Business

ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌କୁ ଦୁଇଟି ବୋଇଂ ୭୩୭ ମ୍ୟାକ୍ସ-୮ ବିମାନର ଡେଲିଭରି ହାସଲ

ଭୁବନେଶ୍ୱର: ଆମେରିକାର ୱାସିଂଟନରେ ଥିବା ବୋଇଙ୍ଗ କାରଖାନାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପ୍ରଥମ ଦୁଇଟି ନୂଆ ବୋଇଂ ୭୩୭ ମ୍ୟାକ୍ସ-୮ ବିମାନର ଡେଲିଭରି ହାସଲ କରିଛି । ଏହା ସହ ଏୟାର ଇଣ୍ଡିଆ ଗ୍ରୁପ୍ ପକ୍ଷରୁ ବୋଇଂକୁ ପ୍ରଦାନ କରାଯାଇଥିବା ଐତିହାସିକ ବିମାନ ବରାଦର ଡେଲିଭରି ଆରମ୍ଭ ହୋଇଛି ।
ବୋଇଂ-୭୩୭ ମ୍ୟାକ୍ସ-୮ ବିମାନଗୁଡ଼ିକ ଇନ୍ଧନ ମିତବ୍ୟୟୀ ଓ ପ୍ରଯୁକ୍ତି ଦୃଷ୍ଟିରୁ ବେଶ ଉନ୍ନତ ହୋଇଥିବା ବେଳେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଆରାମ ନିଶ୍ଚିତ ରୂପେ ଯାତ୍ରୀମାନଙ୍କ ଯାତାୟାତ ଅନୁଭୂତିରେ ଉନ୍ନତି ଆଣିବ । ଏହି ନୂଆ ବିମାନ ଜରିଆରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଦେଶବିଦେଶର ଅଧିକ ସ୍ଥାନକୁ ବିମାନ ସେବା ପ୍ରଦାନ କରିପାରିବ ।
ଦୀର୍ଘସ୍ଥାୟୀ ପରିଚାଳନା ଦିଗରେ ବୋଇଂ ୭୩୭ ମ୍ୟାକ୍ସ-୮ ବିମାନଗୁଡ଼ିକ ହେଉଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପାରଦର୍ଶୀ ଇଞ୍ଜିନ ଓ ଉନ୍ନତ ପ୍ରଯୁକ୍ତିର ସାମାହାର ଥିବା ଏହି ବିମାନରେ ୨୦% କମ୍ ଇନ୍ଧନ ଖର୍ଚ ହେବ ଏବଂ ୨୦% ଅଙ୍ଗାରକ ନିର୍ଗମନ କମ୍ ହେବ । ପୁରୁଣା ମଡେଲ୍ ତୁଳନାରେ ଏଥିରେ ଶବ୍ଦ ପ୍ରଦୂଷଣ ୫୦% କମ୍ ରହିବ । ବିମାନର ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ୧୪ ପ୍ରତିଶତ କମ୍ ରହିବ ।
ଚଳିତ ମାସରେ କଂପାନି ପକ୍ଷରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଭିଜନକୁ ଉନ୍ମୋଚନ କରାଯାଇଥିଲା ଯେଉଁଥିରେ ଏବେ ଏୟାରଏସିଆ ଇଣ୍ଡିଆ ଭାବେ ପରିଚାଳିତ ହେଉଥିବା ଏଆଇଏକ୍ସ କନେକ୍ସକୁ ମିଶ୍ରଣ ଓ ସମନ୍ୱିତ କରାଯିବ । ଉଭୟ କଂପାନି ସେମାନଙ୍କ ମିଳିତ ନେଟୱର୍କରେ ୧୦୦ରୁ ଅଧିକ ରୁଟ୍‌ରେ ସେବା ପ୍ରଦାନ କରିବେ । ସେମାନଙ୍କ ପାଖରେ ୫୬ଟି ବିମାନ ରହିଥିବା ବେଳେ ଭାରତ, ମଧ୍ୟପ୍ରାଚ୍ୟ, ଦକ୍ଷିଣ ପୂର୍ବ ଏସିଆର ୨୫୦ରୁ ଅଧିକ ରୁଟ୍‌ରେ ଏବଂ ୪୪ଟି ସ୍ଥାନକୁ ଏହା ସେବା ପ୍ରଦାନ କରୁଛି ।
ଯାତ୍ରୀମାନଙ୍କ ଅନୁଭୂତିରେ ଉନ୍ନତି ଆଣିବା ଲାଗି ବିମାନ ଭିତରେ ପ୍ରିମିୟମ୍ ଗୁରମୈର ଭୋଜନ ମେନୁର ବ୍ୟବସ୍ଥା କରାଯାଇଥିବା ବେଳେ ଏକ୍ସପ୍ରେସ ପ୍ରାଇମ୍ ଭଳି ଆରାମଦାୟକ ସିଟ୍ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ରହିଛି । ଉଭୟ କଂପାନି ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ୱେବସାଇଟ୍ ଅଧୀନରେ ପରିଚାଳିତ ହେଉଥିବାରୁ ବ୍ୟବହାରକାରୀଙ୍କ ଲାଗି ଟିକଟ ବୁକିଂ, ସେବା ପରିଚାଳନା ଓ ଚେକ୍ ଇନ୍ ସହଜ ହୋଇପାରିଛି ।

Share

Leave a Reply

Your email address will not be published. Required fields are marked *

5 × four =