Business

ଫିନୋଲେକ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଗ୍ରାମୀଣ ଓଡ଼ିଶାରେ ନିରନ୍ତର ଦକ୍ଷତା ବିକାଶରେ ଅଗ୍ରଣୀ

ଭୁବନେଶ୍ୱର: ଫିନୋଲେକ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଏଫଆଇଏଲ) ପକ୍ଷରୁ ସିଏସ୍‌ଆର୍ ସହଯୋଗୀ ମୁକୁଲ ମାଧବ ଫାଉଣ୍ଡେସନ୍ (ଏମ୍‌ଏମଏଫ) ଏବଂ ଆକ୍ସନ ଏଡର ମିଳିତ ସହଯୋଗରେ ଆଇଟିଆଇ ପଟ୍ଟାମୁଣ୍ଡାଇଠାରେ ପାଣି ପାଇପ (ପ୍ଲମ୍ବିଂ)ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିଛି ଯେଉଁଥିରେ ୪୭ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ଫିନୋଲେକ୍ସ ଏବଂ ଏମଏମଏଫ ମଧ୍ୟରେ ଏକ ଦଶନ୍ଧି ଧରି ଚାଲିଥିବା ସହାଯାଗିତାରେ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଯାହା ସ୍ଥାୟୀ ଉଦ୍ୟୋଗୀ ସୁଯୋଗ ସୃଷ୍ଟି କରିବାର ପ୍ରତିବଦ୍ଧତା ଉପରେ ଆଲୋକପାତ କରୁଛି।
ଅଗ୍ରଣୀ ଆନ୍ତର୍ଜାତିକ ଉନ୍ନୟନ ସଂସ୍ଥା ଆକ୍ସନ ଏଡ୍ ଏହି କାର୍ଯ୍ୟକ୍ରମର ସାମାଜିକ ପ୍ରଭାବକୁ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହି ସହଯୋଗିତା ଗ୍ରାମୀଣ ଓଡ଼ିଶାରେ ଦକ୍ଷତା ବିକାଶ ଏବଂ ଅର୍ଥନୈତିକ ସଶକ୍ତୀକରଣ ପାଇଁ ଏକ ସୁଦୃଢ଼ ପରିବେଶ ସୃଷ୍ଟି କରିଛି।
ଫିନୋଲେକ୍ସର ମାର୍କେଟିଂ ଆଣ୍ଡ କମ୍ୟୁନିକେସନର ଉପାଧ୍ୟକ୍ଷ ସୁମିତ ଭାଟିଆ କହିଛନ୍ତି ଯେ,“ପାଣି ପାଇପ କାର୍ଯ୍ୟ ଏକ ବୈଷୟିକ କୌଶଳ ଠାରୁ ଅଧିକ। ଏହା ଉଦ୍ୟୋଗଏବଂ ଅର୍ଥନୈତିକ ସ୍ୱାଧୀନତାର ପ୍ରବେଶ ଦ୍ୱାର। ଆମେ କେବଳ ବ୍ୟକ୍ତିବିଶେଷଙ୍କୁ ପ୍ରଶିକ୍ଷଣ ଦେଉନାହୁଁ, ବରଂ ଆମେ କ୍ଷୁଦ୍ର ଉଦ୍ୟୋଗୀ ସୃଷ୍ଟି କରୁଛୁ ଯେଉଁମାନେ ସେମାନଙ୍କ ସ୍ଥାନୀୟ ଅର୍ଥନୀତିକୁ ପରିବର୍ତନ କରିପାରିବେ।”
