ଆଜିର ବଜାରରେ ରିଟେଲ ନିବେଶକଙ୍କ ପାଇଁ ଫ୍ଲେକ୍ସି କ୍ୟାପ ଫଣ୍ଡ ଏକ ବୁଦ୍ଧିମାନର ପସନ୍ଦ
ଭୁବନେଶ୍ୱର: ଭାରତୀୟ ଷ୍ଟକ ବଜାର ଏବେ ଏକ ଚମତ୍କାର ମୋଡରେ ରହିଛି। ବିଶ୍ୱ ଟାରିଫ ଯୁଦ୍ଧ ଓ ଅଥନୈତିିକ ଆହ୍ୱାନ ପ୍ରଭାବରେ ସାରା ବିଶ୍ୱରେ ବଜାର ଅତ୍ୟନ୍ତ ଅସ୍ଥିର ରହିଛି। ଅସ୍ଥିରତା ମାପକ ଭାରତ ଭିଆଇଏକ୍ସ (ଅସ୍ଥିରତା ସୂଚକାଙ୍କ) ବର୍ତମାନ ୨୦୨୫ ଏପ୍ରିଲ ୧୭ ସୁଦ୍ଧା ୧୫.୪୭ ରହିଛି ଯାହା ଦର୍ଶାଉଛି ଯେ ନିବେଶକମାନେ ନିକଟ ଭବିଷ୍ୟତରେ ମୂଲ୍ୟରେ ଅସ୍ଥିରତାକୁ ସାମ୍ନା କରିବେ।
ଏଭଳି ପରିବେଶରେ ଖୁଚୁରା ନିବେଶକମାନଙ୍କୁ ଏଭଳି ରଣନୀତି ଆପଣେଇବାକୁ ପଡ଼ିବ ଯେଉଁଥିରେ ଅଭିବୃଦ୍ଧି ଓ ବିବିଧକରଣର ମିଶ୍ରଣ ରହିଥିବ। ଫ୍ଲେକ୍ସି କ୍ୟାପ ଫଣ୍ଡ ଏକ ଚମତ୍କାର ସମାଧାନ ଭାବେ ଉଭା ହୋଇଛି। ଏହି ସ୍ୱତନ୍ତ୍ର ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡରେ ପାଣ୍ଠିକୁ ଲାର୍ଜ କ୍ୟାପ, ମିଡ କ୍ୟାପ ଓ ସ୍ମଲ କ୍ୟାପ କମ୍ପାନିଗୁଡ଼ିକରେ ବିନା କୌଣସି ପ୍ରତିବନ୍ଧକରେ ନିବେଶ କରାଯାଉଛି। ଏହି ସୁବିଧା ଫଣ୍ଡ ମ୍ୟାନେଜରମାନଙ୍କୁ ସଂପତିକୁ ବଜାରର ଚଳନ ଚକ୍ର ଅନୁସାରେ ଚମତ୍କାର ଢଙ୍ଗରେ ଆବଂଟନ କରିବାର ସୁଯୋଗ ପ୍ରଦାନ କରୁଛି। ଯେତେବେଳେ ସ୍ଥିରତା ଦରକାର ସେମାନେ ଲାର୍ଜ କ୍ୟାପ ଆଡ଼କୁ ପରିବର୍ତିତ ହେବେ। ଯେତେବେଳେ ରିସ୍କ-ରିୱାର୍ଡ ସୁହାଇବା ଭଳି ସେମାନେ ଉଚ୍ଚ ଅଭିବୃଦ୍ଧି ଦେଉଥିବା ମିଡ ଓ ସ୍ମଲ କ୍ୟାପ ଆଡ଼କୁ ଢଳିପାରିବେ।
ଏଥିରେ ସଂପତିକୁ ପୁନଃ ଆବଂଟନ କରିବା ଲାଗି ରହିଥିବା ବିକଳ୍ପ ବଜାରର କୌଣସି ନିର୍ଦ୍ଦିଷ୍ଟ କ୍ଷେତ୍ର ଭଲ ପ୍ରଦର୍ଶନ କରୁ ନଥିବା ସମୟରେ ମଧ୍ୟ ସ୍ଥିର ରହିବ। ୨୦୨୪-୨୫ ଆର୍ôଥକ ବର୍ଷରେ ଟାଟା ଫ୍ଲେକ୍ସି କ୍ୟାପ ଫଣ୍ଡରେ ଭୁବନେଶ୍ୱରରୁ ୨୬୨ କୋଟି ଟଙ୍କାର ନିବେଶ ଆସିଥିଲା। ମୋଟ ଉପରେ ଏହାର ପରିଚାଳନା ଅଧୀନ ସଂପତି ଯାହା ୨୦୨୫ ଫେବ୍ରୁଆରିରେ ୪,୦୬,୪୨୯.୭୫ କୋଟି ଟଙ୍କା ଥିଲା ତାହା ୨୦୨୫ ମାର୍ଚ୍ଚରେ ମ୍ୟୁଚୁଆଲ ଫଣ୍ଡ ଶିଳ୍ପ ସ୍ତରରେ ୪,୩୫,୫୦୮.୯୭ କୋଟି ଟଙ୍କା ରହିଛି, ଯାହା ମାସିକ ୭% ବୃଦ୍ଧିକୁ ପ୍ରତିଫଳିତ କରଛି।
