Business

ଆକ୍ସିସ ବ୍ୟାଙ୍କ ପକ୍ଷରୁ ଭାରତରେ ଇ-ଗମନାଗମନକୁ ତ୍ୱରାନ୍ୱିତ କରିବା ଲାଗି ମୁଥୁଟ କ୍ୟାପିଟାଲକୁ ୧ ବିଲିୟନ ଡଲାର ଋଣ ପ୍ରଦାନ

ଭୁବନେଶ୍ୱର: ଦେଶର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ ପକ୍ଷରୁ ପ୍ରାଇଭେଟ ଇନଫ୍ରାଷ୍ଟ୍ରକଚର ଡେଭେଲପମେଂଟ ଗ୍ରୁପ (ପିଆଇଡିଜି)ର ଅଂଶ ଗ୍ୟାରାଂଟକୋ ସହଯୋଗରେ ମୁଥୁଟ କ୍ୟାପିଟାଲଙ୍କୁ ୧ ବିଲିୟନ ଡଲାର ଋଣ ପ୍ରଦାନ କରାଯାଇଛି। ଏହି ପାଣ୍ଠି ଜରିଆରେ ମୁଥୁଟ ଫାଇନାନ୍ସ ଏହାର ଗ୍ରାମାଂଚଳ ଓ ଅଣ ମେଟ୍ରୋ ଅଂଚଳରେ ଥିବା ଗ୍ରାହକମାନଙ୍କୁ ଇଲେକ୍ଟ୍ରିକ ଦୁଇଚକିଆ ଯାନ କିଣିବା ଲାଗି ଫାଇନାନ୍ସ ସୁବିଧା ପ୍ରଦାନ କରିପାରିବ।
ଏହି କାରବାର ଲାଗି ଗ୍ୟାରାଂଟକୋ ପକ୍ଷରୁ ଆକ୍ସିସ ବ୍ୟାଙ୍କକୁ ୬୫ ପ୍ରତିଶତ ଅନ ଡିମାଣ୍ଡ କ୍ରେଡିଟ ଗ୍ୟାରେଂଟି ପ୍ରଦାନ କରାଯାଇଛି। ଏହା ଗ୍ୟାରାଂଟକୋ ଓ ଆକ୍ସିସ ବ୍ୟାଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ୨୦୦ ନିୟୁତ ଡଲାର ଇଭି ଫ୍ରେମୱର୍କ ଚୁକ୍ତିର ଏକ ଅଂଶ। ଇଭି ଫ୍ରେମୱର୍କ ଚୁକ୍ତି ଅଧୀନରେ ଗ୍ୟାରାଂଟକୋ ଓ ଆକ୍ସିସ ବ୍ୟାଙ୍କ ମଧ୍ୟରେ ଏହା ହେଉଛି ତୃତୀୟ କାରବାର। ୨୦୨୩ ଡିସେମ୍ବରରେ ଏହି ସହଯୋଗିତା ବିବୃତି କ୍ୟାପିଟାଲକୁ ୨.୫ ବିଲିୟନ ଡଲାର ଏବଂ ଏଭରେଷ୍ଟ ଫ୍ଲିଟକୁ ୧ ବିଲିୟନ ଡଲାର ଋଣ ପ୍ରଦାନ କରାଯାଇଥିଲା।
ଆକ୍ସିସ୍ ବ୍ୟାଙ୍କର ଉପ ପରିଚାଳନା ନିର୍ଦ୍ଦେଶକ ରାଜୀବ ଆନନ୍ଦ କହିଛନ୍ତି ଯେ,“ଆକ୍ସିସ୍ ବ୍ୟାଙ୍କ ଭାରତରେ ଇ-ଗମନାଗମନ ଶିଳ୍ପର ଅଭିବୃଦ୍ଧିକୁ ସମର୍ଥନ ଓ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତିବଦ୍ଧ। ଦେଶର ଅନ୍ୟତମ ଅଗ୍ରଣୀ ବ୍ୟାଙ୍କ ଭାବେ ଆମେ ସକାରାତ୍ମକ ପରିବେଶ ଏବଂ ସାମାଜିକ ପ୍ରଭାବ ସୃଷ୍ଟି କରୁଥିବା ପଦକ୍ଷେପଗୁଡ଼ିକୁ ଚଳାଇବା ପାଇଁ ସମର୍ପିତ । ଇଲେକ୍ଟ୍ରିକ ଯାନ ଗ୍ରହଣୀୟତାକୁ ପ୍ରୋତ୍ସାହିତ କରି ଆମେ ନିର୍ଗମନ ହ୍ରାସ କରିବା, ବାୟୁର ଗୁଣବତା ବୃଦ୍ଧି କରିବା ଏବଂ ଦେଶବ୍ୟାପୀ ସୁଲଭ ପରିବହନ ସମାଧାନ ପ୍ରଦାନ କରିବା ଉପରେ କାର୍ଯ୍ୟ କରୁଛୁ । ଆମେ ସକ୍ରିୟ ଭାବରେ ଇଭି ଡିଲର, ନିର୍ମାତା ଏବଂ ଅନ୍ୟ ଅଂଶୀଦାରମାନଙ୍କ ସହ ଆମର ସହଯୋଗିତା ଏବଂ ଯୋଗଦାନକୁ ବୃଦ୍ଧି କରିଛୁ ଓ ଏହା ଜାରି ରଖିବୁ। ଏହି ସହଯୋଗିତା କେବଳ ଭାରତରେ ସବୁଜ ଭିତିଭୂମିର ବିକାଶକୁ ଦୃଢ଼ କରିବ ନାହିଁ ବରଂ ଏକ ଚମତ୍କାର ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଆମର ବ୍ୟାପକ ଦୃଷ୍ଟିକୋଣ ସହିତ ମଧ୍ୟ ଯୋଡ଼ି ହୋଇଛି ଯେଉଁଠାରେ ସ୍ଥାୟୀ ଅଭ୍ୟାସ ସମାଜର ସମସ୍ତ ବର୍ଗ ପାଇଁ ଲାଭଦାୟକ ହେବ।”
