ଗ୍ରୀଷ୍ମ ପ୍ରବାହ ପାଇଁ ଖରା ଛୁଟି ଘୁଞ୍ଚିଲା
ଭୁବନେଶ୍ବର () ସ୍କୁଲ ଛୁଟି ବଢିଲା । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଖରାଛୁଟି ଆଉ କିଛି ଦିନ ପାଇଁ ଘୁଞ୍ଚାଇ ଦେଇଛନ୍ତି ସରକାର । ଜୁନ 18 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ ସରକାର । ରାଜ୍ୟକୁ ମୌମୁମୀ ପ୍ରବେଶ କରିଥିଲେ ବି ଏଯାଏଁ ବର୍ଷା ନାହିଁ । ବରଂ ଗତ 4-5 ଦିନ ଧରି ରାଜ୍ୟର ବହୁ ଅଂଚଳରେ ତାପମାତ୍ରା 40 ଡିଗ୍ରି ଉପରକୁ କିମ୍ବା ପାଖାପାଖି ରହୁଛି । ଆସନ୍ତା 21 ତାରିଖ ପୂର୍ବରୁ ବର୍ଷାର ସମ୍ଭାବନା ମଧ୍ୟ ନାହିଁ । ଏହି ଦୃଷ୍ଟିରୁ ଗ୍ରୀଷ୍ମ ଛୁଟିକୁ 21 ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପଦୀପ୍ତ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି । 21 ତାରିଖରେ ପାଗ ଦେଖି ସରକାର ପରବର୍ତ୍ତି ନିଷ୍ପତ୍ତି ନେବେ ।