Business

କ୍ୟାମ୍ପସ୍ ଆକ୍ଟିଭ୍‌ଓୟାର ପକ୍ଷରୁ ଅନୁଗୁଳରେ ନୂଆ ଷ୍ଟୋର୍ ଲୋକାର୍ପିତ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ କ୍ରୀଡ଼ା ଓ ଆଥେଲିଜର ଜୋତା ବ୍ରାଣ୍ଡ କ୍ୟାମ୍ପସ ଓଡ଼ିଶାର ଅନୁଗୁଳରେ ଏହାର ସହଯୋଗୀ ଥ୍ରିଲାନ୍ସ ଦ୍ୱାରା ପରିଚାଳିତ ଏକ ନୂତନ ଷ୍ଟୋର ଆରମ୍ଭ କରିଛି। ଗାନ୍ଧୀ ଛକ, ବାଇ ପାସ୍ ରୋଡ୍‌-ଅନୁଗୁଳ, ଏଲ୍‌ପି-୭୫୯୧୨୨ ସମ୍ମୁଖରେ ଏହି ଷ୍ଟୋର୍ ଅବସ୍ଥିତ। ଏଥିରେ ଉଚ୍ଚମାନର, ଫ୍ୟାଶନେବଲ ଏବଂ ସୁଲଭ ସ୍ନିକର ରହିଛି। ଷ୍ଟୋର୍‌ର ଉଦଘାଟନ ଅବସରରେ କ୍ୟାମ୍ପସ୍ ପକ୍ଷରୁ ୨୦% ପର୍ଯ୍ୟନ୍ତ ରିହାତି ସହ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଉଛି।
ଏହି ଷ୍ଟୋର ଶୁଭାରମ୍ଭ ବ୍ରାଣ୍ଡ ଅଭିବୃଦ୍ଧି ଯାତ୍ରାର ଏକ ଅଂଶ। ଏହା କ୍ରମାଗତ ଭାବରେ ଫ୍ୟାଶନକୁ ଆଗକୁ ବଢ଼ାଇବାଠାରୁ ଆରମ୍ଭ କରି ଚାହିଦା ପୂରଣ କରିବା ସମୟରେ ଗ୍ରାହକଙ୍କ ଅଭିଜ୍ଞତାକୁ ବଢ଼ାଇବା ପାଇଁ ଏକ ମଲ୍ଟି-ଚ୍ୟାନେଲ୍ ବିକ୍ରୟ ଆଭିମୁଖ୍ୟ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରୁଛି।
ନୂତନ ଭାବେ ଆରମ୍ଭ ହୋଇଥିବା ଏହି ଷ୍ଟୋରରେ ନାଇଟ୍ରୋ ଫ୍ଲାଇ ଏବଂ ନାଇଟ୍ରୋ ବୁଷ୍ଟ ରେଞ୍ଜ ସମେତ ସ୍ନିକର୍ସ ଏବଂ ଆଧୁନିକ ଜୋତା ପାଇଁ କ୍ୟାମ୍ପସର ଉତ୍ପାଦ ପ୍ରଦର୍ଶିତ କରାଯାଇଛି। ତାହା ଗ୍ରାହକଙ୍କ ପାଇଁ ଏକ ଅତୁଳନୀୟ ସପିଂ ଅନୁଭୂତି ପ୍ରଦାନ କରୁଛି । ଦୈନନ୍ଦିନ ବ୍ୟବହାର ଏବଂ ଫ୍ୟାଶନ ପସନ୍ଦକୁ ପୂରଣ କରିବା ପାଇଁ ବିଭିନ୍ନ ବିକଳ୍ପ ସହିତ ଷ୍ଟୋରରେ ସମସ୍ତଙ୍କ ପାଇଁ କିଛି ନା କିଛି ରହିଛି। ଏହି ପଦକ୍ଷେପ କ୍ୟାମ୍ପସ ଆକ୍ଟିଭୱେୟାରର ଗ୍ରାହକଙ୍କ ପାଇଁ ମୂଲ୍ୟ ଯୋଡିବା ଯାହା ସେମାନଙ୍କୁ ଉତ୍ପାଦର ପାର୍ଥକ୍ୟକୁ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିବାର ସୁଯୋଗ ପ୍ରଦାନ କରିବ।
