Business

ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଆକ୍ଟିଭା ଇ ଓ କ୍ୟୁସି୧ ସହ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ ପ୍ରବେଶ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିିମିଟେଡ୍ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଆକ୍ଟିଭା ଇ ଓ କ୍ୟୁସି୧ର ଉନ୍ମୋଚନ ସହ କମ୍ପାନି ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ ପ୍ରବେଶ କରିଛି। ଆକ୍ଟିଭା ବ୍ରାଣ୍ଡ୍‌କୁ ସମ୍ପୂର୍ଣ୍ଣ ନୂଆ ଇଲେକ୍ଟ୍ରିକ୍ ଅବତାରରେ ଆଣିବା ଏବଂ କ୍ୟୁସିଆଇ୧ର ଉନ୍ମୋଚନ ଭାରତରେ ସ୍ଥାୟୀ ଗମନାଗମନ ପ୍ରତି ବ୍ରାଣ୍ଡ୍‌ର ରହିଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି। କର୍ଣ୍ଣାଟକର ବେଙ୍ଗାଲୁରୁରେ ଏହି ଉନ୍ମୋଚନ ସମାରୋହ ଅନୁଷ୍ଠିତ ହୋଇଛି। ୨୦୨୫ ଜାନୁଆରି ୧ରୁ ଦୁଇ ଗାଡ଼ିର ବୁକିଂ ଆରମ୍ଭ ହେବ ଏବଂ ୨୦୨୫ ଫେବ୍ରୁଆରିରେ ଡେଲିଭରିର ଶୁଭାରମ୍ଭ କରାଯିବ।
ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ ସୁତ୍ସୁମୁ ଓଟାନି କହିଛନ୍ତି ଯେ, “ଇଲେକ୍ଟ୍ରିକ୍ ଗମନାଗମନ କ୍ଷେତ୍ରରେ ଏଚ୍‌ଏମ୍‌ଏସ୍‌ଆଇ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଆକ୍ଟିଭା ଇ ଏବଂ କ୍ୟୁସି୧ର ପ୍ରଚଳନ ଭାରତରେ ସ୍ଥାୟୀ ଗମନାଗମନ ପାଇଁ ଆମର ପ୍ରତିବଦ୍ଧତାର ଏକ ନିର୍ଣ୍ଣାୟକ ପଦକ୍ଷେପ। ୨୦୫୦ ସୁଦ୍ଧା କାର୍ବନ ନ୍ୟୁଟ୍ରାଲିଟିକୁ ସାକାର କରିବା ପାଇଁ ଏହା ହୋଣ୍ଡାର ବିଶ୍ୱସ୍ତରୀୟ “ଟ୍ରିପଲ ଆକ୍ସନ ଟୁ ଜିରୋ’ ପରିକଳ୍ପନା ଅନୁଯାୟୀ ତିନୋଟି କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଇଛି। ତାହା ହେଉଛି କାର୍ବନ ନ୍ୟୁଟ୍ରାଲିଟି, ସ୍ୱଚ୍ଛ ଶକ୍ତି ଏବଂ ସମ୍ବଳ ସଂଚାଳନ। ଆମର ଇଭି ଯୋଜନା ବର୍ତମାନ କାର୍ଯ୍ୟକାରୀ ପର୍ଯ୍ୟାୟରେ ରହିଛି। ଏଚ୍‌ଏମ୍‌ଏସ୍‌ଆଇ ଭାରତର ସର୍ବୋତମ ଇଭି ବ୍ୟବସ୍ଥା୍ ମଧ୍ୟରୁ ଗୋଟିଏ ନିର୍ମାଣ କରିବାକୁ ପ୍ରତିଶ୍ରୁତିବଦ୍ଧ। ହୋଣ୍ଡାର ବିଦ୍ୟୁତୀକରଣ ଯାତ୍ରାରେ ଏହା ଏକ ମାଇଲଖୁଂଟ ମୁହୂର୍ତ ଏବଂ ପ୍ରତ୍ୟେକ ପାଦ ଆଗକୁ ବଢ଼ିବା ସହିତ ଆମେ ଏକ ଭବିଷ୍ୟତ ନିର୍ମାଣ ଉପରେ ଧ୍ୟାନ ଦେଉଛୁ ଯାହା ସୁରକ୍ଷିତ, ଅଧିକ ସ୍ଥାୟୀ ଏବଂ ଆମ ସମାଜର ବିକଶିତ ଆବଶ୍ୟକତାକୁ ପୂରଣ କରିବ।’’
ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ସେଲ୍ସ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ ଯୋଗେଶ ମାଥୁର କହିଛନ୍ତି ଯେ, “କେବଳ ଗୋଟିଏ ନୁହେଁ ବରଂ ଦୁଇଟି ନୂତନ ଇଲେକ୍ଟ୍ରିକ୍ ଯାନ ସହିତ ଭାରତୀୟ ଇଭି ବଜାରରେ ପ୍ରବେଶ କରି ଆମେ ଆନନ୍ଦିତ ଯାହା ସ୍ୱଚ୍ଛ ଗମନାଗମନ ସମାଧାନ ପ୍ରଦାନ କରି ସ୍ଥାୟିତ୍ୱ ହାସଲ କରିବା ଦିଗରେ ଆମର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ବିଶ୍ୱ ଦିଗକୁ ଦୃଷ୍ଟିରେ ରଖି ଆମେ ଆପଣଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏହି ନୂଆ ଦୁଇ ଚକିଆ ଯାନ ଆଣିଦେଉଛୁ । ଆକ୍ଟିଭା ଇ ସ୍ୱାପେବଲ୍ ବ୍ୟାଟେରୀ ଟେକ୍ନୋଲୋଜି ଏବଂ କ୍ୟୁସି୧ର ଫିକ୍ସଡ ବ୍ୟାଟେରୀ ସେଟ୍ ଅପ୍ ସହିତ ଶିଳ୍ପର ଅଗ୍ରଣୀ ଚିନ୍ତାମୁକ୍ତ ମାଲିକାନା ଅଭିଜ୍ଞତା ସହିତ ଆମେ ଆମର ଗ୍ରାହକମାନଙ୍କର ବିବିଧ ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରୁଛୁ । ଏହାବ୍ୟତୀତ, ଆମର ଟେକ୍ନିସିଆନ୍ ଏବଂ ଯାନ ପାଇଁ ସର୍ବୋଚ୍ଚ ସ୍ତରର ନିରାପତା ସୁନିଶ୍ଚିତ କରିବା ପାଇଁ ଆମେ ଇଲେକ୍ଟ୍ରିକ୍ ଯାନଗୁଡିକର ସର୍ଭିସିଂ ପାଇଁ ବିଶେଷ ଭାବରେ ପ୍ରସ୍ତୁତ କରାଯାଇଥିବା ଶିଳ୍ପ-ପ୍ରଥମ ଇନସୁଲେଟେଡ୍ ଉପକରଣଗୁଡିକ ଆରମ୍ଭ କରୁଛୁ । ଆସନ୍ତୁ ମିଳିମିଶି ଏକ ସ୍ୱଚ୍ଛ ଭବିଷ୍ୟତ ଆଡକୁ ଯାତ୍ରା କରିବା।’’
ଆକ୍ଟିଭା ଇ ରେ ସମ୍ପୂର୍ଣ୍ଣ ଏଲ୍‌ଇଡି ଲାଇଟ୍‌, ୧୨ ଇଂଚ୍ ଡାଇମଣ୍ଡ କଟ୍ ଆଲୟ ହ୍ୱିଲ୍‌, ୭ ଇଂଚ୍ ଟିଏଫ୍‌ଟି ସ୍କ୍ରିନ୍‌, ହୋଣ୍ଡା ଏଚ୍ ସ୍ମାର୍ଟ କି’ ଓ ହୋଣ୍ଡା ମୋବାଇଲ୍ ପାୱାର ପ୍ୟାକ୍ ରହିଛି। ଏହା ସହ ୧.୫ କେଡବ୍ଲଚଏଚ୍‌ର ଦୁଇଟି ସ୍ୱାପେବଲ୍

