ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ଏମଡିଜିନେକ୍ସଟ ମୋବାଇଲ୍ ଆପ୍ର ଶୁଭାରମ୍ଭ; ନଗଦ ପରିଚାଳନା ସେବା ପାଇଁ ଉତ୍ସର୍ଗୀକୃତ
ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ବରୋଦା କ୍ୟାସ୍ ମ୍ୟାନେଜମେଣ୍ଟ ସର୍ଭିସେସ୍ (ବିସିଏମ୍ଏସ୍) ବ୍ୟବହାର କରୁଥିବା ବ୍ୟାଙ୍କର କର୍ପୋରେଟ୍ ଗ୍ରାହକଙ୍କ ପାଇଁ ଏକ ଉତ୍ସର୍ଗୀକୃତ ନଗଦ ପରିଚାଳନା ସେବା ମୋବାଇଲ ଆପ ‘ବରୋଦା ଏମଡିଜିନେକ୍ସଟ୍ ଉନ୍ମୋଚନ କରିଛି। ଏହା ବ୍ୟାଙ୍କ ଅଫ୍ ବରୋଦାକୁ ଭାରତର ଅଳ୍ପ କେତୋଟି ବ୍ୟାଙ୍କ ମଧ୍ୟରେ ସାମିଲ କରିଛି ଯେଉଁମାନେ କେବଳ କର୍ପୋରେଟମାନଙ୍କ ନଗଦ ପରିଚାଳନା ଆବଶ୍ୟକତା ପୂରଣ କରିବା ପାଇଁ ଏକ ଆପ୍ ପ୍ରଚଳନ କରିଛନ୍ତି। ବରୋଦା ଏମଡିଜିନେକ୍ସଟ ମୋବାଇଲ ଆପର ଉଦ୍ଦେଶ୍ୟ ହେଉଛି ବ୍ୟବସାୟୀଙ୍କ କାର୍ଯ୍ୟକାରୀ ପୁଞ୍ଜି ଏବଂ ନଗଦ ପ୍ରବାହକୁ ପରିଚାଳନା କରିବାରେ ଅଧିକ ଦକ୍ଷତା ଆଣିବା ଏବଂ ଦ୍ରୁତ କାର୍ଯ୍ୟକାରିତା ଓ ପରିଚାଳନାକୁ ସହଜ କରିବାରେ ସହାୟକ ହେବା।
ଅତ୍ୟାଧୁନିକ ବରୋଦା ଏମ୍ ଡିଜିନେକ୍ସଟ ମୋବାଇଲ୍ ଆପ୍ କର୍ପୋରେଟ୍ ସଂସ୍ଥାମାନଙ୍କ ପାଇଁ ନଗଦ ପରିଚାଳନା ଏବଂ କାର୍ଯ୍ୟପ୍ରବାହକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏହା କର୍ପୋରେଟ୍ ଗ୍ରାହକମାନଙ୍କୁ ଅତ୍ୟାବଶ୍ୟକ ଏବଂ ଉନ୍ନତ ଆର୍ôଥକ ଟୁଲ୍ସ ଗୁଡ଼ିକୁ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ତ୍ୱରିତ ଏବଂ ସୂଚନା ଆଧାରିତ ଆର୍ôଥକ ନିଷ୍ପତି ନେବା ପାଇଁ ଚବିଶ ଘଂଟିଆ ସୁବିଧା ପ୍ରଦାନ କରିବ।
ଏହି ଅବସରରେ ବ୍ୟାଙ୍କ ଅଫ୍ ବରୋଦାର ପରିଚାଳନା ନିର୍ଦେଶକ ତଥା ସିଇଓ ଦେବଦତ୍ତ ଚାନ୍ଦ କହିଛନ୍ତି ଯେ, ‘କର୍ପୋରେଟ୍ ଗ୍ରାହକଙ୍କ ପାଇଁ ବରୋଦା ଏମଡିଜିନେକ୍ସଟ ମୋବାଇଲ୍ ଆପ୍ ଶୁଭାରମ୍ଭ ହେବା ସହିତ ଆମେ କର୍ପୋରେଟ୍ କ୍ଲାଏଂଟଙ୍କ ନଗଦ ପରିଚାଳନା