“ବର୍ତମାନର ସମୟରେ ଲାର୍ଜ କ୍ୟାପ, ମିଡ କ୍ୟାପ ଓ ସ୍ମଲ କ୍ୟାପର ମୂଲ୍ୟାଙ୍କନରେ ଉଲ୍ଲେଖନୀୟ ପରିବର୍ତନ ହେଉଥିବା ବେଳେ ଫ୍ଲେକ୍ସି କ୍ୟାପରେ ନିବେଶ ଉପଯୁକ୍ତ ପସନ୍ଦରେ ପରିଣତ ହୋଇଛି। ରିଟେଲ ନିବେଶକମାନଙ୍କୁ ବଜାରର ଅସ୍ଥିରତା ଦୂର କରିବା ଲାଗି ଫ୍ଲେକ୍ସି କ୍ୟାପ ଫଣ୍ଡ ବିବିଧତା ଓ କ୍ଷୀପ୍ରତାର ମିଶ୍ରଣ ପ୍ରଦାନ କରୁଛି। ଅସ୍ଥିରତା ସମୟରେ ବିକଳ୍ପ କେବଳ ଏକ ଆବଶ୍ୟକା ନୁହେଁ, ଏହା ଏକ ରଣନୀତି ବୋଲି ଟାଟା ଆସେଟ ମ୍ୟାନେଜମେଂଟର ଫଣ୍ଡ ମ୍ୟାନେଜର ମୀତା ସେଟ୍ଟି କହିଛନ୍ତି।”
“ଟାଟା ଫ୍ଲେକ୍ସି କ୍ୟାପ୍ ଫଣ୍ଡ ଦ୍ୱେଦ ନିବେଶ, କ୍ଷେତ୍ର ପରିବର୍ତନ ଦର୍ଶନକୁ ଅନୁସରଣ କରୁଛି ଯେଉଁଠାରେ କମ ମୂଲ୍ୟ ଥିବା କ୍ଷେତ୍ରକୁ କିଣିବା ଏବଂ ଅଧିକ ମୂଲ୍ୟ ଥିବା କ୍ଷେତ୍ର ବିକ୍ରି କରିବା ଉପରେ ଆମେ ଧ୍ୟାନ ଦେଉଛୁ ଏବଂ ଉଚ୍ଚ ଅଭିବୃଦ୍ଧି ସମ୍ଭାବନା, ସ୍ଥାୟୀ ବ୍ୟବସାୟ ମଡେଲ ଓ କମ ଋଣ ଥିବା କମ୍ପାନି ଚୟନ କରିବା ଲାଗି ବଟମ ଅପ ପଦ୍ଧତି ଉପରେ ଗୁରୁତ୍ୱ ଦେଉଛୁ। ଏହି ରଣନୀତିଗୁଡ଼ିକୁ ମିଶାଇ ଆମେ ରିସ୍କ-ଆଡଜଷ୍ଟେଡ ରିଟର୍ଣ୍ଣରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛୁ ବୋଲି ମୀତା କହିଛନ୍ତି।”
ଲାର୍ଜ କ୍ୟାପର ସ୍ଥିରତା ସହିତ ମିଡ କ୍ୟାପ ଓ ସ୍ମଲ କ୍ୟାପର ଅଭିବୃଦ୍ଧି ସୁଯୋଗର ମିଶ୍ରଣ ଏକ ସନ୍ତୁଳିତ, ରିସ୍କ ଆଡଜଷ୍ଟେଡ ରିଟର୍ଣ୍ଣ ପ୍ରୋଫାଇଲ ସୃଷ୍ଟି କରିଛି ଯାହା ସ୍ଥିରତା ଓ ଉନ୍ନତି ଚାହୁଥିବା ରିଟେଲ ନିବେଶକଙ୍କ ପାଇଁ ତାହାକୁ ଉପଯୁକ୍ତ ପସନ୍ଦରେ ପରିଣତ କରିଛି। ଏକ ଅସ୍ଥିର ପରିବେଶରେ ଫ୍ଲେକ୍ସି କ୍ୟାପ ଫଣ୍ଡ ଏକ ଏକକ ସମାଧାନ ପ୍ରଦାନ କରିବ ଯେଉଁଥିରେ ଗ୍ରହଣୀୟତା ହେଉଛି ମୁଖ୍ୟ।