Business

ବ୍ୟାଙ୍କ ଅଫ୍ ବରେଦା ଦ୍ୱାରା ଏମଏସଏମଇ ସଂସ୍ଥା ମାନଙ୍କୁ ଅଧିକ ଋଣ ପ୍ରଦାନ ପାଇଁ “ବରୋଦା ମହିଳା ସ୍ୱାବଲମ୍ବନ” ଏବଂ “ବରୋଦା ସ୍ମାର୍ଟ ଓଡି” ଋଣ ସ୍କିମର ଆରମ୍ଭ

ଭୁବନେଶ୍ୱର: ଏମଏସଏମଇ କ୍ଷେତ୍ରକୁ ଆର୍ôଥକ ସହାୟତା ବୃଦ୍ଧି ଦିଗରେ ଭାରତ ସରକାରଙ୍କ ପଦକ୍ଷେପ ଅନୁଯାୟୀ, ଭାରତର ଅନ୍ୟତମ ଅଗ୍ରଣୀ ସରକାରୀ ବ୍ୟାଙ୍କ, “ବ୍ୟଙ୍କ ଅଫ୍ ବରୋଦା” ଦୁଇଟି ନୂଆ ସ୍କିମ୍ ଆରମ୍ଭ କରିଛି। “ବରୋଦା ମହିଳା ସ୍ୱାବଲମ୍ବନ” ସ୍କିମ ବିଶେଷ ଭାବରେ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଉଦ୍ଧିଷ୍ଟ । “ବରୋଦା ସ୍ମାର୍ଟ ଓଡି” ଏକ ଅଭିନବ ଡିଜିଟାଲ ଓଭରଡ୍ରଫ୍ଟ ସୁବିଧା ଯାହା ସ୍ୱଳ୍ପ ମିଆଦି କାର୍ଯ୍ୟ ପାଇଁ ପୁଞ୍ଜି ଉପଲବ୍ଧ କରାଇବ। ଏହା ଏକ ସମ୍ପୂର୍ଣ୍ଣ ଡିଜିଟାଲ ପଦ୍ଧତିରେ ଜିଏସଟି ପଞ୍ଜିକୃତ ଏମଏସଏମଇ ସଂସ୍ଥା ମାନଙ୍କୁ ସେମାନଙ୍କର ଡିଜିଟାଲ କାରବାରକୁ ଆଧାର କରି ଅଳ୍ପ ସମୟ ମଧ୍ୟରେ ଋଣ ପ୍ରଦାନ କରିପାରିବ। “ବରୋଦା ସ୍ମାର୍ଟ ଓଡି” ଖୁବ ସରଳ ଓ ସିଧା ପ୍ରୋସେସ ଦ୍ୱାରା ମଞ୍ଜୁରୀ ପର୍ଯ୍ୟାୟ ପର୍ଯ୍ୟନ୍ତ କାମ କରିଥାଏ।
ଏହି ଅବସରରେ ବ୍ୟାଙ୍କର କାର୍ଯ୍ୟନୀର୍ବାହୀ ନିର୍ଦ୍ଦେଶକ ଶ୍ରୀ ଲାଲ ସିଂ କହିଛନ୍ତି ଯେ, “ବ୍ୟାଙ୍କ ଅଫ୍ ବରୋଦା ଏମଏସଏମଇ ମାନଙ୍କ ଆର୍ôଥକ ଆବଶ୍ୟକତା, ମହିଳା ନେତୃତ୍ୱାଧୀନ ବ୍ୟବସାୟ ତଥା ଯୁବ ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରିବାକ ନିଜ ପ୍ରତିଶ୍ରୁତିବଦ୍ଧତାକୁ ପାଳନ କରୁଛି। “ବରୋଦା ମହିଳା ସ୍ୱାବଲମ୍ବନ” ଏବଂ “ବରୋଦା ସ୍ମାର୍ଟ ଓଡି” ର ଆରମ୍ଭ ଦ୍ୱାରା ଏକ ସରଳ ଏବଂ ସକଳ ଆର୍ôଥକ ଇକୋସିଷ୍ଟମର ପ୍ରୟାସକୁ ଆହୁରି ପ୍ରୋତ୍ସାହନ ମିଳିବ । ଏହା ଏକ ସହଜ ଏବଂ ସରଳ ପ୍ରୋସେସ ମାଧ୍ୟମରେ ଋଣ ଉପଲବ୍ଧ କରାଇପାରିବ ଯାହାଦ୍ୱରା ଅର୍ôଥକ ପ୍ରଗତିର ପଥ ସୁଗମ ହେବ।
“ବରୋଦା ମହିଳା ସ୍ୱାଭଲମ୍ବନ” ମହିଳା ଉଦ୍ୟୋଗୀ ମାନଙ୍କୁ ସହଜ ଋଣ ପ୍ରଦାନ କରିବ ଯାହାଦ୍ୱାରା ସେମାନେ ବିଭିନ୍ନ ରୋଜଗାର ପନ୍ଥାକୁ ଆପଣେଇବାକୁ ଆଗ୍ରହୀ ହୋଇପାରିବେ ଯାହାଦ୍ୱାରା ରୋଜଗାକ ଏବଂ ଚାକିରି କ୍ଷେତ୍ର ଆଗକୁ ବଢ଼ିପାରିବ।
