ବନ୍ଧନ ବ୍ୟାଙ୍କ ପକ୍ଷରୁ ଓଡ଼ିଶାରେ ୭ ନୂଆ ଶାଖା ସହ ୫ଟି ରାଜ୍ୟରେ ୧୬ଟି ଶାଖା ଉଦ୍ଘାଟିତ
- ଓଡ଼ିଶାରେ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ ଓ ନବରଙ୍ଗପୁରରେ ନୂତନ ଶାଖା ଖୋଲାଯାଇଛି
- ନୂତନ ଶାଖାଗୁଡ଼ିକ ସହିତ ଓଡ଼ିଶାରେ ଏବେ ବ୍ୟାଙ୍କର ୨୫୬ ବ୍ୟାଙ୍କିଙ୍ଗ ଆଉଟ୍ଲେଟ୍ ହେବ
- ବ୍ୟାଙ୍କ ପକ୍ଷରୁ ବିହାର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ରେ ଅଧିକ ଶାଖା ଉଦ୍ଘାଟିତ
ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ ପକ୍ଷରୁ ଓଡ଼ିଶାରେ ୭ଟି ନୂଆ ଶାଖା ଖୋଲାଯାଇଥିବା ଘୋଷଣା କରାଯାଇଛି। ବ୍ୟାଙ୍କ ପକ୍ଷରୁ ୫ଟି ରାଜ୍ୟରେ ୧୬ଟି ନୂଆ ଶାଖା କୋଲାଯାଇଛି। ସେଥିରୁ ବିହାର ଓ ଝାଡ଼ଖଣ୍ଡରେ ତିନିଟି ଲେଖାଏଁ, ଆନ୍ଧ୍ରପ୍ରଦେଶରେ ଦୁଇଟି ଓ ଛତିଶଗଡ଼ରେ ଗୋଟିଏ ଶାଖା ଖୋଲାଯାଇଛି। ବନ୍ଧନ ବ୍ୟାଙ୍କର ଏମ୍ଡି ଓ ସିଇଓ ଶ୍ରୀ ପାର୍ଥ ପ୍ରତୀମ ସେନଗୁପ୍ତା, ଇଡି ଓ ସିବିଓ ଶ୍ରୀ ରାଜିନ୍ଦର କୁମାର ବବର, ଇଡି ଓ ସିଓଓ ଶ୍ରୀ ରତନ କୁମାର କେଶ ଉଦ୍ଘାଟନ କରିଥିବା ବେଳେ ବ୍ୟାଙ୍କର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଓଡ଼ିଶାର ସୁନ୍ଦରଗଡ଼ର ବିର୍ସା, ବଣାଇଗଡ଼ ଓ ହେମଗିିରି, କନ୍ଧମାଳର ଜି ଉଦୟଗିରି, କୋରାପୁଟ କୋଟପାଡ ଓ ସେମିଳିଗୁଡ଼ା ଏବଂ ନବରଙ୍ଗପୁରର ଉମରକୋଟରେ ନୂଆ ଶାଖାଗୁଡ଼ିକ ଖୋଲାଯାଇଛି। ରାଜ୍ୟର ନୂଆ ଶାଖାଗୁଡ଼ିକ ଅର୍ଧ ସହରାଚଂଳରେ ସେବା ପ୍ରଦାନ କରିବ। ସର୍ବଭାରତୀୟ ସ୍ତରରେ ନିଜ ଉପସ୍ଥିତି ସୁଦୃଢ଼ କରିବା ଓ ବିବିଧତା ଆଣିବା ପାଇଁ ବ୍ୟାଙ୍କର ରହିଥିବା ପ୍ରତିବଦ୍ଧତା ଅନୁସାରେ ଶାଖା ନେଟ୍ୱର୍କ ସମ୍ପ୍ରସାରଣ କରାଯାଇଛି। ବ୍ୟାଙ୍କ ଉପସ୍ଥିତିକୁ ବଢ଼ାଇବା ପାଇଁ ବ୍ୟାଙ୍କ ଗ୍ରାହକମାନଙ୍କ ନିକଟରେ ଅଭିନବ ବ୍ୟାଙ୍କିଙ୍ଗ ସମାଧାନ ପହଂଚାଇବାରେ ଉନ୍ନତି ଆଣିଛି। ୫ଟି ରାଜ୍ୟରେ ୧୬ଟି ନୂଆ ଶାଖାର ଶୁଭାରମ୍ଭ ସହିତ ବନ୍ଧନ ବ୍ୟାଙ୍କ ଦେଶରେ ଏହାର ମୋଟ ୧୭୩୦ ଶାଖାରେ ପହଞ୍ଚିଛି। ସାରା ଭାରତରେ ୬୩୦୦ରୁ ଅଧିକ ବ୍ୟାଙ୍କିଙ୍ଗ ଆଉଟ୍ଲେଟ୍ ଦୃଢ଼ ନେଟ୍ୱର୍କ ଜରିଆରେ ଏହାର ଗ୍ରାହକମାନଙ୍କୁ ସେବା ପ୍ରଦାନ କରିବ।
ଏହି ଅବସରରେ ବନ୍ଧନ ବ୍ୟାଙ୍କର ଏମ୍ଡି ଓ ସିଇଓ ଶ୍ରୀ ପାର୍ଥ ପ୍ରତୀମ ସେନଗୁପ୍ତା କହିଛନ୍ତି ଯେ, “ପାଂଚଟି ରାଜ୍ୟରେ ୧୬ଟି ନୂଆ ଶାଖା ଖୋଲିବା ଘୋଷଣା କରି ଆମେ ଉଲ୍ଲସିତ, ଯେଉଁଥିରୁ ୭ଟି ଶାଖା ଓଡ଼ିଶାରେ ଖୋଲାଯାଇଛି। ଆମ ଗ୍ରାହକମାନଙ୍କ ବିବିଧ ଓ ଉଦୀୟମାନ ଆବଶ୍ୟକତାକୁ ଆମ ସ୍ୱତନ୍ତ୍ର ଉତ୍ପାଦ ଓ ସେବା ଜରିଆରେ ଉତ୍କୃଷ୍ଟ ଗ୍ରାହକ ସେବା ଅନୁଭୂତି ପ୍ରଦାନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ। ଆମ ବଂଟନ ନେଟୱର୍କକୁ ସୁଦୃଢ଼ କରିବାରେ ଆମ ସର୍ମପଣର ଏହି ସମ୍ପ୍ରସାରଣ ହେଉଛି ପ୍ରତିଫଳନ ଯାହା ଆମକୁ ଗ୍ରାହକମାନଙ୍କୁ ଅଧିକ ଦକ୍ଷତା ଓ ପ୍ରଭାବୀ ସେବା ପ୍ରଦାନ କରିବାରେ ଆମକୁ ସକ୍ଷମ କରିବ। ସର୍ବଭାରତୀୟ ସ୍ତରରେ ଆମ ଉପସ୍ଥିତି ବଢ଼ାଇବା ପାଇଁ ଆମେ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସନ୍ଧାନ କରିବା ଜାରି ରଖିବୁ ଏବଂ ସ୍ଥାୟୀ ଅଭିବୃଦ୍ଧି ଉପରେ ଦୃଢ଼ ଗୁରୁତ୍ୱ ବଜାୟ ରଖିବୁ। ଆମର ଲକ୍ଷ୍ୟ ହେଉଛି ଅଭିନବ ଓ ଗ୍ରହଣୀୟ ସମାଧାନ ପ୍ରଦାନ କରିବା ଯହା ଆମେ ସେବା ପ୍ରଦାନ କରୁଥିବା ପରିବର୍ତିତ ଆକାଂକ୍ଷା ସହିତ ସମନ୍ୱିତ ରହିବ।”
ବନ୍ଧନ ବ୍ୟାଙ୍କର ବର୍ତମାନ ଦେଶର ୩୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ୩୫ଟିରେ ଏହାର ଉପସ୍ଥିତି ସମ୍ପ୍ରସାରଣ କରୁଛି।