Business

ପରିବାର ସ୍ୱାସ୍ଥ୍ୟ ପ୍ରତି ବିପଦ ସହ ମଶା ସମସ୍ୟାକୁ ଯୋଡ଼ିଛନ୍ତି ୮୭% ଭାରତୀୟ: ଗୁଡ୍‌ନାଇଟ୍ ସର୍ଭେ

ଭୁବନେଶ୍ୱର: ୮୭ ପ୍ରତିଶତ ଭାରତୀୟ ଭାବୁଛନ୍ତିରେ ନିଦ୍ରାରେ ବିଭ୍ରାଟ, ବିଶେଷ କରି ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣକୁ ସିଧାସଳଖ ଭାବେ ପ୍ରଭାବିତ କରଛି। ଚଳିତ ବିଶ୍ୱ ମ୍ୟାଲେରିଆ ଦିବସ ପରିପ୍ରେକ୍ଷୀରେ ଗୋଦରେଜ୍ କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଜିପିସିଏଲ୍‌)ର ପ୍ରମୁଖ ମଶା ଘଉଡ଼ାଇବା ବ୍ରାଣ୍ଡ୍ ଗୁଡ୍‌ନାଇଟ୍ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରୁ ଏହା ଜଣାପଡ଼ିଛି। “ଗୋଟିଏ ମଶା ଅଗଣିତ ବିପଦ” ଶୀର୍ଷକ ଏହି ସର୍ବେକ୍ଷଣକୁ ଗୁଡ୍‌ନାଇଟ୍ ଓ ୟୁଗଭ୍ ନାମକ ଗବେଷଣା ସଂସ୍ଥା ଦ୍ୱାରା ମିଳିତ ଭାବେ କରାଯାଇଥିଲା। ଉତର,ପୂର୍ବ ଓ ପଶ୍ଚିମ ଭାରତର ୮୭ ପ୍ରତିଶତ ଓ ଦକ୍ଷିଣ ଭାରତର ୮୬ ପ୍ରତିଶତ ଲୋକ ସମାନ ମତ ଦେଇଥିଲେ।
ଭାରତରେ ନିଦ୍ରାରୁ ବଂଚିତ ହେବା ଘର ଘରର ସମସ୍ୟାରେ ପରିତ ହୋଇଥିବା ବେଳେ ପ୍ରାପ୍ତବୟସ୍କମାନେ ପ୍ରତି ରାତିରେ ୨ ଘଂଟା ପର୍ଯ୍ୟନ୍ତର ନିଦ ହରାଉଥିବା ବେଳେ ଶିଶୁମାନେ ପ୍ରସ୍ତାବିତ ସମୟଠାରୁ ପ୍ରାୟ ୪ ଘଂଟା ହରାଉଛନ୍ତି। ନିଦ୍ରାର ଏହି ନିରନ୍ତର ଅଭାବ ପ୍ରଭାବରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେଉଥିବା ବେଳେ ଚାପ ସ୍ତର ବଢ଼ୁଛି ଏବଂ ସଂକ୍ରମଣ ସମ୍ଭାବନା ସହିତ ମାଲେରିଆ ଓ ଡେଙ୍ଗୁ ଭଳି ମଶାବାହିତ ରୋଗ ବଢ଼ିବା ଆଶଙ୍କା ଦେଖାଦେଉଛି।
ଭାରତରେ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ନିଦ୍ରାରେ ବିଭ୍ରାଟର ଅନ୍ୟତମ କାରଣ ହେଉଛି ମଶା। ପ୍ରାୟ ୬୦ ପ୍ରତିଶତ ଲୋକ ନିଦ ଭାଙ୍ଗିବାର କାରଣ ମଶା ବୋଲି କହିଛନ୍ତି। ପିଲାମାନଙ୍କ କ୍ଷେତ୍ରରେ ପ୍ରଭାବ ଆହୁରି ଜଟିଳ ରହିଛି। ମଶା କାମୁଡ଼ିବା ଓ ବାରମ୍ବାର ଗୁଣୁଗୁଣୁ ହେବା ନିଦରେ ବିଭ୍ରାଟର ଅନ୍ୟତମ କାରଣ ବୋଲି ଅଭିଭାବକମାନେ କହିଛନ୍ତି। ସେଥିପାଇଁ ସେମାନଙ୍କଠାରେ ଅସୁସ୍ଥତା ଦେଖାଦେଉଥିବା ବେଳେ ପାଠପଢ଼ାରେ ଚାପ ରହୁଛି।