“ବରୋଦା ମହିଳା ସ୍ୱଭଲମ୍ବନ” ସ୍କିମର ବୈଶିଷ୍ଟ ଗୁଡି଼କ ହେଲା, ପ୍ରତିଯୋଗୀତା ପୂର୍ଣ୍ଣ ସୁଧହାର – ବିଆରଏଲଏଲ ୯.୧୫ ପ୍ରତିଶତରୁ ଆରମ୍ଭ, ଋଣସୀମା – ୨୦ ଲକ୍ଷରୁ ୭.୫ କୋଟି , କହୋଳ ମାର୍ଜିନ ଆବଶ୍ୟକତା, କହୋଳ ବଦ୍ଧକ ସୁରକ୍ଷା ଆବଶ୍ୟକତା, ପ୍ରୋସେସିଂ ଦେୟ – ୫୦ ପ୍ରତିଶତ ରିହାତି , ଲମ୍ବା ପରିଶୋଧ ସମୟ – ୧୨୦ ମାସ ଓ ଏଥିପାଇଁ ଯୋଗ୍ୟତା – ଉଦ୍ୟମ (ୟୁଡିୱାଏଏମ) ଏବଂ ଜିଏସଟି ପଞ୍ଜିକୃତ ସଂସ୍ଥା ଯେଉଁଥିରେ ମହିଳା ଉଦ୍ୟୋଗୀଙ୍କ ମାଲିକାନା ଅନ୍ୟୁନ ୫୧ ପ୍ରତିଶତ ରହିଥିବା ଆବଶ୍ୟକ। ଉଭୟ ନୂଆ ଏବଂ ପୁରୁଣା ଗ୍ରାହାକମାନେ ବ୍ୟାଙ୍କ ଅଫ୍ ବରୋଦାର ସମସ୍ତ ଶାଖା ମାଧ୍ୟମରେ ଋଣ ପାଇଁ ଆବେଦନ କରିପାରିବେ।
“ବରୋଦା ସ୍ମାର୍ଟ ଓଡି” – ଜିଏସଟି ରିଟର୍ଣ୍ଣ ଆଧାରିତ ଫାଇଲ କରୁଥିବା ବ୍ୟକ୍ତିଗତ ତଥା ପ୍ରୋପରାଇଟରସିପ୍ ଚାଲୁ ଖାତାଧାରୀଙ୍କ ଡିଜିଟାଲ ଫୁଟ ପ୍ରିଣ୍ଟ ଉପରେ ଆଧାରିତ ମୂଲ୍ୟାଙ୍କନ ଦ୍ୱାରା ବ୍ୟାଙ୍କ ମାଧ୍ୟମରେ ସହଜ ଏବଂ ଖୁବ କମ୍ ସମୟରେ ଋଣ ପ୍ରଦାନ କରାଯାଇପାରିବ । ଓଭର ଡ୍ରାଫ୍ଟ ପରିମାଣ ୫୦ ହଜାରରୁ ୨୫ ଲକ୍ଷ ପର୍ଯ୍ୟନ୍ତ ଏହି ସ୍କିମ ମାଧ୍ୟମରେ ମିଳିପାରିବ। ଲୋନ ପ୍ରଣାଳୀ ସମ୍ପୂର୍ଣ୍ଣ ଡିଜିଟାଲ ମାଧ୍ୟମରେ କରାଯିବ ଏବଂ ଋଣଗ୍ରହିତା ଏକାଉଣ୍ଟ ଭେରିଫିକେଶନ ଏବଂ ଋଣ କାଗଜପତ୍ର ଭରିବା ପାଇଁ ଶାଖାକୁ ଯିବାର ଆବଶ୍ୟକତା ରହିଛି।
“ବରୋଦା ସ୍ମାର୍ଟ ଓଡ଼ି” ର ମୁଖ୍ୟ ବୈଶିଷ୍ଟ୍ୟ ଗୁଡ଼ିକ ହେଲା – ଉଦ୍ଦେଶ୍ୟ – ଜିଏସଟି ପଞ୍ଜିକୃତ ବ୍ୟକ୍ତିଗତ/ପ୍ରୋପରାଇଟର ସଂସ୍ଥାଙ୍କୁ ସ୍ୱଳ୍ପ ମିଆଦି ଋଣ , ଋଣର ପ୍ରକାର – ଓଭରଡ୍ରାଫ୍ଟ ସୁବିଧା, ଓଭରଡ୍ରାଫ୍ଟ ସୁବିଧା, ଓଭରଡ୍ରାଫ୍ଟର ପରିମାଣ – ୦.୫୦ ଲକ୍ଷରୁ ୨୫ ଲକ୍ଷ ଟଙ୍କା ମଧ୍ୟରେ, ଅବଧି -୧୨ ମାସ, ସୁଧହାର – ୧୦ ପ୍ରତିଶତ ପ୍ରତି ବର୍ଷରୁ ଆରମ୍ଭ, ପ୍ରୋସେସିଂ ଚାର୍ଜ – ବିଶେଷ ରିହାତି, ପ୍ରକ୍ରିୟାକରଣ ମାଧ୍ୟରେ ସିଧାସଳଖ ମଞ୍ଜୁରୀ।

Share

Leave a Reply

Your email address will not be published. Required fields are marked *

four × one =