Business

ଏନଭିରୋ ଇନଫ୍ରା ଇଞ୍ଜିନିୟର୍ସ ଲିମିଟେଡର ଇନିସିଆଲ୍ ପବ୍ଲିକ ଅଫର ୨୦୨୪ ନଭେମ୍ବର ୨୨ରେ ଖୋଲିବ

ଭୁବନେଶ୍ୱର: ଏନଭିରୋ ଇନଫ୍ରା ଇଞ୍ଜିନିୟର୍ସ ଲିମିଟେଡର ଇନିସିଆଲ ପବ୍ଲିକ ଅଫର (ଅଇପିଓ)ର ବିଡ୍ / ଅଫର ୨୦୨୪ ନଭେମ୍ବର ୨୨ ଶୁକ୍ରବାରରେ ଖୋଲିବ ।
ଏହି ଆଫରେ ୩,୮୬,୮୦,୦୦୦ ଇକ୍ୱିଟି ସେୟାର ନୂତନ ଭାବେ ଜାରି କରାଯିବ ଏବଂ ୫୨,୬୮,୦୦୦ ଇକ୍ୱିଟି ସେୟାରକୁ ଅଂଶଧନକାରୀମାନେ ଅଫର ଫର୍ ସେଲ ରେ ବିକ୍ରି କରିବେ। ଏହି ଅଫରରେ ଯୋଗ୍ୟ କର୍ମଚାରୀଙ୍କ ପାଇଁ ୧,୦୦,୦୦୦ ଇକ୍ୱିଟି ସେୟାର ସଂରକ୍ଷିତ ରହିବ।
ଆଙ୍କର ନିବେଶକଙ୍କ ପାଇଁ ବିଡ ଦାଖଲ କରିବାର ତାରିଖ ହେଉଛି ୨୦୧୪ ନଭେମ୍ବର ୨୧। ଏହି ଅଫରର ବିଡ ନଭେମ୍ବର ୨୬ ମଙ୍ଗଳବାର ବନ୍ଦ ହେବ।
ଏହି ଅଫରରେ ଇକ୍ୱୀଟି ସେୟାର ପିଛା ଦାମ ୧୪୦ ଟଙ୍କାରୁ ୧୪୮ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି। ନିବେଶକମାନେ ସର୍ବନିମ୍ନ ୧୦୧ଟି ଇକ୍ୱିଟି ସେୟାର ପାଇଁ ବିଡ ଦାଖଲ କରିପାରିବେ ଓ ୧୦୧ଟି ଲେଖାଏଁ ଇକ୍ୱିଟି ସେୟାରକୁ ଗୁଣିତକ ହିସାବରେ ଯୋଡ଼ିପାରିବେ।
କଂପାନି ଇକ୍ୱିଟି ସେୟାରର ନୂତନ ଇସ୍ୟୁରୁ ହେବାକୁ ଥିବା ଆୟକୁ (୧) କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା ଦିଗରେ ବ୍ୟବହାର କରିବା; (୨)ହାଇବ୍ରିଡ୍ ବାର୍ଷିକ ଭିତ୍ତିକ ପିପିପି ମାଧ୍ୟମରେ ଉତ୍ତରପ୍ରଦେଶର ମଥୁରାଠାରେ ‘ମଥୁରା ସ୍ୱେରେଜ୍ ସ୍କିମ୍‌’ ନାମକ ପ୍ରକଳ୍ପ ଅଧୀନରେ ୬୦ ଏମ୍‌ଏଲଡି ଏସଟିପି ନିର୍ମାଣ ପାଇଁ ଆମର ସହାୟକ ସଂସ୍ଥା ଇଆଇଏଲ୍ ମଥୁରା ଇନଫ୍ରା ଇଞ୍ଜିନିୟର୍ସ ପ୍ରାଇଭେଟ୍ ଲିମିଟେଡରେ ପାଣ୍ଠି ବିନିଯୋଗ କରିବା, (୩)କିଛି ବକେୟା ଋଣର ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ ପରିଶୋଧ, (୪) ଅଧିଗ୍ରହଣ ଏବଂ ସାଧାରଣ କର୍ପୋରେଟ୍ ଉଦ୍ଦେଶ୍ୟ ମାଧ୍ୟମରେ ବ୍ୟବହାର କରିବାକୁ ପ୍ରସ୍ତାବ ରହିଛି।
ଅଫର ଫର୍ ସେଲରେ ସଞ୍ଜୟ ଜୈନଙ୍କ ଦ୍ୱାରା ୨୧,୩୪,୦୦୦ ଇକ୍ୱିଟି ସେୟାର, ମନୀଷ ଜୈନଙ୍କ ଦ୍ୱାରା ୨୧,୩୪,୦୦୦ ଇକ୍ୱିଟି ସେୟାର, ରିତୁ ଜୈନଙ୍କ ଦ୍ୱାରା ୫,୦୦,୦୦୦ ଇକ୍ୱିଟି ସେୟାର ଏବଂ ଶାଚି ଜୈନଙ୍କ ଦ୍ୱାରା ୫,୦୦,୦୦୦ ଇକ୍ୱିଟି ସେୟାର ବିକ୍ରି କରିବେ।
କମ୍ପାନିର ଇକ୍ୱିଟି ସେୟାରକୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ଏନଏସଇ ଲିମିଟେଡରେ ତାଲିକାଭୁକ୍ତ କରିବା ପାଇଁ ଡ୍ରାଫ୍ଟ ରେଡ ହେରିଂ ପ୍ରୋସ୍ପେକଟସରେ ପ୍ରସ୍ତାବ ରହିଛି।
ଏହି ଅଫରର ବୁକ ରନିଂ ଲିଡ଼ ମ୍ୟାନେଜର ହେଉଛି ହେମ ସିକ୍ୟୋରିଟିଜ୍ ଲିମିଟେଡ।

Share

Leave a Reply

Your email address will not be published. Required fields are marked *

19 + ten =