ଏବଂ ବ୍ୟାଙ୍କିଙ୍ଗ୍ ସେବା ପାଇଁ ଏକ ନୂଆ ଅନୁଭୂତି ସୃଷ୍ଟି କରୁଛୁ। ଏହି ଆପ୍ ଗ୍ରାହକ ଅନୁକୂଳ ଇଂଟରଫେସ୍, ଉନ୍ନତ ବ୍ୟାଙ୍କିଙ୍ଗ୍ ଟୁଲ୍ସ ଏବଂ ସାମର୍ଥ୍ୟ ଏବଂ ନିରବଚ୍ଛିନ୍ନ କାର୍ଯ୍ୟକାରିତା ସହିତ ଗ୍ରାହକମାନଙ୍କୁ ସମୃଦ୍ଧ ସୂଚନା ପ୍ରଦାନ କରିବ ଯାହା ସେମାନଙ୍କୁ ଏକ ପ୍ରତିଯୋଗିତାମୂଳକ ବ୍ୟବସାୟ କ୍ଷେତ୍ରରେ ଆଗରେ ରହିବାରେ ସାହାଯ୍ୟ କରିବ।’’
ବ୍ୟାଙ୍କ ଅଫ୍ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଲଳିତ ତ୍ୟାଗୀ କହିଛନ୍ତି ଯେ, ‘ବରୋଦା ଏମଡିଜିନେକ୍ସଟ୍ ମୋବାଇଲ୍ ଆପ୍ର ଶୁଭାରମ୍ଭ ନଗଦ ପରିଚାଳନା ସେବାର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଏବଂ ଏହା ଅଭିନବ, ଭବିଷ୍ୟତ ପାଇଁ ପ୍ରସ୍ତୁତ ଡିଜିଟାଲ୍ ସମାଧାନ ପ୍ରଦାନ ପାଇଁ ଆମ ପ୍ରତିବଦ୍ଧତାକୁ ଦୋହରାଇଛି। ଭାରତରେ କର୍ପୋରେଟ୍ ଗ୍ରାହକଙ୍କ ପାଇଁ ଏକ ବିଶ୍ୱସ୍ତ ବ୍ୟାଙ୍କିଂ ପାର୍ଟନର ଭାବେ ଏହି ଆପ୍ ଆମର କର୍ପୋରେଟ ଗ୍ରାହକଙ୍କ ପାଇଁ ସୁବିଧା, ଦକ୍ଷତା ଏବଂ ନଗଦ ପ୍ରବାହ ପରିଚାଳନା ଉପରେ ନିୟନ୍ତ୍ରଣକୁ ଆହୁରି ବଢ଼ାଇବ।’’
ବାରୋଦା ଏମଡିଜିନେକ୍ସଟ ମୋବାଇଲ ଆପରେ ଅନେକ ପ୍ରକାର ସୁବିଧା ରହିଛି:
> ୱାନ ଟୁ ୱାନ ଟ୍ରାଞ୍ଜାକ୍ସନ ସୃଷ୍ଟି ଏବଂ ଅନୁମୋଦନ
> ବିପୁଳ ଅପଲୋଡ୍ କୁ ଅଥରାଇଜ୍ କରିବା ଏବଂ ପ୍ରତ୍ୟାଖ୍ୟାନ କରିବା
> ଏଣ୍ଡ-ଟୁ-ଏଣ୍ଡ କାରବାର ଏବଂ ୱାର୍କଫ୍ଲୋ ଟ୍ରାକିଂ
> କାରବାର ସ୍ଥିତି ଉପରେ ବାସ୍ତବ ସମୟ ଅନୁସନ୍ଧାନ ବୃଦ୍ଧି କରିବା
> ଖାତା ସାରଣୀ ଏବଂ ମିନି ଷ୍ଟେଟମେଂଟ ପ୍ରଦାନ କରିବା
> ସମସ୍ତ ଗ୍ରୁପ ସଂସ୍ଥାର ଏକ ସମନ୍ୱିତ ଡ୍ୟାସବୋର୍ଡ ଦେଖିବା
> ଓଟିପି ଭେରିଫିକେସନ୍ ଏବଂ ୩-ପର୍ଯ୍ୟାୟ ଭେରିଫିକେସନ ସହିତ ସୁରକ୍ଷା ବୃଦ୍ଧି
ବରୋଦା ଏମଡିଜିନେକ୍ସଟ ମୋବାଇଲ ଆପ୍ ବର୍ତମାନ ଆଣ୍ଡ୍ରଏଡରେ ଉପଲବ୍ଧ ଏବଂ ଖୁବଶୀଘ୍ର ଆଇଓଏସରେ ଉପଲବ୍ଧ ହେବ।