Business

TPCODL Launches Proactive Safety Measures for Festival Celebrations

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଦଶହରା ଉତ୍ସବ ସମୟରେ ସୁରକ୍ଷିତ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି।

ସୁରକ୍ଷା ପ୍ରତି ପ୍ରତିବଦ୍ଧତାକୁ ବଜାୟ ରଖି ଟିପିସିଓଡିଏଲ୍ ପକ୍ଷରୁ ପାର୍ବଣ ଋତୁରେ ପୂଜା ପେଣ୍ଡାଲ ଓ ଦୋକାନୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ପେଣ୍ଡାଲ ଓ ଦୋକାନ ଲାଗି ଆଇନଗତ ଅସ୍ଥାୟୀ ସଂଯୋଗ ନେବା ଲାଗି କମ୍ପାନି ପକ୍ଷରୁ ସମସ୍ତଙ୍କୁ ଉତ୍ସାହିତ କରାଯାଉଛି। ସୁବିଧାଜନକ ଓ ବିପଦ ମୁକ୍ତ ଉତ୍ସବ ପାଇଁ ସୁରକ୍ଷା ମାନକକୁ ପାଳନ କରିବା ଉପରେ ଏହା ଗୁରୁତ୍ୱାରୋପ କରୁଛି। ଏକ ଉତ୍ସର୍ଗୀକୃତ ଟିମ୍ ବିଦ୍ୟୁତ ଯୋଗାଣର ତଦାରଖ କରିବା ସହ ସୁରକ୍ଷାକୁ ସୁନିଶ୍ଚିତ କରିବେ ଏବଂ ବେଆଇନ ସଂଯୋଗକୁ ରୋକିବେ ବୋଲି ଟିପିସିଓଡିଏଲ୍ ପକ୍ଷରୁ କୁହାଯାଇଛି।

ଟିପିସିଓଡିଏଲ୍‌ର ପ୍ରମୁଖ ସୁରକ୍ଷା ନିର୍ଦ୍ଦେଶାବଳୀ:

ଓୟାରିଂ ଓ ଟେଷ୍ଟିଂ ପାଇଁ କେବଳ ଲାଇସେନ୍ସପ୍ରାପ୍ତ ଇଲେକ୍ଟ୍ରିସିଆନଙ୍କୁ ନିୟୋଜିତ କରନ୍ତୁ ।

ବୈଦ୍ୟୁତିକ ଢାଞ୍ଚାଠାରୁ ସୁରକ୍ଷିତ ଦୂରତା ବଜାୟ ରଖନ୍ତୁ ।

ବେଆଇନ ହୁକ ପକାଇବା ଠାରୁ ଦୂରେଇ ରୁହନ୍ତୁ।

ଟେଂଟ୍‌, ମଣ୍ଡପ ଏବଂ ଆଲୋକ ବ୍ୟବସ୍ଥା ପାଇଁ ଆଇନଗତ ସଂଯୋଗ ନିଅନ୍ତୁ ।

ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ୩୦ ଏମଏ ଆରସିସିବିର ବ୍ୟବହାର ସୁନିଶ୍ଚିତ କରନ୍ତୁ ।

ସମସ୍ତ ବୈଦ୍ୟୁତିକ ବ୍ୟବସ୍ଥା ପାଇଁ ଉପଯୁକ୍ତ ଆର୍ôଥଂ ବ୍ୟବସ୍ତା କରନ୍ତୁ।

ଅଗ୍ନି ନିର୍ବାପକ ଯନ୍ତ୍ର ଲଗାନ୍ତୁ ଏବଂ ଶକ୍ତି ଉପଯୋଗୀ ଏଲଇଡି ଲାଇଟ୍ ଚୟନ କରନ୍ତୁ ।

ପତାକାରେ ଧାତବ ପାଇପ୍ / ରଡ୍ ବ୍ୟବହାର କରନ୍ତୁ ନାହିଁ। ବିଦୁୃ୍ୟତ ପ୍ରବାହିତ ହେଉଥିବା ନେଟୱାର୍କ ସହିତ ପତାକାର ଧାତବ ଅଂଶ ଆକସ୍ମିକ ସଂସ୍ପର୍ଶରେ ଆସିଲେ ଗମ୍ଭୀର ପରିଣାମ ହୋଇପାରେ।

ଟିପିସିଓଡିଏଲ୍ ର ୨୪ ଘଂଟିଆ କଲ୍ ସେଂଟର ଯେକୌଣସି ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରସ୍ତୁତ ଅଛି। ଜରୁରୀକାଳୀନ ପରିସ୍ଥିତି ପାଇଁ ୧୯୧୨/୧୮୦୦୩୪୫୭୧୨୨ରେ ଆମ ସହ ଯୋଗାଯୋଗ କରନ୍ତୁ।

ଟିପିସିଓଡିଏଲର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ସୁରକ୍ଷା ପ୍ରତି ଟିପିସିଓଡିଏଲ ସବୁବେଳେ ପ୍ରତିବଦ୍ଧ ରହିଛି। ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଆନନ୍ଦଦାୟକ ଦଶହରା ଉତ୍ସବ ସୁନିଶ୍ଚିତ କରିବାକୁ ଆମେ ପ୍ରତିଶୃତିବଦ୍ଧ। ଆମେ ଆଇନଗତ ବିଦ୍ୟୁତ ସଂଯୋଗ ନେବାକୁ ଏବଂ ଆମର ସୁରକ୍ଷା ପ୍ରୋଟୋକଲ୍‌କୁ ନିଷ୍ଠାର ସହ ପାଳନ କରିବାକୁ ଜନସାଧାରଣଙ୍କୁ ଉତ୍ସାହିତ କରୁଛୁ। ଏକାଠି କାମ କରି ଆମେ ଏପରି ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିପାରିବା, ଯେଉଁଠାରେ ପ୍ରତ୍ୟକ ପରିବାର ମାନସିକ ଶାନ୍ତି ସହିତ ଉତ୍ସବକୁ ଉପଭୋଗ କରିପାରିବେ।’’

Share

Leave a Reply

Your email address will not be published. Required fields are marked *

seventeen − seven =