Business

ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ ପକ୍ଷରୁ “ଆକ୍ସିସ୍ ନିଫ୍ଟି ୫୦୦ ଇଣ୍ଡେକ୍ସ ଫଣ୍ଡ”ର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ମ୍ୟୁଚୁଆଲ୍ ଫଣ୍ଡ ସଂସ୍ଥା ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ ପକ୍ଷରୁ “ଆକ୍ସିସ୍ ନିଫ୍ଟି ୫୦୦ ଇଣ୍ଡେକ୍ସ ଫଣ୍ଡ”ର ନୂଆ ଫଣ୍ଡ ଅଫର ଘୋଷଣା କରାଯାଇଛି । ଏହା ହେଉଛି ଏକ ଓପନ୍ ଏଣ୍ଡେଡ ଇଣ୍ଡେକ୍ସ ଫଣ୍ଡ ଯାହାର ଲକ୍ଷ୍ୟ ହେଉଛି ନିଫ୍ଟି ୫୦୦ ଟୋଟାଲ ରିଟର୍ଣ୍ଣ ଇଣ୍ଡେକ୍ସ (ଟିଆର୍‌ଆଇ)ର ପ୍ରଦର୍ଶନକୁ ଦୋହରାଇବା । ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ ଥିବା ଶ୍ରେଷ୍ଠ ୫୦୦ କମ୍ପାନିରେ ନିବେଶ କରିବା ଲାଗି ଏହା ନିବେଶକମାନଙ୍କୁ ସୁଯୋଗ ପ୍ରଦାନ କରୁଛି । ଏହାର ନୂଆ ଫଣ୍ଡ ଅଫର ୨୦୨୪ ଜୁନ୍ ୨୬ରୁ ଆରମ୍ଭ ହେବ ଏବଂ ଜୁଲାଇ ୯ରେ ବନ୍ଦ ହେବ । ଏହି ଫଣ୍ଡକୁ କାର୍ତିକ କୁମାର ଓ ସଚିତ ରେଲେକର ପରିଚାଳନା କରିବେ ।
ଭାରତ ଏବେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ ହୋଇଥିବା ବେଳେ ୨୦୨୭ ସୁଦ୍ଧା ତାହା ତୃତୀୟ ବୃହତ ଅର୍ଥନୀତି ହେବାକୁ ଯାଉଛି । ନିଫ୍‌ଟି ୫୦୦ ସୂଚୀର ଲକ୍ଷ୍ୟ ହେଉଛି ସେହି ଅଭିବୃଦ୍ଧି କାହାଣୀକୁ ଧରି ରଖିବା ସହ ଭାରତୀୟ ଇକ୍ୱିଟି ବଜାରରେ ନିବେଶକମାନଙ୍କୁ ତାହାର ଲାଭ ପ୍ରଦାନ କରିବା । ସେହି ଅନୁସାରେ ଆକ୍ସିସ୍ ନିଫ୍ଟି ୫୦୦ ଇଣ୍ଡେକ୍ସ ଫଣ୍ଡର ଲକ୍ଷ୍ୟ ହେଉଛି ନିଫଟି ୫୦୦ ସୂଚୀ ଭଳି ରିଟର୍ଣ୍ଣ ନିବେଶକମାନଙ୍କୁ ପ୍ରଦାନ କରିବା । ତେଣୁ ଯେଉଁ ନିବେଶକମାନେ ଏହି ଅଭିବୃଦ୍ଧି କାହାଣୀର ଲାଭ ଉଠାଇବାକୁ ଚାହୁଛନ୍ତି ସେମାନେ ଏହି ଫଣ୍ଡରେ ନିବେଶ କରିପାରିବେ ।
ଆକ୍ସିସ୍ ଏଏମ୍‌ସିର ଏମ୍‌ଡି ଓ ସିଇଓ ଶ୍ରୀ ବି ଗୋପକୁମାର କହିଛନ୍ତି ଯେ, “ଆକ୍ସିସ୍ ମ୍ୟୁଚୁଆଲ ଫଣ୍ଡରେ ଆମର ଲକ୍ଷ୍ୟ ହେଉଛି ନିବେଶକମାନଙ୍କୁ ସର୍ବଦା ଅଭିନବ ଓ ଉଚ୍ଚ ମାନର ନିବେଶ ସମାଧାନ ପ୍ରଦାନ କରିବା । ଆକ୍ସିସ୍ ନିଫ୍ଟି ୫୦୦ ଇଣ୍ଡେକ୍ସ ଫଣ୍ଡ ହେଉଛି ଏକ ସରଳ ପରୋକ୍ଷ ଫଣ୍ଡ ଯାହାକୁ ନିବେଶକମାନଙ୍କୁ ଭାରତୀୟ କମ୍ପାନିଗୁଡ଼ିର ଅଭିବୃଦ୍ଧିରେ ଅଂଶଗ୍ରହଣ କରିବା ଲାଗି ଏକ ସରଳ ଉପାୟ ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଆମର ବିଶ୍ୱାସ ରହିଛି ଯେ ଏହି ପାଣ୍ଠିର ବ୍ୟାପକ ଦର୍ଶନ ଦୀର୍ଘକାଳୀନ ଭିତିରେ ସଂପତି ସୃଷ୍ଟି କରିବା ଲାଗି ଏକ ଦୃଢ଼ ପ୍ଲାଟଫର୍ମ ପ୍ରଦାନ କରି ଏହାକୁ ଉଭୟ ନୂଆ ଓ ଅଭିଜ୍ଞ ନିବେଶକମାନଙ୍କ ଲାଗି ଆକର୍ଷଣୀୟ ବିକଳ୍ପରେ ପରିଣତ କରିବ ।”
ଏହି ଫଣ୍ଡରେ ଦୀର୍ଘକାଳୀନ ନିବେଶକ, ପ୍ରଥମ ଥର ନିବେଶ କରୁଥିବା ନିବେଶକ ଏବଂ ଅଭିଜ୍ଞ ନିବେଶକମାନେ ନିବେଶ କରିପାରିବେ ।
ଆକ୍ସିସ୍ ଏଏମ୍‌ସିର ମୁଖ୍ୟ ନିବେଶ ଅଧିକାରୀ ଆଶିଷ ଗୁପ୍ତା କହିଛନ୍ତି ଯେ, “ଭାରତର ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି ଓ ବଜାରର ସ୍ଥାୟୀତ୍ୱ ବେଶ ଉଲ୍ଲେଖନୀୟ ରହିଛି । ପରୋକ୍ଷ ନିବେଶର ଗ୍ରହଣୀୟତା ବଢ଼ୁଥିବା ବେଳେ ନିବେଶକମାନଙ୍କ ଉଦୀୟମାନ ନିବେଶ ରଣନୀତିକୁ ସୁହାଇବା ଭଳି ନିବେଶ ଉତ୍ପାଦ ପ୍ରଦାନ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଛି । ଭାରତ ଏହାର ଢାଂଚାଗତ ଲାଭ ପାଇବା ଜାରି ରଖିଥିବା ବେଳେ ଏହି ପାଣ୍ଠି ନିବେଶକମାନଙ୍କୁ ଭାରତର ଚମତ୍କାର ଅଭିବୃଦ୍ଧିର ଅଂଶ ହେବା ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ।”

Share

Leave a Reply

Your email address will not be published. Required fields are marked *

7 − 6 =