ବ୍ୟାଟେରି ମିଳିବ। ଫୁଲ୍ ଚାର୍ଜ କଲେ ତାହା ୧୦୨ କିମି ଯାତ୍ରା କରିବ। ହୋଣ୍ଡା ପାୱାର ପ୍ୟାକ୍ ଏକ୍ସଚେଂଜର ପ୍ରୋଗ୍ରାମ୍ ଜରିଆରେ ସ୍ୱାପେବଲ୍ ବ୍ୟାଟେରିକୁ ବଦଳାଇ ହେବ। ଏହା ୭.୩ ସେକେଣ୍ଡରେ ଘଂଟା ପିଛା ୬୦ କିମି ବେଗରେ ଦୌଡ଼ିବାକୁ ପ୍ରସ୍ତୁତ ହୋଇଯିବ। ଏଥିରେ ଇଅନ୍‌, ଷ୍ଟାଣ୍ଡାର୍ଡ ଓ ସ୍ପୋର୍ଟ ଭଳି ତିନିଟି ମୋଡ୍ ରହିଛି। ଏହା ପାଂଚଟି ରଙ୍ଗରେ ଉପଲବ୍ଧ ହୋଇଛି।
କ୍ୟୁସି୧ ମଡେଲ୍‌ରେ ଏଲ୍‌ଇଡି ହେଡ୍‌ଲାଇଟ୍ ଓ ଟେଲ୍ ଲ୍ୟାମ୍ପ୍ ଥିବା ବେଳେ ତାହା ପାଚଂଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେବ। ସେହି ରଙ୍ଗଗୁଡ଼ିକ ହେଉଛି ପର୍ଲ ସେରେନିଟି ବ୍ଲୁ, ପର୍ଲ ମିଷ୍ଟି ହ୍ୱାଇଟ୍‌, ମ୍ୟାଟ ଫଗି ସିଲଭର ମେଟାଲିକ୍‌, ପର୍ଲ ଇଗ୍ନିଅସ୍ ବ୍ଲାକ୍ ଓ ପର୍ଲ ସାଲୋ ବ୍ଲୁ। ଏଥିରେ ୧.୫ କେଡବ୍ଲୁଏଚ୍‌ର ଫିକ୍ସଡ୍ ବ୍ୟାଟେରି ରହିଛି ଯାହା ଥରେ ଚାର୍ଜ ହେଲେ ୮୦ କିମି ରେଂଜ୍ ପ୍ରଦାନ କରୁଛି। ଅଟୋ କଟ୍ ପ୍ରଯୁକ୍ତି ଥିବା ୩୩୦ ୱାଟ୍‌ର ଅଫ୍ ବୋର୍ଡ ଚାର୍ଜର ସହ ଏହା ଆସିଛି। ଏହା ୪ ଘଂଟା ୩୦ ମିନିଟ୍‌ରେ ୮୦% ରିଚାର୍ଜ ହେବ ଓ ୬ ଘଂଟା ୫୦ ମିନିଟ୍‌ରେ ଫୁଲ୍ ଚାର୍ଜ ହେବ। ଏହାର ଇନ୍‌-ହ୍ୱିଲ୍ ଇଲେକ୍ଟ୍ରିକ୍ ମୋଟର ରହିଛି ଯାହା ୧.୮ କିଲୋୱାଟ୍‌ର ଶକ୍ତି ଓ ୭୭ ଏନ୍‌ଏମ୍‌ର ସର୍ବାଧିକ ଟର୍କ ପ୍ରଦାନ କରୁଛି। ଏହାର ଟପ୍ ସ୍ପିଡ୍ ଘଂଟା ପିଛା ୫୦ କିମି ରହିଛି। ଏଥିରେ ଷ୍ଟାଣ୍ଡାର୍ଡ ଓ ଇଅନ୍ ଭଳି ଦୁଇଟି ରାଇଡିଂ ମୋଡ୍ ରହିଛି। ଏଥିରେ ୫ ଇଂଚ୍‌ର ଅଲ୍‌-ଇନ୍‌ଫୋ ଏଲ୍‌ସିିଡି ଡିସ୍‌ପ୍ଲେ, ୟୁଏସ୍‌ବି ଟାଇପ୍‌-ସି ଚାର୍ଜର, ସିଟ୍ ତଳେ ୨୬ ଲିଟର୍ ଷ୍ଟୋରେଜ୍ ବକ୍ସ ରହିଛି।
ଉଭୟ ଇଭି ମଡେଲ୍‌କୁ କମ୍ପାନିର ବେଙ୍ଗାଲୁରୁ ସ୍ଥିତ ନର୍ସାପୁରା କାରଖାନାରେ ଉତ୍ପାଦନ କରାଯାଉଛି। ଏହି ମଡେଲ୍‌ଗୁଡ଼ିକ ଉପରେ ପ୍ରଥମ ବର୍ଷ ତିନି ସର୍ଭିସ୍ ସହିତ ୩ ବର୍ଷ କିମ୍ବା ୫୦ ହଜାର କିମିର ୱାରେଂଟି ପ୍ରଦାନ କରାଯାଉଛି। ପ୍ରଥମ ବର୍ଷ ସଡ଼କ ପାଶ୍ୱର୍ ସହାୟତା ମଧ୍ୟ ଦିଆଯାଉଛି।

Share

Leave a Reply

Your email address will not be published. Required fields are marked *

3 × 4 =