ଗୋଦରେଜ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍ (ଜିସିପିଏଲ୍‌)ର ଭାରତ ମୁଖ୍ୟ ମାର୍କେଟିଂ ଅଫିସର ଅଶ୍ୱିନ ମୂର୍ତି କହିଛନ୍ତି ଯେ, “ଗୁଡନାଇଟର “ଗୋଟିଏ ମଶା, ଅଗଣିତ ବିପଦ” ହେଉଛି ଏକ ଦେଶବ୍ୟାପୀ ସର୍ବେକ୍ଷଣ ରିପୋର୍ଟ ଯେଉଁଥିରେ ଜନସାଧାରଣଙ୍କ ମନୋଭାବ ଉପରେ ଆଲୋକପାତ କରାଯାଇ ମଶାବାହିତ ରୋଗ ସହ ଜଡ଼ିତ ବିପଦର ଆକଳନ କରାଯାଇଛି। ଏଭଳି ପଦକ୍ଷେପ ଦ୍ୱାରା ଆମର ଲକ୍ଷ୍ୟ ହେଉଛି ଭାରତରେ ମଶା ସମସ୍ୟା ବିଷୟରେ ସଚେତନତା ବୃଦ୍ଧି କରିବା, ପରିବାରଗୁଡ଼ିକ କାର୍ଯ୍ୟ କରିବାକୁ ସକ୍ଷମ କରିବା ଏବଂ ଦେଶକୁ ସୁଲଭ ତଥା ଅଭିନବ ସମାଧାନ ପ୍ରଦାନ କରିବା। ଭାରତରେ ବର୍ଷକୁ ୪୦ ନିୟୁତରୁ ଅଧିକ ନାଗରିକ ମ୍ୟାଲେରିଆ, ଡେଙ୍ଗୁ ଭଳି ମଶାବାହିତ ରୋଗରେ ଆକ୍ରାନ୍ତ ହୁଅନ୍ତି। ଅସୁସ୍ଥତା, ସ୍ୱାସ୍ଥ୍ୟସେବା ଖର୍ଚ୍ଚ ଏବଂ ଉତ୍ପାଦକତା ହ୍ରାସ କାରଣରୁ କାର୍ଯ୍ୟ, ବିଦ୍ୟାଳୟ, ସାମାଜିକ ଏବଂ ବୃତିଗତ ପ୍ରତିବଦ୍ଧତାରୁ ଅନୁପସ୍ଥିତ ରହିବା ଅର୍ଥନୈତିକ କ୍ଷତିର କାରଣ ହୋଇଥାଏ । ଭାରତୀୟ ଅର୍ଥନୀତିର ଉତ୍ପାଦକତା ବଜାୟ ରଖିବା ଏବଂ ଜିଡିପି ସ୍କୋରକୁ ସୁଦୃଢ଼ ରଖିବା ପାଇଁ ଯାହା ଆବଶ୍ୟକ ତାହା ହେଉଛି ତାହା ହେଉଛି ଏକ ସ୍ଥିର ଏବଂ ସୁସ୍ଥ କର୍ମଚାରୀ।ଏହାର ମୁକାବିଲା କରିବାର ଏକ ବାସ୍ତବ ଉପାୟ ହେଉଛି ମଶାବାହିତ ରୋଗର ବଢୁଥିବା ଧାରାର ସମାଧାନ କରିବା।”
ମୁମ୍ବାଇର ମୁଲୁଣ୍ଡସ୍ଥିତ ଫୋର୍ଟିସ୍ ହସ୍ପିଟାଲର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର କୀର୍ତି ସାବନିସ୍ କହିଛନ୍ତି ଯେ, “ଏହା ବୁଝିବା ଜରୁରୀ ଯେ ଗୋଟିଏ ମଶାରେ ଜୀବନ ପ୍ରତି ଘାତକ ରୋଗ ବ୍ୟାପିବାର କ୍ଷମତା ରହିଛି। ଡେଙ୍ଗୁ, ମ୍ୟାଲେରିଆ ଏବଂ ଅନ୍ୟାନ୍ୟ ରୋଗ ବ୍ୟାପିବା ପଛରେ ଏହି କ୍ଷୁଦ୍ର କୀଟମାନେ ନୀରବ ଦୋଷୀ ଅଟନ୍ତି । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିପାରେ ଯାହା ଦ୍ୱାରା ବ୍ୟକ୍ତିମାନେ ଅନ୍ୟ ରୋଗରେ ପୀଡ଼ିତ ହୋଇପାରନ୍ତି। ଏହି ନିରନ୍ତର ବିପଦ କେବଳ ଆମ ସ୍ୱାସ୍ଥ୍ୟ ସହିତ ଆଘାତ କରେ ନାହିଁ ବରଂ ଆମର ସୁସ୍ଥ ଏବଂ ଉତ୍ପାଦନଶୀଳ ଜୀବନ ଯାପନ କରିବାର କ୍ଷମତାକୁ ମଧ୍ୟ ବାଧା ଦେଇଥାଏ। ମଶାବାହିତ ରୋଗରୁ ରକ୍ଷା କରିବା ବ୍ୟକ୍ତିଗତ ଦାୟିତ୍ୱଠାରୁ ଅଧିକ। ଏହା ହେଉଛି ଏକ ସାମୂହିକ କର୍ତବ୍ୟ ଯାହା ଆମର ନିଜ ପ୍ରତି ଏବଂ ଆମ ସମ୍ପ୍ରଦାୟ ପ୍ରତି ଋଣୀ।”

Share

Leave a Reply

Your email address will not be published. Required fields are marked *

20 − 19 =