ବାଙ୍ଗୁର ସିମେଂଟର ନୂଆ ଟିଭି ବିଜ୍ଞାପନରେ ବାଙ୍ଗୁର ମାଗନା ଓ ବାଙ୍ଗୁର ରୁଫଅନର ଦୃଢ଼ତାକୁ ପ୍ରଦର୍ଶିତ
ଭୁବନେଶ୍ୱର: ଶ୍ରୀ ସିମେଂଟ ପକ୍ଷରୁ ଏହାର ପ୍ରମୁଖ ବ୍ରାଣ୍ଡ ବାଙ୍ଗୁର ସିମେଂଟକୁ ନେଇ ଏକ ନୂଆ ଟିଭି ବିଜ୍ଞାପନ (ଟିଭିସି) ଉନ୍ମୋଚନ କରାଯାଇଛି, ଯେଉଁଥିରେ ଏହାର ଦୁଇ ପ୍ରମୁଖ ପ୍ରିମିୟମ ଉତ୍ପାଦ ବାଙ୍ଗୁର ମାଗନା ଓ ବାଙ୍ଗୁର ରୁଫଅନକୁ ପ୍ରଦର୍ଶିତ କରାଯାଇଛି। ବାଙ୍ଗୁର ମାଗନା ପାଇଁ ପ୍ରସ୍ତୁତ କରାଯାଇଥିବା ଟିଭିସି ‘ସଲିଡ କଙ୍କ୍ରିଟ ପାଇଁ ବ୍ୟବହାର’ ବିଷୟ ଉପରେ ପର୍ଯ୍ୟବେସିତ ରହିଛି ଏବଂ ଏହା ସାଧାରଣ ଲୋକ ଘର ତିଆରି କରିବା ବେଳେ ସାମ୍ନା କରୁଥିବା ଆହ୍ୱାନ ଉପରେ ଆଲୋକପାତ କରୁଛି। ମାଷ୍ଟରସେଫ ଢାଂଚାରେ ‘ମକାନ ସେଫ’ ପ୍ରତିଯୋଗିତା ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଲୋକପ୍ରିୟ ଅଭିନେତା ଅଭିଷେକ ବାନାର୍ଜୀ ଅଭିନୟ କରିଛନ୍ତି। ଏହି ପ୍ରତିଯୋଗିତାରେ ଦୁଇଟି ଟିମ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଗୋଟିଏ ଟିମ ବାରମ୍ବାର ବିଫଳ ହେଉଛି ଏବଂ ବାଙ୍ଗର ମାଗନା ବ୍ୟବହାର କରୁଥିବା ଟିମ ସଫଳ ହେଉଛି। ବାଙ୍ଗୁର ମାଗନାରେ ରହିଛି ଅତ୍ୟାଧୁନିକ ସିଏସଏଚ ଜେଲ ପ୍ରଯୁକ୍ତି ଯାହା ଯୋଡ଼େଇକୁ ଦୃଢ଼ତା ପ୍ରଦାନ କରୁଛି।
ଦ୍ୱିତୀୟ ଟିଭିସିରେ ବାଙ୍ଗୁର ରୁଫଅନ ସିମେଂଟକୁ ‘କଙ୍କ୍ରିଟ ମାଷ୍ଟର’ ଭାବେ ଉପସ୍ଥାପନ କରାଯାଇଛି। ଆବେଗିକ ଭାବେ ଉପସ୍ଥାପନ କରାଯାଇଥିବା ଏକ କାହାଣୀରେ ଲୋକଙ୍କ ଦୈନନ୍ଦୀନ ଜୀବନ, ଋତୁ ପରିବର୍ତନ ଓ ପାରିବାରିକ ସମ୍ମେଳନରେ ଛାତର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଛି। ସେଥିପାଇଁ ଦୀର୍ଘସ୍ଥାୟୀ ସିମେଂଟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଛି ଯାହା ବାଙ୍ଗୁର ରୁଫଅନ ସିମେଂଟ ପ୍ରଦାନ କରୁଛି।
ଏହି ଅବସରରେ ଶ୍ରୀ ସିମେଂଟ ଲିମିଟେଡର ପରିଚାଳନା ନିର୍ଦେଶକ ଶ୍ରୀ ନୀରଜ ଅଖୌରୀ କହିଛନ୍ତି ଯେ, “ଗ୍ରାହକମାନଙ୍କ ବାସ୍ତବ ଦୁନିଆ ଅଭିଳାଷକୁ ପୂରଣ କରିବା ସହ ଆମ ଉତ୍ପାଦର ଅତ୍ୟାଧୁନିକ ପ୍ରଦର୍ଶନକୁ ପ୍ରଦର୍ଶିତ କରିବା ପାଇଁ ସେମାନଙ୍କ ସହ ଅର୍ଥପୂର୍ଣ୍ଣ ଭାବେ ଯୋଡ଼ିହେବା ନେଇ ଆମର ରହିଥିବା ପ୍ରତିବଦ୍ଧତାକୁ ଏହି ଅଭିଯାନ ପ୍ରତିଫଳିତ କରୁଛି। ବାଙ୍ଗୁର ମାଗନା ଓ ବାଙ୍ଗୁର ରୁଫଅନ ସିମେଂଟ ଶିଳ୍ପରେ ନବସୃଜନ ଓ ଭରସାଯୋଗ୍ୟତାର ମାନଦଣ୍ଡ ଭାବେ ଉଭା ହୋଇଛି ଯାହାକୁ ନିଜ ନିର୍ମାଣ ଉପକରଣରେ ଉଭୟ ଦୃଢ଼ତା ଓ ଦୀର୍ଘସ୍ଥାୟିତ୍ୱ ଚାହୁଥିବା ବିଲଡରମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ପାରମ୍ପରିକ ଉପାଦାନରେ ମଧ୍ୟ ବାଙ୍ଗୁର ମାଗନା କଙ୍କ୍ରିଟ ଦୃଢ଼ତା ପ୍ରଦାନ କରୁଥିବା ବେଳେ ପିଢ଼ି ପିଢ଼ି ଧରି ସୁରକ୍ଷା ପ୍ରଦାନ କରିବାରେ ଛାତର ଭୂମିକାକୁ ବାଙ୍ଗୁର ରୁଫଅନ ସମ୍ମାନ ଜଣାଉଛି। ଚମତ୍କାର କାହାଣୀ ଜରିଆରେ ଆମେ ବାଙ୍ଗୁର ସିମେଂଟକୁ ପ୍ରତି ଘର ତିଆରି ଯାତ୍ରାର ଏକ ବିଶ୍ୱସନୀୟ ସହଯୋଗୀ ଭାବେ ଉପସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛୁ।”
ଏହି ଅଭିଯାନକୁ ଅଗ୍ରଣୀ ଜାତୀୟ ଓ ଆଂଚଳିକ ଟିଭି ଚ୍ୟାନେଲରେ ପ୍ରସାରଣ କରାଯାଇଛି। ଏହି ଅଭିଯାନ ବାଙ୍ଗୁର ସିରମେଂଟର ପ୍ରିମିୟମ ଉତ୍ପାଦ ବର୍ଗମାଳାକୁ ଆହୁରି ଦୃଢ଼ କରିଛି, ଯେଉଁଥିରେ ବାଙ୍ଗୁର ମାର୍ବଲ, ପାୱାରମ୍ୟାକ୍ସ, ଜଙ୍ଗରୋଧକ ଓ ରକଷ୍ଟ୍ରକ ଭଳି ଉତ୍ପାଦ ରହିଛି।