ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ୧୦୦ତମ ବିମାନକୁ ସ୍ୱାଗତ; ଦୁଇ ବର୍ଷରେ ଫ୍ଲିଟ୍ ଦ୍ୱିଗୁଣିତ
ଭୁବନେଶ୍ୱର: ଏୟାର ଇଣ୍ଡିଆ ଏକ୍ସପ୍ରେସ ଏହାର ୧୦୦ତମ ବିମାନ ବୋଇଂ ୭୩୭-୮କୁ ନିଜ ଫ୍ଲିଟ୍ରେ ସାମିଲ କରିଛି। ଏୟାର ଇଣ୍ଡିଆ ଏକ୍ସପ୍ରେସର ପରିଚାଳନା ନିର୍ଦ୍ଦେଶକ ଆଲୋକ ସିଂହ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହି ବିମାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହାପରେ ବିମାନଟି ବେଙ୍ଗାଲୁରୁ-ହିଣ୍ଡୋନ୍ ରୁଟ୍ରେ ଚଳାଚଳ କରିଥିଲା। ଚଳିତ ମାସ ପ୍ରାରମ୍ଭରେ ଏୟାରଲାଇନ୍ସର ନେଟୱାର୍କରେ ହିଣ୍ଡନ (ଗାଜିଆବାଦ, ଦିଲ୍ଲୀ ଏନସିଆର)କୁ ଯୋଡ଼ିବା ଏହାର ଦ୍ରୁତ ବିସ୍ତାରକୁ ସୂଚାଉଛି ଯାହା ଜାତୀୟ ରାଜଧାନୀ ଅଂଚଳର ଦୁଇଟି ବିମାନବନ୍ଦରକୁ ସେବା ପ୍ରଦାନ କରୁଥିବା ପ୍ରଥମ ଏବଂ ଏକମାତ୍ର ଏୟାରଲାଇନ୍ସରେ ପରିଣତ ହୋଇଛି।
ଏୟାର ଇଣ୍ଡିଆ ଏକ୍ସପ୍ରେସର ପରିଚାଳନା ନିର୍ଦ୍ଦେଶକ ଆଲୋକେ ସିଂହ କହିଛନ୍ତି ଯେ, “ଆମର ୧୦୦ତମ ବିମାନ ସାମିଲ ହେବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଅଭିବୃଦ୍ଧି ଏବଂ ପରିବର୍ତନ ଯାତ୍ରାରେ ଏକ ନିର୍ଣ୍ଣାୟକ ମୁହୁର୍ତ। ଘରୋଇକରଣର ମାତ୍ର ତିନି ବର୍ଷ ମଧ୍ୟରେ ଆମେ ଏଲସିସି ଏୟାରଲାଇନ୍ସଗୁଡ଼ିକୁ ଏକୀକୃତ ଏବଂ ମିଶ୍ରଣ ଏବଂ ଏକ ଆଧୁନିକ ଏବଂ ଇନ୍ଧନ-ଦକ୍ଷ ଫ୍ଲିଟ୍ ସହିତ ଦ୍ରୁତ ଗତିରେ ବୃଦ୍ଧି କରିଥିଲୁ। ଆମର ଘରୋଇ ନେଟୱାର୍କକୁ ବ୍ୟାପକ କରିବା, ଆମର ମଧ୍ୟପ୍ରାଚ୍ୟ ଏବଂ ଦକ୍ଷିଣ-ପୂର୍ବ ଏସିଆ ରୁଟ୍ରେ ଗଭୀର ଏବଂ ବିସ୍ତାର କରିବା ସହିତ,ଅର୍ଥନୀତିର ଉଦୀୟମାନ ହଟସ୍ପଟ୍ ଟାୟାର ୨ ଏବଂ ଟାୟର ୩ ସହର ପ୍ରତି ଧ୍ୟାନ କେନ୍ଦ୍ରୀତ କରିଥିଲୁ, ଯାହା ଫଳରେ ଭାରତୀୟ ବଜାରରେ ଆମର ଏକ ଦୃଢ଼ ଉପସ୍ଥିତି ରହିଛି। ଏହା ଭାରତର ବିମାନ ଚଳାଚଳ ଅଭିବୃଦ୍ଧି କାହାଣୀର ପରବର୍ତୀ ପର୍ଯ୍ୟାୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।’’