ଏହି ଅବସରରେ କ୍ୟାମ୍ପସ ଆକ୍ଟିଭୱେୟାର ଲିମିଟେଡର ସିଇଓ ନିଖିଲ ଅଗ୍ରୱାଲ କହିଛନ୍ତି ଯେ, “ଓଡ଼ିଶାର ଅନୁଗୁଳରେ ଆମର ନୂତନ ଆଉଟଲେଟ୍‌ର ଶୁଭାରମ୍ଭ ଘୋଷଣା କରି ଆମେ ଉତ୍ସାହିତ ଯାହା ପ୍ରତ୍ୟେକ ପଦକ୍ଷେପରେ ଗୁଣାତ୍ମକ, ସୌଖିନତା ଏବଂ ସୁଲଭତାର ମିଶ୍ରଣ କରୁଥିବା ଜୋତା ଯୋଗାଇବା ପାଇଁ ଆମର ଅକ୍ଳାନ୍ତ ସମର୍ପଣର ପ୍ରମାଣ। ଆମର ନୂତନ ଷ୍ଟୋର୍ ଉନ୍ନତ କ୍ରୟ ଅନୁଭୁତି, ବିସ୍ତୃତ ଉତ୍ପାଦ, ସୁଲଭ ମୂଲ୍ୟ ଏବଂ ଗ୍ରାହକଙ୍କ ସନ୍ତୋଷ ବୃଦ୍ଧିର ପ୍ରତିଶ୍ରୁତି ଦେଉଛି। ଆମର ଯାତ୍ରା ଅଦମ୍ୟ ଶକ୍ତି ଦ୍ୱାରା ଉତ୍ସାହିତ ହୋଇଛି ଏବଂ ଆମେ ଆମର ଗ୍ରାହକମାନଙ୍କୁ ସେମାନଙ୍କ ବିଶ୍ୱାସ ଏବଂ ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛୁ।”
କ୍ୟାମ୍ପସ କ୍ରମାଗତ ବୃଦ୍ଧି ପାଉଥିବା ବଜାର ଭିତିଭୂମିରେ ଅସାଧାରଣ ଉତ୍ପାଦ ପ୍ରଦାନ କରି ନିଜର ପରିଚୟ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରୁଛି। ୨୮୮ଟି ଷ୍ଟୋର ସହିତ କ୍ୟାମ୍ପସ ପୂର୍ବ ଅପେକ୍ଷା ଅଧିକ ସ୍ଥାନରେ ନିଜର ପହଞ୍ଚ ବୃଦ୍ଧି କରିପାରିଛି। ଏହି ବ୍ରାଣ୍ଡ ଭାରତରେ ସବୁଠାରୁ ପସନ୍ଦ ଯୋଗ୍ୟ ଆଥେଲିଜର ବ୍ରାଣ୍ଡ ଭାବେ ଉଭା ହେବାକୁ ଲକ୍ଷ୍ୟ ରଖିଛି ଏବଂ ଗ୍ରାହକଙ୍କ ପାଦ ପାଇଁ ଫ୍ୟାଶନ ପ୍ରଦାନ କରିବା ପାଇଁ ପ୍ରତିଥର ଡିଜାଇନ୍ ଏବଂ ଉତ୍ପାଦ ନବସୃଜନ ଉପରେ ବଡ ବାଜି ଲଗାଇଛି।
କ୍ୟାମ୍ପସ ଉତ୍ପାଦଗୁଡିକର ଗୁଣବତା ଓ ଡିଜାଇନ୍ ଭାରତର ସହର ଏବଂ ନଗରଗୁଡିକରେ ଗ୍ରାହକଙ୍କ ଆଗ୍ରହ ବୃଦ୍ଧିକୁ ସୁନିଶ୍ଚିତ କରିଛି। ସମାନୁଯାୟୀ ଗ୍ରାହକଙ୍କ ପସନ୍ଦ ସହିତ ସମନ୍ୱୟ ରକ୍ଷା କରି ବିକଶିତ ହୋଇଥିବା ଏକ ବ୍ରାଣ୍ଡ ଭାବରେ କ୍ୟାମ୍ପସ୍ ର ଉଦ୍ଦେଶ୍ୟ ଯୁବକମାନଙ୍କ ମଧ୍ୟରେ ପରିଧାନ ଅଂଶ ଭାବେ ଜୋତା ଚେତନା ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରିବା।

Share

Leave a Reply

Your email address will not be published. Required fields are marked *

one × 2 =