Business

ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ଭୁବନେଶ୍ୱରରୁ ଜୟପୁର, କୋଚି, ଲକ୍ଷ୍ନୌ ଓ ପାଟନାକୁ ସିଧାସଳଖ ବିମାନ ସେବା

ଭୁବନେଶ୍ୱର: ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ଭୁବନେଶ୍ୱରରୁ ଚାରିଟି ନୂଆ ରୁଟ୍‌ରେ ବିମାନ ସେବା ଆରମ୍ଭକୁ ବିମାନବନ୍ଦରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପାଳନ କରାଯାଇଛି। ଭୁବନେଶ୍ୱରରୁ ଜୟପୁର ଓ କୋଚିକୁ ଉଡ଼ାଣ ସହ ଏହି ସେବା ଉଦଘାଟିତ ହୋଇଥିବା ବେଳେ ଆସନ୍ତାକାଲି ଲକ୍ଷ୍ନୌକୁ ବିମାନ ସେବା ଆରମ୍ଭ ହେବ ଏବଂ ୨୦୨୫ ଜାନୁଆରି ୧୫ରେ ପାଟନାକୁ ବିମାନ ଉଡ଼ିବ। ଏହି କାର୍ଯ୍ୟକ୍ରମରେ ବିଧାୟକ ବାବୁ ସିଂହ, ଓଡ଼ିଶା ସରକାରଙ୍କ ପ୍ରମୁଖ ସଚିବ ଉଷା ପାଢ଼ୀ, ଅତିରିକ୍ତ ସଚିବ ଦେବଦତ ସୁରଞ୍ଜିତ ଜନା ଓ ଏୟାର ଇଣ୍ଡିଆର ବରିଷ୍ଠ ଅଧିକାରୀମାନେ ଅତିଥି ଭାବେ ଯୋଗଦେଇଥିଲେ। ଉଦଘାଟନୀ ବିମାନରେ ଜୟପୁର ଓ କୋଚିକୁ ଯାତ୍ରା କରିଥିବା ଯାତ୍ରୀଙ୍କୁ ସ୍ୱତନ୍ତ୍ର ସ୍ମାରକୀ ବୋର୍ଡିଂ ପାସ୍ ପ୍ରଦାନ କରାଯାଇଥିଲା।
ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ବିମାନ ଭୁବନେଶ୍ୱରରୁ ପୂର୍ବାହ୍ନ ୭ଟା ୫୫ରେ ଜୟପୁର ଅଭିମୁଖେ ବିମାନର ଉଡ଼ାଣ ଆରମ୍ଭ ହୋଇଥିଲା ଯାହା ସେଠାରେ ପୂର୍ବାହ୍ନ ୧୦ଟା ୫୫ ମିନିଟ୍‌ରେ ପହଂଚିବ। ସେହିପରି କୋଚିକୁ ଅପରାହ୍ନ ୩ଟା ୧୦ ମିନିଟ୍‌ରେ ବିମାନ ଉଡ଼ାଣ ଆରମ୍ଭ କରିଥିଲା ଯାହା ସେଠାରେ ଅପରାହ୍ନ ୫ଟା ୪୦ ମିନିଟ୍‌ରେ ପହଂଚିବ। ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ଜୟପୁରକୁ ବିମାନ ଉଡ଼ିବ। କୋଚି ଅଭିମୁଖେ ପ୍ରତିଦିନ ବିମାନ ଯାତ୍ରା କରିବ। ଜୟପୁରର ବିମାନ ପୂର୍ବାହ୍ନ ୧୦ଟା ୪୫ ମିନିଟ୍‌ରେ ଉଡ଼ିବ ଓ ଭୁବନେଶ୍ୱରରେ ୧୦ଟା ୧୦ ମିିନିଟ୍‌ରେ ପହଂଚିବ। ସେହିପରି କୋଚିରୁ ବିମାନ ସନ୍ଧ୍ୟା ୬ଟା ୧୦ ମିନିଟ୍‌ରେ ଉଡ଼ାଣ ଆରମ୍ଭ କରି ଭୁବନେଶ୍ୱରରେ ରାତି ୮ଟା ୫୦ ମିନିଟ୍‌ରେ ପହଂଚିବ।
ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ବିମାନ ଭୁବନେଶ୍ୱରରୁ ପୂର୍ବାହ୍ନ ୭ଟା ୫୫ ମିନିଟ୍‌ରେ ବାହାରିବ ଓ ଲକ୍ଷ୍ନୌରେ ପୂର୍ବାହ୍ନ ୯ଟା ୪୦ ମିନିଟ୍‌ରେ ପହଂଚିବ। ଲକ୍ଷ୍ନୌରୁ ତାହା ପୂର୍ବାହ୍ନ ୧୧ଟା ୫୫ ମିନିଟ୍‌ରେ ବାହାରିବ ଓ ଅରାପହ୍ନ ୧ଟା ୦୫ ମିନିଟ୍‌ରେ ପହଂଚିବ। ମଙ୍ଗଳବାର, ଗୁରୁବାର ଓ ଶନିବାର ଏହି ବିମାନ ଉଡ଼ିବ। ସେହିପରି ୨୦୨୫ ଜାନୁଆରି ୧୫ରୁ ଭୁବନେଶ୍ୱରରୁ ଅପରାହ୍ନ ୨ ଟା ୫୫ ମିନିଟରେ ବିମାନ ଉଡ଼ିବ ଓ ପାଟନାରେ ଅପରାହ୍ନ ୪ଟା ୨୦ ମିନିଟ୍‌ରେ ପହଂଚିବ। ପାଟନାରୁ ବିମାନ ଅପରାହ୍ନ ୫ଟାରେ ଉଡ଼ିବ ଓ ସନ୍ଧ୍ୟା ୬ଟା ୩୦ ମିନିଟରେ ଭୁବନେଶ୍ୱରରେ ପହଂଚିବ। ଦୈନିକ ଏହି ବିମାନ ଉଡ଼ିବ।
ଏୟାର ଇଣ୍ଡିଆ ଏକ୍ସପ୍ରେସ ଭୁବନେଶ୍ୱରରୁ ସାପ୍ତାହିକ ୧୦୪ ଉଡ଼ାଣ କରୁଛି ଯାହା ୧୧ଟି ସ୍ଥାନକୁ ସିଧାସଳଖ ବିମାନ ସେବା ଏବଂ ୧୯ଟି ଡୋମେଷ୍ଟିକ ଏବଂ ସିଙ୍ଗାପୁର, ଦୁବାଇ ଓ ରିୟାଧ ଭଳି ୧୦ଟି ଅନ୍ତର୍ଜାତୀୟ ସ୍ଥଳକୁ କନେକ୍ଟିଂ ବିମାନ ସେବା ପ୍ରଦାନ କରୁଛି।
ଗତ କିଛି ମାସ ମଧ୍ୟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏହାର ସେବାକୁ ଦ୍ରୁତ ଗତିରେ ୫୦ଟି ସ୍ଥାନକୁ ସମ୍ପ୍ରସାରଣ କରିଛି। ନିକଟରେ ଏହା ବ୍ୟାଙ୍କକ, ଜମ୍ମୁ ଓ ଶ୍ରୀ ବିଜୟ ପୂରମ, ଦିମାପୁର, ନାଗାଲ୍ୟାଣ୍ଡକୁ ଏହାର ନେଟୱର୍କରେ ଯୋଡ଼ିଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ ପାଖରେ ୯୦ ବିମାନ ଥିବା ବେଳେ ଖୁବଶୀଘ୍ର ତାହା ୧୦୦ ବିମାନ ମାଇଲଖୁଂଟ ଅତିକ୍ରମ କରିବ।
ଏୟାର ଇଣ୍ଡିଆ ଏକ୍ସପ୍ରେସ ଭୁବନେଶ୍ୱରରୁ ୧୦୪ଟି ସାପ୍ତାହିକ ବିମାନ ଚଳାଚଳ କରି ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, ଜୟପୁର, କୋଚି, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ପାଟନା ଏବଂ ପୁଣେ ସମେତ ୧୧ଟି ଘରୋଇ ଗନ୍ତବ୍ୟସ୍ଥଳକୁ ସିଧାସଳଖ ସଂଯୋଗ କରୁଛି। ଏହାବ୍ୟତୀତ ଅଗରତାଲା, ଅମୃତସର, ଅଯୋଧ୍ୟା, ବାଗଡୋଗ୍ରା, ଗୋଆ, ଗୁଆହାଟୀ, ଇମ୍ଫାଲ, ଇନ୍ଦୋର, ଜମ୍ମୁ, କନ୍ନୁର, କୋଝିକୋଡ଼, ମାଙ୍ଗାଲୁରୁ, ରାଂଚିି, ଶ୍ରୀନଗର, ଶ୍ରୀ ବିଜୟାପୁରମ୍ (ପୋର୍ଟ ବ୍ଲେୟାର), ତିରୁବନନ୍ତପୁରମ୍‌, ବିଜୟୱାଡ଼ା ଏବଂ ବିଶାଖାପାଟଣା ଏବଂ ୧୦ଟି ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳ ଯଥା ଆବୁଧାବି, ବାହାରେନ୍‌, ବ୍ୟାଙ୍କକ୍‌, ଦମ୍ମାମ୍‌, ଦୁବାଇ, କୁଏତ, ମସ୍କଟ, ରିୟାଦ, ଶାରଜା ଏବଂ ସିଙ୍ଗାପୁରକୁ ୱାନ୍ ଷ୍ଟପ୍ ସଂଯୋଗ ପ୍ରଦାନ କରୁଛି।

Share

Leave a Reply

Your email address will not be published. Required fields are marked *

3 × 4 =