Business

ଆର୍‌ମି ଇନ୍‌ଫୋଟେକ୍ ଲିମିଟେଡ୍ ପକ୍ଷରୁ ଆଇପିଓ ଜରିଆରେ ୨୫୦ କୋଟି ସଂଗ୍ରହ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଆର୍‌ମି ଇନ୍‌ଫୋଟେକ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି।
ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ଜରିଆରେ କମ୍ପାନି ଇକ୍ୱିଟି ସେୟାର ଜାରି କରି ୨୫୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି । ଏହି କମ୍ପାନି ହେଉଛି ଏକ ଆଇଟି ଭିତିଭୂମି ସମାଧାନ ଓ ଆଇଟି ସେବା ପ୍ରଦାନକାରୀ ଯାହା ଉଭୟ ସରକାର/ ରାଷ୍ଟ୍ରାୟତ ଉଦ୍ୟୋଗୀ ପ୍ରକଳ୍ପକୁ ସେବା ପ୍ରଦାନ କରୁଥିବା ବେଳେ ସରକାର/ପିଏସ୍‌ୟୁ ପ୍ରକଳ୍ପ ଉପରେ ଏହାର ଗୁରୁତ୍ୱ ରହିଛି ଏବଂ ଗୁଜରାଟ ରାଜ୍ୟରେ ଏହାର ଉଲ୍ଲେଖନୀୟ ଉପସ୍ଥିତି ରହିଛି ।
ଏହି ଇସ୍ୟୁ ଜରିଆରେ ସଂଗୃହୀତ ହେବାକୁ ଥିବା ପାଣ୍ଠିକୁ କମ୍ପାନି ୧) ୨୦୨୫ ଓ ୨୦୨୬ ଆର୍ଥିକ ବର୍ଷରେ ବିଭିନ୍ନ ପ୍ରକଳ୍ପର ବିଡ୍ ପାଇଁ ଟଙ୍କା ଜମା କରିବା ଏବଂ ବ୍ୟାଙ୍କ ଗ୍ୟାରେଂଟି ଜମା କରିବା ବାବଦରେ କାର୍ଯ୍ୟକାର ପୁଞ୍ଜି ଆବଶ୍ୟକତା ପାଇଁ ୧୬୦ କୋଟି ଟଙ୍କା, ୨) କମ୍ପାନିର ୧୦.୬୩ କୋଟି ଟଙ୍କାର ବକେୟାକୁ ଆଂଶିକ ଓ ସମ୍ପୂର୍ଣ୍ଣ ପରିଶୋଧ କରିବା ଏବଂ ଅବଶିଷ୍ଟ ରାଶିକୁ କମ୍ପାନି ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବିନିଯୋଗ କରିବାର ପ୍ରସ୍ତାବ ଦେଇଛି ।
କମ୍ପାନି ଯେଉଁ ଋଣ ପରିଶୋଧ କରିବାର ପ୍ରସ୍ତାବ ଦେଇଛି ତାହା କମ୍ପାନିର ୨୦୨୩ ଡିସେମ୍ବର ୩୧ ସୁ୍‌ଧା ମୋଟ ବକେୟା ଋଚ୍ଚର ୨୩.୬୦ ପ୍ରତିଶତ ।
କମ୍ପାନିର ଇକ୍ୱିଟି ସେୟାରକୁ ବମ୍ବେ ଷ୍ଟକ୍ ଏକ୍ସଚେଂଜ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରାଯିବ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଖଣ୍ଡୱାଲା ସିକ୍ୟୁରିଟିଜ୍ ଲିିମଟେଡ୍ ଓ ସାଫ୍ରନ୍ କ୍ୟାପିଟାଲ୍ ଆଡଭାଇଜର୍ସ ପ୍ରାଇଭେଟ୍ ଲିମିଟେଡ୍।

Share

Leave a Reply

Your email address will not be published. Required fields are marked *

eight − four =