ଭିମ୍ ପକ୍ଷରୁ ୟୁପିଆଇ ସର୍କଲର ଶୁଭାରମ୍ଭ
ଭୁବନେଶ୍ୱର: ନ୍ୟାସନାଲ୍ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆ (ଏନ୍ପିସିଆଇ)ର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଏନପିସିଆଇ ଭିମ ସର୍ଭିସେସ ଲିମିଟେଡ (ଏନବିଏସଏଲ) ପକ୍ଷରୁ ଭିମ୍ ପେମେଂଟ ଆପରେ ପାର୍ସିଆଲ ଡେଲିଗେସନ (ଆଂଶିକ ଦାୟିତ୍ୱ ନ୍ୟସ୍ତ କରିବା) ସହ ୟୁପିଆଇ ସର୍କଲର ଶୁଭାରମ୍ଭ କରାଯାଇଛି। ନିର୍ଦ୍ଦିଷ୍ଟ ନିୟନ୍ତ୍ରଣ ଓ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ବିଶ୍ୱସନୀୟ ବ୍ୟକ୍ତିଙ୍କୁ ୟୁପିଆଇ କାରବାର କ୍ଷମତା ପ୍ରଦାନ କରିବାରେ ଏହା ବ୍ୟବହାରକାରୀମାନଙ୍କୁ ସଶକ୍ତ କରିବ।
ୟୁପିଆଇ ସର୍କଲରେ ପ୍ରାଥମିକ ବ୍ୟବହାରକାରୀ ନିଜ ଖାତାରେ ୟୁପିଆଇ କାରବାର ପରିଚାଳନା କରିବା ଲାଗି ପାଂଚ ଜଣ ମାଧ୍ୟମିକ ବ୍ୟବହାରକାରୀଙ୍କୁ ସ୍ୱୀକୃତି ଦେଇପାରିବେ। ମାଧ୍ୟମିକ ବ୍ୟବହାରକାରୀ ଆରମ୍ଭ କରିବାକୁ ଥିବା ପ୍ରତି କାରବାର ପାଇଁ ପ୍ରାଥମିକ ବ୍ୟବହାରକାରୀଙ୍କୁ ନୂଆ ଭିମ ଆପରେ ୟୁପିଆଇ ପିନ ଜରିଆରେ ଅନୁମୋଦନ ଆବଶ୍ୟକ ପଡ଼ିବ। ମାଧ୍ୟମିକ ବ୍ୟବହାରକାରୀ କରୁଥିବା ସମସ୍ତ କାରବାର ପ୍ରାଥମିକ ବ୍ୟବହାରକାରୀଙ୍କୁ ବାସ୍ତବ ସମୟ ଭିତିରେ ଦେଖାଯିବ।
ଏନବିଏସଏଲର ପରିଚାଳନା ନିର୍ଦେଶକ ଓ ସିଇଓ ଲଳିତା ନଟରାଜ କହିଛନ୍ତି ଯେ, ‘ଭିମରେ ୟୁପିଆଇ ସର୍କଲ ଏକ ସୁବିଧାଠାରୁ ଯଥେଷ୍ଟ ଅଧିକ। ଏହା ହେଉଛି ଅଧିକ ଅନ୍ତର୍ଭୁକ୍ତୀକରଣ ଓ କନେକ୍ଟେଡ ଆର୍ôଥକ ବ୍ୟବସ୍ଥା ଦିଗରେ ଏକ ପଦକ୍ଷେପ। ଆର୍ôଥକ ଦାୟିତ୍ୱ ନ୍ୟସ୍ତ କରିବା ପାଇଁ ଏକ ସୁରକ୍ଷିତ ଓ ନମନୀୟ ଉପାୟ ପ୍ରଦାନ କରି ୟୁପିଆଇ ସର୍କଲ ଆମେ ଆମ ଅର୍ଥକୁ ଯେଉଁଭଳି ଭାବେ ପରିଚାଳନା ଓ ବଂଟନ କରୁଛୁ ସେଥିରେ ଉନ୍ନତି ଆଣିବା ସହିତ ଏକ ଅଧିକ ଆନ୍ତଃ ସଂଯୋଗ ସମାଜକୁ ସମର୍ଥନ କରିପାରିବୁ। ଏଭଳି ସୁବିଧା ଜରିଆରେ ଡିଜିଟାଲ ପେମେଂଟକୁ ସମସ୍ତଙ୍କ ପାଇଁ ଅଧିକ ବ୍ୟବହାରକ୍ଷମ ଓ ଅର୍ନ୍ତଭୁକ୍ତୀକରଣ କରିବାର ବୃହତ ଉଦ୍ୟମର ଏକ ଅଂଶକୁ ଜାରି ରଖିପାରିବୁ।’’
ଅଧିକନ୍ତୁ, ୟୁପିଆଇ ଲିଙ୍କ ହୋଇଥିବା ବ୍ୟାଙ୍କ ଖାତା ନଥିବା ଲୋକମାନଙ୍କୁ ଆର୍ôଥକ ଅନ୍ତର୍ଭୁକ୍ତୀକରଣରେ ସାମିଲ କରିବା ପାଇଁ ୟୁପିଆଇ ସର୍କଲ ଉତ୍ସାହିତ କରିବ। ଏଥିରେ ବରିଷ୍ଠ ନାଗରିକଙ୍କ ପାଇଁ ସହାୟତା ରହିଛି ଯିଏ ନିଜ ସ୍ଥାନରେ ଅନ୍ୟକୁ ପେମେଂଟ ଦାୟିତ୍ୱ ନ୍ୟସ୍ତ କରିପାରିବେ। ଅଭିଭାବକମାନେ ପିଲାମାନଙ୍କ ଶିକ୍ଷାଗତ ଖର୍ଚ୍ଚକୁ ନିୟନ୍ତ୍ରଣ କରିପାରିବେ। କ୍ଷୁଦ୍ର ବ୍ୟବସାୟୀମାନେ ଷ୍ଟାଫମାନଙ୍କୁ ସୁରକ୍ଷିତ ଉପାୟରେ ପେମେଂଟ ଦାୟିତ୍ୱ ନ୍ୟସ୍ତ କରିପାରିବେ। ଡିଜିଟାଲ କ୍ଷେତ୍ରରେ ଅଭିଜ୍ଞତା ନଥିବା ବ୍ୟବହାରକାରୀମାନଙ୍କୁ ସହାୟତା କରାଯାଇପାରିବ।
ୟୁପିଆଇ ଭିମ ଆପର ସଦ୍ୟତମ ଭର୍ସନରେ ୟୁପିଆଇ ସର୍କଲ ଉପଲବ୍ଧ ରହିଛି। ସେଥିରେ ସ୍ପ୍ଲିଟ ଏକ୍ସପେନସେସ, ଫ୍ୟାମିଲି ମୋଡ, ସ୍ପେଣ୍ଡସ ଡ୍ୟାସବୋର୍ଡ, ବହୁଭାଷୀ ସହାୟତା ଏବଂ ଉନ୍ନତ ଗ୍ରାହକ ଅନୁଭୂତି ରହିଛି।