Business

ଏଥର ଏନର୍ଜି ଲିମିଟେଡର ଆଇପିଓ ୨୦୨୫ ଏପ୍ରିଲ ୨୮ରେ ଖୋଲିବ

ଭୁବନେଶ୍ୱର: ଏଥର ଏନର୍ଜି ଲିମିଟେଡର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ୨୦୨୫ ଏପ୍ରିଲ ୨୮ ସୋମବାର ଖୋଲିବ। ଆଙ୍କର ନିବେଶକମାନେ ବିଡ ଖୋଲିବାର ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ଏପ୍ରିଲ ୨୫ରେ ବିଡ୍ ଦାଖଲ କରିପାରିବେ। ଏହି ଅଫରର ବିଡ ୨୦୨୫ ଏପ୍ରିଲ ୩୦ ବୁଧବାର ବନ୍ଦ ହେବ।
ଅଫରରେ କମ୍ପାନିର ଇକ୍ୱିଟି ସେୟାର ପିଛା ଦାମ ୩୦୪ ଟଙ୍କାରୁ ୩୨୧ ଟଙ୍କା ମଧ୍ୟରେ ରହିବ। ସର୍ବନିମ୍ନ ୪୬ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରାଯାଇପାରିବ ଏବଂ ସେଥିରେ ପରବର୍ତ୍ତୀ ସମୟରେ ୪୬ଟି ଲେଖାଏଁ ସେୟାର ଯୋଡ଼ିହେବ।
ଏହି ଇନିସିଆଲ ପବ୍ଲିକ ଅଫରିଂରେ ୨୬୨୬ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲରେ ଅଂଶଧନକାରୀମାନେ ୧୧,୦୫୧,୭୪୬ ଇକ୍ୱିଟି ସେୟାର ବିକ୍ରି କରିବେ। ତରୁଣ ସଞ୍ଜୟ ମେହେଟ୍ଟା ୯୮୦,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ସ୍ୱପ୍ନିଲ ବବନଲାଲ ଜୈନ ୯୮୦,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, କାଲାଡିୟମ ଇନଭେଷ୍ଟମେଂଟ ପିଟିଇ ଲିମିଟେଡ ୬,୦୦୩,୪୬୦ ଇକ୍ୱିଟି ସେୟାର, ନ୍ୟାସନାଲ ଇନଭେଷ୍ଟମେଂଟ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଫଣ୍ଡ ୨, ୬୩୪,୫୧୪ ଇକ୍ୱିଟି ସେୟାର, ଇଂଟରନେଟ ଫଣ୍ଡ ୩ ପିଟିଇ ଲିମିଟେଡ ୪୦୦,୦୦୦ ଇକ୍ୱିଟି ସେୟାର, ଆଇଆଇଟିଏମ ଇନକୁବେସନ ସେଲ ୩୧୦୫୦ ଇକ୍ୱିଟି ସେୟାର, ଆଇଆଇଟିଏମଏସ ରୁରାଲ ଟେକ୍ନୋଲୋଜି ଆଣ୍ଡ୍ ବିଜନେସ ଇନକୁବେଟର ୪୧୯୧ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ବିକ୍ରି କରିବେ।
ଏହି ଅଫରରେ ଯୋଗ୍ୟ କର୍ମଚାରୀମାନଙ୍କ ପାଇଁ ୧,୦୦,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ସଂରକ୍ଷିତ ରହିବ। ଏହା ବାଦର ଅଫରକୁ ନେଟ ଅଫର କୁହାଯିବ। ଯୋଗ୍ୟ କର୍ମଚାରୀମାନଙ୍କୁ ଇକ୍ୱିଟି ସେୟାର ପିଛା ୩୦ ଟଙ୍କାର ରିହାତି ପ୍ରଦାନ କରାଯିବ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ନିଟ ଅଫରର ୭୫ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କ ପାଇଁ ରଖାଯଯିବ। ସେଥିରୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଆଙ୍କର ନିବେଶକଙ୍କୁ ପ୍ରଦାନ କରାଯିବ। ତାହାର ଏକ ତୃତୀୟାଂଶ ଘରୋଇ ମ୍ୟୁଚୁଆଲ ଫଣ୍ଡ ପାଇଁ ରଖାଯିବ। କ୍ୟୁଆଇବି ଭାଗର ୫ ପ୍ରତିଶତ ଇକ୍ୱିଟି ସେୟାରକୁ କେବଳ ମ୍ୟୁଚୁଆଲ ଫଣ୍ଡ ଲାଗି ରାଖଯିବ। ନିଟ ଅଫରର ୧୫ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ। ୧୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଆରଆରଆଇମାନଙ୍କ ପାଇଁ ରଖାଯିବ।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସଇ ଲିମିଟେଡ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଅଫ ଇଣ୍ଡିଆ ଲିମିଟେଡରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି। ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଉଛନ୍ତି ଆକ୍ସିସ କ୍ୟାପିଟାଲ ଲିମିଟେଡ, ଏଚଏସବିସି ସିକ୍ୟୁରିଟିଜ ଆଣ୍ଡ କ୍ୟାପିଟାଲ ମାର୍କେଟସ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ, ଜେଏମ ଫାଇନାନ୍ସିଆଲ ଲିମିଟେଡ ଓ ନୋମୁରା ଫାଇନାନ୍ସିଆଲ ଆଡଭାଇଜରି ଆଣ୍ଡ ସିକ୍ୟୁରିଟିଜ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ।

Share

Leave a Reply

Your email address will not be published. Required fields are marked *

sixteen − 2 =