ମୁଥୁଟ୍ କ୍ୟାପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାଥ୍ୟୁସ୍ ମାର୍କୋସ୍ କହିଛନ୍ତି ଯେ,”ଗ୍ୟାରାଂଟକୋ ସହ ସହଯୋଗିତା ଆମ ଦେଶରେ ବିଶେଷ କରି ଗ୍ରାମୀଣ ଏବଂ ଅର୍ଧ-ସହରାଞ୍ଚଳ ବଜାରରେ ଇଲେକ୍ଟ୍ରିକ୍ ଯାନ ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବା ଏବଂ ସ୍ଥାୟୀ ପରିବହନ ସମାଧାନକୁ ଆଗେଇ ନେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପାଣ୍ଠି ଏମସିଏସଏଲକୁ ବିଭିନ୍ନ ଗ୍ରାହକ ଏବଂ ବ୍ୟବସାୟ ପାଇଁ ଇଲେକ୍ଟ୍ରିକ୍ ଯାନକୁ ଅଧିକ ସୁଲଭ କରିବାରେ ସକ୍ଷମ କରିବ।। ସାଧାରଣ ଲୋକ ମାନେ ନିଜ ଦୁଇ ଚକିଆ ଯାନର ମାଲିକ ହୋଇପାରିବେ ବୋଲି ଆମେ ଆଶା ରଖିଛୁ। ଏହା ଆର୍ôଥକ ବର୍ଷ ୨୦୨୪- ୨୫ ରେ ଆମ ଇଭିକୁ ୨୦୦ କୋଟିକୁ ବୃଦ୍ଧି କରିବା ଲାଗି ଆମର ଥିବା ଲକ୍ଷ୍ୟକୁ ପ୍ରୋତ୍ସାହିତ କରିବ।”
ଗ୍ୟାରାଂଟକୋ ସିଇଓ ଲେଥ୍ ଅଲ୍‌-ଫାଲାକି କହିଛନ୍ତି ଯେ, “୨୦୨୨ ମେ ମାସରେ ଆକ୍ସିସ୍ ବ୍ୟାଙ୍କ ସହ ସ୍ୱାକ୍ଷରିତ ଇଲେକ୍ଟ୍ରିକ୍ ଭେଇକିଲ ଫ୍ରେମୱାର୍କ ଗ୍ୟାରେଂଟି ଚୁକ୍ତି ଅନୁଯାୟୀ ମୁଥୁଟ୍ କ୍ୟାପିଟାଲ୍ ସହ କାରବାର କରି ଆମେ ଆନନ୍ଦିତ। ଏହି ଚୁକ୍ତି ଅନୁଯାୟୀ ଆମେ ତୃତୀୟ କାରବାର କରିଛୁ । ଏହା ପୂର୍ବରୁ ଆମେ ବିବୃତି କ୍ୟାପିଟାଲ ଏବଂ ଏଭରେଷ୍ଟ ଫ୍ଲିଟ୍ ସହ ୪.୫ ବିଲିୟନ ଡଲାରର କାରବାର କରିଥିଲୁ। ଏହି ଫ୍ରେମୱାର୍କ ଅଧୀନରେ ଏହା ହେଉଛି ପ୍ରଥମ କାରବାର ଯାହା କ୍ରେଡିଟ୍ ବ୍ୟବସ୍ଥା ମାଧ୍ୟମରେ ଇଭି ବ୍ୟବସାୟର ଚାହିଦା ପୂରଣ କରିବ। ଏହା ଦ୍ୱାରା ଗ୍ରାହକମାନେ ଇଲେକ୍ଟ୍ରିକ ଯାନ କିଣିପାରିବେ। ଏହାବ୍ୟତୀତ ଆମେ ଆଶା କରୁଛୁ ଯେ ଏହା ଭାରତରେ ଅଧିକ ବୈଦ୍ୟୁତିକ ଯାନର ନିୟୋଜନକୁ ଉତ୍ସାହିତ କରିବାରେ ସାହାଯ୍ୟ କରିବ। ଘରୋଇ ଭିତିଭୂମି ବିକାଶ ଗୋଷ୍ଠୀ ଜରିଆରେ ଗ୍ୟାରାଂଟକୋ ଆକ୍ସିସ୍ ବ୍ୟାଙ୍କ ସହିତ ଜଳବାୟୁ ପ୍ରଶମନ ଗ୍ୟାରେଂଟିକୁ ଭାରତରେ ଇ-ଗମନାଗମନ ବ୍ୟବସ୍ଥା ଆଗକୁ ବଢ଼ାଇବା ଏବଂ ଆମର ଜଳବାୟୁ କାର୍ଯ୍ୟ ଲକ୍ଷ୍ୟକୁ ସମର୍ଥନ କରିବା ପାଇଁ ବ୍ୟବହାର ଜାରି ରଖିବ।”

Share

Leave a Reply

Your email address will not be published. Required fields are marked *

eleven + four =