Business

ଏଚଡିବି ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆରଏଚପି ଦାଖଲ

ଭୁବନେଶ୍ୱର: ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଏଚଡିବି ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି।
ଏଚଡିଏଫସି ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡର ବିଭିନ୍ନ ପ୍ରକାର ଗ୍ରାହକଙ୍କ ବିବିଧ ଆବଶ୍ୟକତାକୁ ଏହାର ବିତରଣ ନେଟୱର୍କ ଜରିଆରେ ପୂରଣ କରିବା ଲାଗି ଭିନ୍ନ ପ୍ରକାରର ଋଣ ଉତ୍ପାଦ ରହିଛି। ଏଂଟରପ୍ରାଇଜ ଋଣ, ସଂପତି ଫାଇନାନ୍ସ ଓ କଂଜ୍ୟୁମର ଫାଇନାନ୍ସ ଭଳି ତିନିଟି ବ୍ୟବସାୟ ବର୍ଗରେ ଋଣ ପ୍ରଦାନ କରାଯାଉଛି। ଏହା ହେଉଛି ଭାରତର ଅନ୍ୟତମ ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଗ୍ରାହକ ଫ୍ରାଂଚାଇଜି ଏବଂ ୨୦୨୪ ସେପ୍େଟମ୍ବର ୩୦ ସୁଦ୍ଧା ଏହା ୧୭.୫ ନିୟୁତ ଗ୍ରାହକଙ୍କୁ ସେବା ପ୍ରଦାନ କରିଛି। ୨୦୨୨ ମାର୍ଚ୍ଚ ୩୧ରୁ ୨୦୨୪ ସେପ୍େଟମ୍ବର ୩୦ ମଧ୍ୟରେ ଏହା ବାର୍ଷିକ ୨୮.୨୨ ପ୍ରତିଶତ ହାରରେ ଆଗକୁ ବଢ଼ିଛି। ଏହା ବିଶେଷ କରି ଋଣ ଅନଗ୍ରସର ଅଂଚଳରେ ନିମ୍ନ ଓ ମଧ୍ୟମ ବର୍ଗର ପରିବାରକୁ ସେବା ପ୍ରଦାନ କରୁଛି।
କଂପାନି ଏହି ଅଫରରେ ୨୫୦୦ କୋଟି ଟଙ୍କା ପର୍ଯ୍ୟନ୍ତର ନୂଆ ଇକ୍ୱିଟି ସେୟାର ଜାରି କରିବ ଏବଂ ଅଫର ଫର ସେଲରେ ଏଚଡିଏଫସି ବ୍ୟାଙ୍କ ଲିମିଟେଡ ପକ୍ଷରୁ ୧୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାର ବିକ୍ରି କରାଯିବ।
ଏହି ଅଫରରେ ଯୋଗ୍ୟ କର୍ମଚାରୀମାନଙ୍କ ଲାଗି ଇକ୍ୱିଟି ସେୟାର ସଂରକ୍ଷିତ ରଖାଯିବ। ପ୍ରାକ-ଆଇପିଓ ପ୍ଲେସମେଂଟର ମଧ୍ୟ ବ୍ୟବସ୍ଥା ରହିଛି। ବିଆରଏମଏଲଙ୍କ ସହ କଥାବାର୍ତା କରି ଏହା ଉପସ୍ଥାପନ କରାଯିବ। ସେଥିରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ସେହି ଅନୁସାରେ ମୂଳ ଇସ୍ୟୁ ପରିମାଣ ହ୍ରାସ ପାଇବ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗ୍ରହ ହେବ ତାହାକୁ କମ୍ପାନି ପକ୍ଷରୁ ଋଣ, ବ୍ୟବସାୟ ଅଭିବୃଦ୍ଧି ଲାଗି ଆବଶ୍ୟକ ପାଣ୍ଠି ପାଇଁ ଏହାର ଟାୟାର-୧ ପୁଞ୍ଜି ଆଧାରକୁ ସୁଦୃଢ଼ କରିବାରେ ବ୍ୟବହାର କରାଯିବ।
ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଉଛନ୍ତି ଜେଏମ ଫାଇନାନ୍ସିଆଲ ଲିମିଟେଡ, ବିଏନପି ପରିବାସ , ବିଓଏଫଏ ସିକ୍ୟୁରିଟିଜ ଇଣ୍ଡିଆ ଲିମି ଟେଡ, ଗୋଲଡମ୍ୟାନ ସକ୍ସ (ଇଣ୍ଡିଆ) ସିକ୍ୟୁରିଟିଜ ପ୍ରାଇଭେଟ ଲିମିଟେଡ, ଏଚଏସବିସି ସିକ୍ୟୁରିଟିଜ ଆଣ୍ଡ କ୍ୟାପିଟାଳ ମାର୍କେଟସ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ, ଆଇଆଇଏଫଏଲ ସକ୍ୟୁରିଟିଜ ଲିମିଟେଡ, ଜେଫେରିଜ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ମୋର୍ଗାନ ଷ୍ଟାନଲି ଇଣ୍ଡିଆ କଂପାନି ପ୍ରାଇଭେଟ ଲିମିଟେଡ, ମୋତିଲାଲ ଓସ୍ୱାଲ ଇନଭେଷ୍ଟମେଂଟ ଆଡଭାଇଜର୍ସ ଲିମିଟେଡ, ନୁମୋରା ଫାଇନାନ୍ସିଆଲ ଆଡଭାଇରି ଆଣ୍ଡ ସିକ୍ୟୁରିଟିଜ ଇଣ୍ଡିଆ ଲିମିଟେଡ, ନୁଭାମା ୱେଲଥ ମ୍ୟାନେଜମେଂଟ ଲିମିଟେଡ ଓ ୟୁବିଏସ ସିକ୍ୟୁରିଟିଜ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ।

Share

Leave a Reply

Your email address will not be published. Required fields are marked *

twenty + one =