦାନରେ ବ୍ୟବହାର କରାଯାଉଛି।
ଏହି କାରବାର ହେଉଛି ଦେଶରେ ଆଇଏଫସିର ସର୍ବବୃହତ ଗ୍ରିନ ଫାଇନାନ୍ସିଂ। ଏହି ପାଣ୍ଠି ଜରିଆରେ ଆକ୍ସିସ ବ୍ୟାଙ୍କ ଏହାର ଜଳବାୟୁ ଫାଇନାନ୍ସ ପୋର୍ଟଫୋଲିଓକୁ ବଢ଼ାଇପାରିବ।
ଏହି ଅବସରରେ ଆକ୍ସିସ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ ଚୌଧୁରୀ କହିଛନ୍ତି ଯେ, “ବିଶ୍ୱ ବ୍ୟବସ୍ଥାରେ ଜଳବାୟୁ ପରିବର୍ତନର ପ୍ରଭାବ ବଢ଼ୁଥିବା ବେଳେ ପରିବେଶ ସ୍ଥାୟିତ୍ୱକୁ ନେଇ ସଚେତନତାରେ ବୃଦ୍ଧି ପାଇଁ ସ୍ଥାୟୀ ଋଣ ପ୍ରଦାନ କରିବା ବ୍ୟାଙ୍କଗୁଡ଼ିକ ଲାଗି ଜରୁରୀ ହୋଇପଡ଼ିଛି। ଭାରତରେ ସ୍ଥାୟୀ ଫାଇନାନ୍ସକୁ ସୁଦୃଢ଼ କରିବା ଲାଗି ମାନକ ଓ ଋଣ ପ୍ରଦାନ ଅଭ୍ୟାସକୁ ସୁଦୃଢ଼ କରିବା ଲାଗି ଆମର ରହିଥିବା ମିଳିତ ଲକ୍ଷ୍ୟକୁ ନେଇ ଆଇଏଫସି ସହ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଆନନ୍ଦିତ। ଆକ୍ସିସ ବ୍ୟାଙ୍କ ଏହାର ଜଳବାୟୁ ଓ ସ୍ଥାୟୀ ଫାଇନାନ୍ସ ପୋର୍ଟଫୋଲିଓକୁ ବଢ଼ାଇବାକୁ ଚାହୁଥିବା ବେଳେ ଏହାର ବୃହଦାକାର, ଗୁରୁତ୍ୱ ଓ ବ୍ୟାପକ ଉପସ୍ଥିତିକୁ ନେଇ ଭାରତରେ ଜଳବାୟୁ ଫାଇନାନ୍ସ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରେ ଆଇଏଫସି ସହ ଏକ ଦୃଢ଼ ଓ ସ୍ଥିର ସହଯୋଗିତାକୁ ଆମେ ଆଶା କରୁଛୁ।”
ଆଇଏଫସିର ପରିଚାଳନା ନିର୍ଦ୍ଦେଶକ ମଖତାର ଦିଓପ କହିଛନ୍ତି ଯେ, “ଭାରତରେ ଆମର ଉଦଘାଟନୀ ବ୍ଲୁ ଫାଇନାନ୍ସ ସମ୍ପର୍କରେ ଘୋଷଣା କରି ଆମେ ରୋମାଂଚିତ। ଜଳବାୟୁ ଗ୍ରହଣୀୟତା ପାଇଁ ଅଭିନବ ଆଭିମୁଖ୍ୟ ନିମନ୍ତେ ଭାରତ ଏକ ଉଲ୍ଲେଖନୀୟ ପରୀକ୍ଷଣ ସ୍ଥଳ ଭାବେ କାର୍ଯ୍ୟ କରୁଛି। ଏହି ଋଣ ଉଦୀୟମାନ ସଂପତି ଶ୍ରେଣୀରେ ଘରୋଇ କ୍ଷେତ୍ରର ନିବେଶ ବଢ଼ାଇବ ଏବଂ ଏକ ସ୍ଥାୟୀ ବ୍ଲୁ ଫାଇନାନ୍ସ ଅର୍ଥନୀତିକୁ ସୁଦୃଢ଼ କରିବା ଲାଗି ସିଧାସଳଖ ଦୀର୍ଘକାଳୀନ ପାଣ୍ଠି ପ୍ରଦାନ କରିବ। ଏଥି ସହିତ ସାରା ଭାରତରେ ଜଳବାୟୁ ପ୍ରକଳ୍ପକୁ ଉନ୍ନତ ପାଣ୍ଠି ପ୍ରଦାନ କରିବାକୁ ଏଥିରେ ଲକ୍ଷ୍ୟ ରଖାଯାଇଛି ଯେଉଁଥିରେ ସବୁଜ କୋଠା ଉପରେ ଗୁରୁତ୍ୱ ଦିଆଯିବ ଯାହା ଜଳବାୟୁ ପରିବର୍ତନର ପ୍ରଭାବ କମ କରିବ ଏବଂ ନିଯୁକ୍ତି ସୃଷ୍ଟି କରିବ। ଆକ୍ସିସ ବ୍ୟାଙ୍କ ସହ ସହଯୋଗିତାରେ ଭାରତର ସ୍ଥାୟୀ ଓ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଲାଗି ଆମେ ପ୍ରତିବଦ୍ଧ ରହିଛୁ।
ଆକ୍ସିସ ବ୍ୟାଙ୍କ ହେଉଛି ଭାରତର ପ୍ରଥମ ବ୍ୟାଙ୍କ ଯାହାର ବୋର୍ଡ ମଞ୍ଜୁର କରିଥିବା ପରିବେଶ, ସାମାଜିକ ଓ ଶାସନ (ଇଏସଜି) ନୀତି ରହିଛି ଯାହା ଆଇଏଫସିର ପ୍ରଦର୍ଶନ ମାନକକୁ ପାଳନ କରୁଛି। ୨୦୩୦ ସୁଦ୍ଧା ଇଏସଜି କ୍ଷେତ୍ରରେ ୬୦,୦୦୦ କୋଟି ଟଙ୍କାର ବର୍ଦ୍ଧିତ ଫାଇନାନ୍ସ ଜରିଆରେ ଭାରତର କ୍ଲାଇମେଂଟ ଏଜେଣ୍ଡାକୁ ସମର୍ଥନ କରିବାରେ ବ୍ୟାଙ୍କ ପ୍ରତିବଦ୍ଧ ରହିଛୁ ଯେଉଁଥିରୁ ୨୦୨୪ ମାର୍ଚ୍ଚ ସୁଦ୍ଧା ୩୦ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ବ୍ୟାଙ୍କର ସବୁଜ କୋଠା ପୋର୍ଟଫୋଲିଓକୁ ବଢ଼ାଇବାରେ ଆଇଏଫସି ପରାମର୍ଶସେବା ପ୍ରଦାନ କରିବ।

Share

Leave a Reply

Your email address will not be published. Required fields are marked *

6 − three =