ପାଣି ପାଇପ ପ୍ରଶିକ୍ଷଣ ବୈଷୟିକ ଦକ୍ଷତା ଠାରୁ ଆଗକୁ ବଢ଼ି ବ୍ୟାବସାୟିକ ମୌଳିକତା ଉପରେ ବ୍ୟାପକ ପ୍ରଶିକ୍ଷଣ ପ୍ରଦାନ କରି ଫିନୋଲେକ୍ସ ଏକ ନୂତନ ପିଢ଼ିର ଦକ୍ଷ ଉଦ୍ୟୋଗୀଙ୍କୁ ସମୃଦ୍ଧ କରୁଛି। ଗ୍ରାଜୁଏଟମାନେ ପାଣି ପାଇପ କାର୍ଯ୍ୟ ଶିଖିବା ନିଜର ବ୍ୟବସାୟ ଆରମ୍ଭ କରିବା, ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁରକ୍ଷିତ କରିବା କିମ୍ବା ନିର୍ମାଣ, ଭିତିଭୂମି ଏବଂ ଗୃହ ଉନ୍ନୟନ ଶିଳ୍ପରେ ମୂଲ୍ୟବାନ ସମ୍ପତିରେ ପରିଣତ କରିବାର ଜ୍ଞାନ ଆହରଣ କରିଛନ୍ତି।
ଏଫଆଇଏଲ୍‌, ଏମଏମଏଫ୍ ଓ ଆକ୍ସନ ଏଡର ମିଳିତ ପ୍ରକଳ୍ପ କେନ୍ଦ୍ରାପଡ଼ାରେ ଅର୍ଥପୂର୍ଣ୍ଣ ସୁଯୋଗ ସୃଷ୍ଟି କରିବା ସହ ୧୦ଟି ଗାଁର ୭୨ ଜଣ ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିଛି। ଏହି ପ୍ରକଳ୍ପରେ ସାମାଜିକ ସୁରକ୍ଷା ଯୋଜନା ସହିତ ଜଡ଼ିତ ୪୪୨ ପରିବାର, ଦକ୍ଷତା ବିକାଶ ଏବଂ ନିଯୁକ୍ତି ସୁଯୋଗ ପ୍ରଦାନ କରୁଥିବା ୩୦ ଜଣ ଯୁବକ ଏବଂ ୨୬୫ ଜଣ ସଦସ୍ୟଙ୍କୁ ନେଇ ୧୦ଟି ମହିଳା ଗୋଷ୍ଠୀ ଗଠନ କରାଯାଇଛି।
ଏହି ମହିଳାମାନେ ଧୂପକାଠି ଓ ଫିନାଇଲ ଉତ୍ପାଦନ ଭଳି ଅଭିନବ ଉଦ୍ୟୋଗରେ ସଫଳତା ପାଇଥିବା ବେଳେ ସ୍ଥାନୀୟ ଯୁବକମାନେ ଆତିଥ୍ୟ ଓ ରପ୍ତାନି ସମେତ ବିଭିନ୍ନ କ୍ଷେତ୍ରରେ ସ୍ଥାନ ହାସଲ କରିଛନ୍ତି।
ମୁକୁଲ ମାଧବ ଫାଉଣ୍ଡେସନ, ଫିନୋଲେକ୍ସ ସହିତ ଏକ ଦଶନ୍ଧିର ସହଯୋଗିତାକୁ ପାଳନ କରିବାରେ ଏହି ପରିବର୍ତନକାରୀ ପଦକ୍ଷେପକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବିଗତ ଦଶ ବର୍ଷ ମଧ୍ୟରେ, ଫାଉଣ୍ଡେସନ ଫିନୋଲେକ୍ସ ସହିତ ମିଶି ପାରମ୍ପରିକ କର୍ପୋରେଟ୍ ସାମାଜିକ ଦାୟିତ୍ୱଠାରୁ ଆଗକୁ ଯାଇ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି ଉପରେ ଧ୍ୟାନ ଦେଉଥିବା କାର୍ଯ୍ୟକ୍ରମ ପ୍ରଣୟନ କରୁଛି।
ପ୍ରତିଭାକୁ ପ୍ରୋତ୍ସାହିତ କରିବା, ଦକ୍ଷତା ଅଭାବକୁ ଦୂର କରିବା ଏବଂ ବ୍ୟକ୍ତିଗତ ସମ୍ଭାବନା ବୃଦ୍ଧି ପାଇବା ପାଇଁ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ଏଫ୍‌ଆଇଏଲ୍ ପ୍ରତିଶ୍ରୁତିବଦ୍ଧ ରହିଛି।

Share

Leave a Reply

Your email address will not be published. Required fields are marked *

15 − 5 =