ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ
ମାଓବାଦୀଙ୍କ ଦ୍ୱାରା ନିର୍ଯାତୀତ ହେବା ପରେ ଜଣେ ହାର୍ଡକୋର ମହିଳା ମାଓବାଦୀ ମାଲକାନାଗିରି ଏସପିଙ୍କ ନିକଟରେ ଆଜି ଆତ୍ମସମର୍ପଣ କରିଛନ୍ତି । ଏହି ମହିଳା ମାଓବାଦୀ ଜଣଙ୍କ ୨୦୧୪ମସିହାରୁ ମାଓ ସଂଗଠନରେ ସାମିଲ ହୋଇଥିଲେ ଏବଂ ତାଙ୍କୁ ଧରାଇଦେବା ପାଇଁ ୧ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଦୀର୍ଘ ୪ବର୍ଷ କାଳ ସେ ମାଓବାଦୀ ମାନଙ୍କ ଦ୍ୱାରା ନିର୍ଯାତିତ ହେବା ପରେ ଆଜି ଆକସ୍ମିକ ଭାବେ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛି । ତାନାମ ମାଡି ଓରଫ ଜିୱାନୀ ବୋଲି ଜଣାପଡିଛି ।