Business

ଗୋଦରେଜ ଡିଇଆଇ ଲ୍ୟାବ ଓ ଖୈତାନ ଆଣ୍ଡ କୋ ପକ୍ଷରୁ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଜନ ଦିବସ ପାଳିତ

ଭୁବନେଶ୍ୱର: ଗୋଦରେଜ ଇଣ୍ଡଷ୍ଟ୍ରିଜ ଗ୍ରୁପର ସଂସ୍ଥା ଗୋଦରେଜ ଡିଇଆଇ ଲ୍ୟାବ ଓ ଲ’ ଫାର୍ମ ଖୈତାନ ଆଣ୍ଡ କୋ ପକ୍ଷରୁ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଜନ ଦିବସ ପାଳନ କରାଯାଇଛି। ମୁମ୍ବାଇରେ ଅନୁଷ୍ଠିତ ଦିବ୍ୟାଙ୍ଗ ଅନ୍ତର୍ଭୁକ୍ତୀକରଣ ସମ୍ମିଳନୀରେ ଖୈତାନ ଆଣ୍ଡ କୋ ପକ୍ଷରୁ ଗୋଦରେଜ ଡିଇଆଇ ଲ୍ୟାବ ସହଯୋଗରେ ପ୍ରସ୍ତୁତ କରାଯାଇଥିବା ‘ହାଣ୍ଡବୁକ ଅନ ରାଇଟସ ଅଫ ପର୍ସନସ ୱିଥ ଡିଜାବିଲିଟିଜ’କୁ ଉନ୍ମୋଚନ କରାଯାଇଛି। ଏଥିରେ ଭାରତରେ ଦିବ୍ୟାଙ୍ଗ ମାନଙ୍କ ଲାଗି ରହିଥିବା ଆଇନଗତ ବ୍ୟବସ୍ଥାରେ ହୋଇଥିବା ପରିବର୍ତନ ବିଷୟରେ ଉଲ୍ଲେଖ ରହିଛି।
ଗୋଦରେଜ ଡିଇଆଇ ଲ୍ୟାବର ମୁଖ୍ୟ ପରମେଶ ସାହାଣୀ କହିଛନ୍ତି ଯେ, ‘କର୍ମକ୍ଷେତ୍ର ଅନ୍ତର୍ଭୁକ୍ତୀକରଣ ପ୍ରତି ଆମର ରହିଥିବା ପ୍ରତିବଦ୍ଧତାରେ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ। ଗୋଦରେଜ ଇଣ୍ଡଷ୍ଟ୍ରିଜ ଗ୍ରୁପର ଲକ୍ଷ୍ୟ ଅନୁସାରେ ବିବିଧ କ୍ଷେତ୍ରର ଅଂଶୀଦାର ଓ ବିଶେଷଜ୍ଞଙ୍କୁ ଏକାଠି କରି ଆମେ ଏକ ଅଧିକ ସମାନତାର କର୍ପୋରେଟ ଭାରତ ପାଇଁ ଫ୍ରେମୱାର୍କ ଗଠନ କରୁଛୁ। ଆମର ବିଶ୍ୱାସ ରହିଛି ଯେ ଏହି ହାଣ୍ଡବୁକ ସଂସ୍ଥାଗୁଡ଼ିକୁ କେବଳ ନିୟମ ପାଳନରେ ସୀମିତ ନ ରହି ଉଦ୍ଦେଶ୍ୟ ଆଧାରରେ ପିଡବ୍ଲୁଡିମାନଙ୍କୁ ସାମିଲ କରିବାରେ ସେମାନଙ୍କ ଆଭିମୁଖ୍ୟରେ ପରିବର୍ତନ ଆଣିବ।’’
ଖୈତାନ ଆଣ୍ଡ କୋର ପାର୍ଟନର ଆକାଶ ଚୌବେ କହିଛନ୍ତି ଯେ, ‘ଦିବ୍ୟାଙ୍ଗମାନଙ୍କ ଲାଗି ଏକ ଅର୍ନ୍ତଭୁକ୍ତୀକରଣ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରିବା କେବଳ ଏକ ଆଇନଗତ ଆବଶ୍ୟକତା ନୁହେଁ, ବରଂ ସଂସ୍ଥାଗୁଡ଼ିକ ପାଇଁ ଅପରିହାର୍ଯ୍ୟ। ସୁବିଧାରେ ମିଳୁଥିବା ଭିତିଭୂମି, ସୁହାଇବା ଭଳି ରହଣୀ ଓ ଅନ୍ତର୍ଭୁକ୍ତୀକରଣ ନିଯୁକ୍ତି ଅଭ୍ୟାସ ଏକ ସଂସ୍କୃତିକୁ ଦୃଢ଼ କରିବ ଯେଉଁଠାରେ ସମସ୍ତେ ମୂଲ୍ୟବାନ ଓ ସଶକ୍ତ ମନେ କରିବେ। ଆମେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଜନ ଦିବସ ପାଳନ କରୁଥିବା ବେଳେ ଅନ୍ତର୍ଭୁକ୍ତୀକରଣ ଆମ କର୍ମକ୍ଷେତ୍ର ଓ ବୃହତର ସମାଜକୁ ସମୃଦ୍ଧ କରୁଛି ବୋଲି ବୁଝିବାକୁ ହେବ।’’
ଦି ହାଣ୍ଡବୁକ ଅନ ରାଇଟସ ଅଫ ପର୍ସନସ ୱିଥ ଡିଜାବିଲିଟିଜରେ ଦିବ୍ୟାଙ୍ଗମାନଙ୍କ ଅଧିକାର ନିୟମ ୨୦୧୬ ଓ ମାନସିକ ସ୍ୱାସ୍ଥ୍ୟ ନିୟମ ୨୦୧୭ ଭଳି ଦୁଇଟି ପ୍ରମୁଖ ଆଇନ ବିଷୟରେ ବ୍ୟାଖ୍ୟା ରହିଛି। ଅଧିକାର, ଆଇନଗତ ଦକ୍ଷତା, ଶିକ୍ଷା, ନିୟୋଜନ, ସ୍ୱାସ୍ଥ୍ୟ ସେବା, ପରିବହନ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଆଇନଗତ ମାର୍ଗଦର୍ଶନ କରାଯାଇଛି। ସଂସ୍ଥାଗୁଡ଼ିକ ଲାଗି ଏଥିରେ ଶ୍ରେଷ୍ଠ ଅଭ୍ୟାସଗୁଡ଼ିକ ସମ୍ପର୍କରେ ବର୍ଣ୍ଣନା କରାଯାଇଛି।
ଦିବ୍ୟାଙ୍ଗ ଅନ୍ତର୍ଭୁକ୍ତୀକରଣ ସମ୍ମିଳନୀରେ କର୍ମକ୍ଷେତ୍ରରେ ଦିବ୍ୟାଙ୍ଗମାନଙ୍କୁ ଅନ୍ତର୍ଭୁକ୍ତ କରିବା ଉପରେ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଖୈତାନ ଆଣ୍ଡ କୋର ପାର୍ଟନର ଆକାଶ ଚୌବେଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜାତୀୟ ପାରାଲିମ୍ପିକ ସନ୍ତରଣ ଚମ୍ପିଆନ ମାଧବୀ ଲତା, ଜେଏସଡବ୍ଲୁ ଗ୍ରୁପର ଜେନେରାଲ କାଉନସେଲ ଅନନ୍ୟା ଶର୍ମା, ଲେମନ ଟ୍ରି ହୋଟେଲସର ବରିଷ୍ଠ ଉପସଭାପତି ଆରାଧନା ଲାଲ, ଖୈତାନ ଆଣ୍ଡ କୋର ପାର୍ଟନର ଆର୍ଭା ମର୍ଚାଂଟ ଓ ଗୋଦରେଜ ପ୍ରପର୍ଟିଜ ଲିମିଟେଡର ଡିଇଆଇ ଲିଡ ଜୋୟା ଭାଗ ନେଇ ଆଲୋଚନା କରିଥିଲେ।

Share

Leave a Reply

Your email address will not be published. Required fields are marked *

5 × 2 =