ଜାନୁଆରୀ ୨୦୨୨ରେ ଟାଟା ଗ୍ରୁପରେ ଯୋଗ ଦେବା ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ଅଭୂତପୂର୍ବ ଅଭିବୃଦ୍ଧି ଏବଂ ପରିବର୍ତନ ଦେଇ ଗତି କରିଛି।୨୬ଟି ବୋଇଂ ୭୩୭ ଏନଜି ଏବଂ ୨୮ଟି ଏ୩୨୦ ବିମାନ ଥିବା ଏୟାରଲାଇନ୍ସ ଏହାର ଫ୍ଲିଟକୁ ପ୍ରାୟ ଦ୍ୱିଗୁଣିତ କରି ୧୦୦ଟି ବିମାନରେ ପହଂଚାଇଛି। ଦ୍ରୁତ ନେଟୱାର୍କ ସମ୍ପ୍ରସାରଣର ଏକ ଅଂଶ ଭାବରେ ଏୟାରଲାଇନ୍ସ ନିକଟରେ ବ୍ୟାଙ୍କକ, ଦିିବ୍ରୁଗଡ଼, ଦିମାପୁର, ହିଣ୍ଡନ, ଜମ୍ମୁ, ପାଟନା, ଫୁକେଟ ଏବଂ ପୋର୍ଟ ବ୍ଲେୟାର (ଶ୍ରୀ ବିଜୟପୁରମ୍)କୁ ଏହାର ବଢୁଥିବା ନେଟୱାର୍କରେ ସାମିଲ କରିଛି।
ଏହାର ଦ୍ରୁତ ଫ୍ଲିଟ୍ ଏବଂ ନେଟୱାର୍କ ସମ୍ପ୍ରସାରଣ ବ୍ୟତୀତ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିଭିନ୍ନ ଅଫର ସହିତ ଯାତ୍ରା ଅନୁଭୂତିକୁ ବଦଳାଇଛି। ଏଗୁଡ଼ିକ ମଧ୍ୟରେ ରହିଛି “ଗୌରମୈର’ ଗରମ ଭୋଜନ୍, ଏକ୍ସପ୍ରେସ୍ ବିଜନେସ୍ ସିଟ୍, ଏକ ଉନ୍ନତ ଲୟାଲଟି ପ୍ରୋଗ୍ରାମ୍ ଏବଂ ଏକ୍ସପ୍ରେସ୍ ହଲିଡେଜ୍, ଯାହା ବିମାନ, ରହଣି ଏବଂ ଅନୁଭୂତିକୁ ମିଶାଇ ନିରବଚ୍ଛିନ୍ନ ଯାତ୍ରା ପ୍ୟାକେଜ୍ ପ୍ରଦାନ କରୁଛି। “ଫ୍୍ଲାଏ ଆଜ୍ ୟୁ ଆର’ ବ୍ରାଣ୍ଡ ୍ ପ୍ରସ୍ତାବ ଅନୁଯାୟୀ ଅତିଥିମାନେ କେବଳ କେବିନ୍ ବ୍ୟାଗେଜ୍ ବହନ କରୁଥିବା ଯାତ୍ରୀଙ୍କ ପାଇଁ ଭାରତର ଏକମାତ୍ର ସ୍ୱତନ୍ତ୍ର ଭଡ଼ା ଏକ୍ସପ୍ରେସ ଲାଇଟ୍ ସମେତ ୪ଟି ଭିନ୍ନ ଭଡ଼ା ବିକଳ୍ପ ମଧ୍ୟରୁ ଚୟନ କରି ସେମାନଙ୍କ ଯାତ୍ରାକୁ ବ୍ୟକ୍ତିଗତ ସୁହାଇବା ଭଳି କରିପାରିଛି।
ବଢୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲିଟରେ ଥିବା ପ୍ରତ୍ୟେକ ବିମାନ ଏହାର ଅନନ୍ୟ “ଟେଲ୍ସ ଅଫ୍ ଇଣ୍ଡିଆ’ କଳାତ୍ମକ ବିଷୟବସ୍ତୁରେ ସଜ୍ଜିତ ଯେଉଁଥିରେ ଦେଶର ବିବିଧ କଳାତ୍ମକ ଐତିହ୍ୟକୁ ପ୍ରଦର୍ଶିତ କରାଯାଇଛି। ଏଥିରେ ଅଜରଖ, ବନ୍ଧନୀ, ବନାରସୀ, ଇକତ, ଜାପି, ଜାମଦାନୀ, କଲମକାରୀ, କାଞ୍ଜିବରମ, କୋଲାମ, ୱାର୍ଲି ଆଦି ଦେଶୀ ବସ୍ତ୍ର ଓ ପାରମ୍ପରିକ କଳା ରହିଛି। ୧୦୦ତମ ବିମାନ କର୍ଣ୍ଣାଟକର ଚିତରା କଳା ସହିତ ଏହି ପରମ୍ପରାକୁ ଗର୍ବର ସହ ଜାରି ରଖିଛି ଯାହା ଐତିହାସିକ ଭାବରେ ଦିୱାରୁ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ଏକ ଜଟିଳ ଲୋକକଳା ଏବଂ ଏହା ସମୃଦ୍ଧି ଏବଂ ଉତ୍ସବର ପ୍ରତୀକ । ମାଟି ଲେପିତ ପୃଷ୍ଠରେ ପ୍ରାକୃତିକ ରଙ୍ଗ ବ୍ୟବହାର କରି ନିର୍ମିତ ଚିତରା ପ୍ରକୃତି ଏବଂ ଐତିହ୍ୟ ସହିତ ଏକ ଗଭୀର ସମ୍ପର୍କକୁ ପ୍ରତିଫଳିତ କରି ଏହି ଅଂଚଳର କଳାତ୍ମକ ପରମ୍ପରାକୁ ପ୍ରଦର୍ଶିତ କରିଛି।