Health

ସକାଳୁ ସକାଳୁ ବ୍ରେଡ୍ ଖାଉଛନ୍ତି କି ? ଖାଦ୍ୟନଳୀ…

ଅଧିକାଂଶ ଲୋକ ସକାଳ ବ୍ରେକଫାଷ୍ଟରେ ବ୍ରେଡ୍ ଖାଇଥାନ୍ତି । କିଛି ଲୋକ ବ୍ରେଡ ସହ ବଟର୍ ତ କିଛି ଲୋକ ଟୋଷ୍ଟ ହୋଇଥିବା ବ୍ରେଡ୍ ଏବଂ ଜାମ୍ ଖାଇଥାନ୍ତି । କିନ୍ତୁ ବହୁତ ଲୋକ ଜାଣି ନାହାଁନ୍ତି ଯେ ବ୍ରେଡ୍ ଖାଇ କି ପେଟ ସିନା ପୁରିଯାଏ ହେଲେ ଏହା ସ୍ବାସ୍ଥ୍ୟ ପାଇଁ ବିଲକୁଲ୍ ଭଲ ନୁହେଁ । ଏଥିରେ ସୋଡିୟମ୍ ସ୍ତର ଏତେ ଥାଏ ଯେ ଯାହା ହୃଦ୍ ଜନିତ ରୋଗ କରାଯାଇଥାଏ । ବ୍ରେଡ୍ ଖାଇଲେ ଆମ ଶରୀରରେ ଲୁଣର ମାତ୍ରା ବଢିଯାଏ । ଯାହା ଫଳରେ ରୋଗର ବିପଦ ଅଧିକ ହୋଇଯାଇଥାଏ । ଜାଣନ୍ତୁ ବ୍ରେଡ୍ ଖାଇଲେ ଆଉ କଣ ସମସ୍ୟା ହୋଇଥାଏ ।
– ମଇଦାରେ ପ୍ରସ୍ତୁତ ହୋଇଥିବା କାରଣରୁ ବ୍ରେଡକୁ ହଜମ କରିବାରେ ଶରୀରକୁ ବହୁତ ପରିଶ୍ରମ କରିବାକୁ ପଡେ । ଏଥିରେ ଥିବା କାର୍ବୋହାଇଡ୍ରେଟ୍ ଲିଭରକୁ ଅନେକ କ୍ଷତି ପହଂଚାଇଥାଏ ।
– ବ୍ରେଡରେ କୌଣସି ବି ପ୍ରକାର ପୋଷକ ତତ୍ବ ନଥାଏ । ଯଦି ବ୍ରେଡ ଖାଇବାକୁ ଚାହୁଁଛନ୍ତି ତେବେ ହ୍ବାଇଟ୍ ବ୍ରେଡ୍ ସ୍ଥାନରେ ବ୍ରାଉନ୍ ବ୍ରେଡ୍ ଖାଆନ୍ତୁ ।
– ବ୍ରେଡରେ ଅନେକ ଗ୍ଲୁଟେନ୍ ଥାଏ ଯାହା ସିଲିଏକ୍ ରୋଗର ବିପଦ ବଢାଇଥାଏ ।
– ଅଟା ବ୍ରେଡରେ କୌଣସି ପୋଷକ ତତ୍ବ ନଥାଏ । ଏହାକୁ ତିଆରି କରିବା ପ୍ରଣାଳୀରେ ହିଁ ଅଟାର ସମସ୍ତ ଗୁଣ ଶେଷ ହୋଇଯାଏ ।
– ଅତ୍ୟଧିକ ବ୍ରେଡ୍ ଖାଇଲେ ଖାଦ୍ୟନଳୀରେ ଛିଦ୍ର ହେବାର ସମ୍ଭାବନା ଥାଏ ।

Share

Leave a Reply

Your email address will not be published. Required fields are marked *

5 × four =