Business

ଲଜିଷ୍ଟିକ୍ସ କମ୍ପାନି ଗ୍ଲୋଟିସ ଲିମିଟେଡ ପକ୍ଷରୁ ସେବି ନିକଟରେ ଆଇପିଓ ପେପର ଦାଖଲ


ଭୁବନେଶ୍ୱର: ଶକ୍ତି ଯୋଗାଣ ଶୃଙ୍ଖଳାର ଲଜିଷ୍ଟିକ୍ସ କମ୍ପାନି ଗ୍ଲୋଟିସ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। କମ୍ପାନି ଇନିସିଆଲ ପବ୍ଲିକ ଅଫର ଜରିଆରେ ୨୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରିବ ଏବଂ ଅଫର ଫର ସେଲରେ କମ୍ପାନିର ପ୍ରତିଷ୍ଠାତା ରାମ କୁମାର ସେନ୍ଥିଲଭେଲ ଓ କୁଟାପାନ ମଣିକନ୍ଦନ ୧୪,୫୭୧,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ଜାରି କରିବେ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗ୍ରହ ହେବ ସେଥିରୁ ୫୩ କୋଟି ଟଙ୍କାକୁ ବାଣିଜ୍ୟିକ ଯାନ କିଣିବା ପାଇଁ ପୁଞ୍ଜି ବ୍ୟୟ ଆବଶ୍ୟକତା ପୂରଣ କରିବା, ୩୮ କୋଟି ଟଙ୍କାକୁ କେତେକ ଋଣ ପରିଶୋଧ କିମ୍ବା ଆଗୁଆ ପରିଶୋଧ କରିବା, ଅଧିଗ୍ରହଣ ପାଇଁ ବ୍ୟବହାର କରିବା ଏବଂ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାକୁ କମ୍ପାନି ପ୍ରସ୍ତାବ ରଖିଛି।
ଗ୍ଲୋଟିସ୍ ହେଉଛି ଏକ ଅଗ୍ରଣୀ ମଲଟି ମୋଡାଲ୍‌, ସମନ୍ୱିତ ଲଜିଷ୍ଟିକ୍ ସେବା ପ୍ରଦାନକାରୀ ଯାହା ଶକ୍ତି ଯୋଗାଣ ଶୃଙ୍ଖଳା ସମାଧାନ ଉପରେ ବିଶେଷ ଧ୍ୟାନ ଦେଉଛି। ଏହା ବିମାନ, ସଡ଼କରେ ମାଲ ପରିବହନ, ଅନ୍ୟାନ୍ୟ ଆନୁଷଙ୍ଗିକ ସେବା ସହିତ ଗୋଦାମ, ଷ୍ଟୋରେଜ୍‌, ପଣ୍ୟ ପରିଚାଳନା, ତୃତୀୟ ପକ୍ଷ ଲଜିଷ୍ଟିକ୍ସ ସେବା ଏବଂ କଷ୍ଟମ କ୍ଲିୟରାନ୍ସ ଆଦି ସୁବିଧା ପ୍ରଦାନ କରୁଛି। ୨୦୨୩-୨୪ ଆର୍ôଥକ ବର୍ଷରେ କମ୍ପାନି ୯୫,୦୦୦ ଟିଇୟୁ ପରିଚାଳନା କରିଥିଲା।
ଗ୍ଲୋଟିସ୍ ଅକ୍ଷୟ ଶକ୍ତି ଶିଳ୍ପ, ଇଞ୍ଜିନିୟରିଂ ଉତ୍ପାଦ, ଘରୋଇ ଉପକରଣ, ବିଲ୍ଡିଂ ସାମଗ୍ରୀ ଏବଂ କୃଷି, ଅଟୋମୋବାଇଲ ରାସାୟନିକ ପଦାର୍ଥ, ବୟନ, ଯନ୍ତ୍ରପାତି ସମେତ ଅନ୍ୟାନ୍ୟ ଶିଳ୍ପ ସମେତ ଏକାଧିକ ଶିଳ୍ପରେ ଗ୍ରାହକମାନଙ୍କୁ ସେବା ପ୍ରଦାନ କରୁଛି। ଏହା ଶକ୍ତି ଭିତ୍ତିଭୂମି ଏବଂ ଅକ୍ଷୟ ଶକ୍ତି ପ୍ରକଳ୍ପ ଉପରେ ବିଶେଷ ଗୁରୁତ୍ୱ ଦେଉଛି।
କମ୍ପାନି ଏହାର ୮ଟି ଶାଖା କାର୍ଯ୍ୟାଳୟ ମାଧ୍ୟମରେ ସାରା ଭାରତରେ ଉପସ୍ଥିତ ରହିଛି ଏବଂ ବର୍ଷ ବର୍ଷ ଧରି ୟୁରୋପ, ଉତର ଆମେରିକା, ଦକ୍ଷିଣ ଆମେରିକା, ଆଫ୍ରିକା, ମଧ୍ୟପ୍ରାଚ୍ୟ ଏବଂ ଏସୀୟ ଦେଶ ସମେତ ବିଭିନ୍ନ ଦେଶରେ କାର୍ଯ୍ୟ କରୁଛି। ଏହା ୧୧୦ଟି ଦେଶରେ ସେବା ପ୍ରଦାନ କରୁଛି।
୨୦୨୩-୨୪ ଆର୍ôଥକ ବର୍ଷରେ କଂପାନି (୪୯୭.୪ କୋଟି ଟଙ୍କା ଆୟ କରିଛି। ଗତ ତିନି ଆର୍ôଥକ ବର୍ଷରେ କଂପାନି ଦ୍ୱାରା ଉତ୍ପାଦିତ ସାମୁଦ୍ରିକ ମାଲ ପରିବହନ ପରିମାଣ ୨୦୨୨ ଆର୍ôଥକ ବର୍ଷରେ ୫୮,୭୬୦ ଟିଇୟୁରୁ ୬୧.୮୦% ବୃଦ୍ଧି ପାଇ ୨୦୨୪ ଆର୍ôଥକ ବର୍ଷରେ ୯୫,୦୭୨ ଟିଇୟୁରେ ପହଂଚିଛି।

Share

Leave a Reply

Your email address will not be published. Required fields are marked *

three × 1 =