“ଜମ୍ପଡ୍ ଡିପୋଜିଟ୍” ଠକେଇ ଉପରେ ସ୍ପଷ୍ଟୀକରଣ: ବୈଷୟିକ ଭ୍ରାନ୍ତଧାରଣାର ମୁକାବିଲା
ଭୁବନେଶ୍ୱର: ନିକଟରେ “ଜମ୍ପଡ୍ ଡିପୋଜିଟ୍” ଠକେଇ ନାମକ ଏକ ନୂଆ ଅନଲାଇନ୍ ଠକେଇ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଦୃଷ୍ଟିରେ ରଖି ଆମେ ଏହି ବିବରଣୀରେ କେତେକ ତ୍ରୁଟି ଏବଂ ବୈଷୟିକ ତ୍ରୁଟି ଉପସ୍ଥାପନ କରୁଛୁ ଯାହା ୟୁପିଆଇ ପ୍ଲାଟଫର୍ମକୁ ନେଇ ବ୍ୟବହାରକାରୀଙ୍କ ମଧ୍ୟରେ ଅନାବଶ୍ୟକ ଆତଙ୍କ ଓ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଆମେ ଏହା ମଧ୍ୟ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ୟୁପିଆଇ ପ୍ଲାଟଫର୍ମରେ “ଜମ୍ପଡ ଡିପୋଜିଟ୍” ଠକେଇ ଉପରେ ଲେଖାରେ ବର୍ଣ୍ଣନା କରାଯାଇଥିବା ଠକେଇର କୌଣସି ଉଦାହରଣ ଦେଖିବାକୁ ମିଳିନାହିଁ।
ଏହି ଚିନ୍ତାଗୁଡିକର ସମାଧାନ ଏବଂ ସ୍ପଷ୍ଟତା ସୁନିଶ୍ଚିତ କରିବା ପାଇଁ ଏନପିସିଆଇ ନିମ୍ନଲିଖିତ ପ୍ରମୁଖ ସ୍ପଷ୍ଟୀକରଣ ପ୍ରଦାନ କରିବାକୁ ଚାହୁଛି:
ଚା କେବଳ ୟୁପିଆଇ କିମ୍ବା ବ୍ୟାଙ୍କ ଆପ୍ ଖୋଲିବା ଦ୍ୱାରା ଆପେ ଆପେ କାରବାର ଅନୁମୋଦନ ମିଳିନଥାଏ । କାରବାର୍ ହେବା ପାଇଁ ଉପଭୋକ୍ତାଙ୍କୁ ଦେୟ ଅନୁରୋଧ ସହ ଆଗକୁ ବଢ଼ିବାକୁୁ ପଡିବ ଏବଂ ୟୁପିଆଇ ପିନ୍ ସହିତ ଏହାକୁ ଅନୁମତି ଦେବା ପାଇଁ “ପେ’” ବିକଳ୍ପ ଉପରେ ସ୍ପଷ୍ଟ ଭାବରେ କ୍ଲିକ୍ କରିବାକୁ ପଡିବ। ଏହି ପଦକ୍ଷେପ ବିନା ଦେୟ ପ୍ରକ୍ରିୟାକରଣ ହେବ ନାହିଁ।
ଚା କୌଣସି ବାହ୍ୟ ପକ୍ଷ ଉପଭୋକ୍ତାଙ୍କ ଆକାଉଂଟ୍ରୁ ସିଧାସଳଖ ପାଣ୍ଠି ଅନୁରୋଧ କରିପାରିବେ ନାହିଁ କିମ୍ବା ଉଠାଇ ପାରିବେ ନାହିଁ। ୟୁପିଆଇ ହେଉଛି ଏକ ଡିଭାଇସ୍ ଆଧାରିତ ଦେୟ ପ୍ରଣାଳୀ, ଅର୍ଥାତ୍ ଦେୟ ଖାତା ସୁରକ୍ଷିତ ଭାବରେ ଉପଭୋକ୍ତାଙ୍କ ପଞ୍ଜୀକୃତ ନମ୍ବର ଏବଂ ସେମାନଙ୍କର ନିର୍ଦ୍ଦିଷ୍ଟ ମୋବାଇଲ୍ ଡିଭାଇସ୍ ସହିତ ଲିଙ୍କ୍ ହୋଇଛି। କେବଳ ଉପଭୋକ୍ତା ନେଣଦେଣ କିମ୍ବା ପ୍ରତ୍ୟାହାର ଆରମ୍ଭ କରିପାରିବେ ଏବଂ ଏହା ସୁନିଶ୍ଚିତ କରିପାରିବେ ଯେ ଅନ୍ୟମାନେ ସେମାନଙ୍କ ପାଣ୍ଠିକୁ ହାସଲ କରିପାରିବେ ନାହିଁ।
ଚା ବାଲାନ୍ସ ଜାଣିବା ପାଇଁ ମଧ୍ୟ ପିନ୍ ଦାଖଲ କରିବା ଆବଶ୍ୟକ ଏବଂ ଏହା ସ୍ୱତଃସ୍ପୃତ ଭାବରେ କୌଣସି ପ୍ରତ୍ୟାହାର କିମ୍ବା ଦେୟ ଅନୁରୋଧକୁ ଅନୁମତି ଦିଏ ନାହିଁ ଯାହା ଏକ ପୃଥକ କାରବାର ଭାବରେ ବିବେଚନା କରାଯାଏ।
ୟୁପିଆଇ କାରବାରକୁ ଦୃଢ଼ ସୁରକ୍ଷା ପ୍ରୋଟୋକଲ୍ ଏବଂ କଠୋର ନିୟାମକ ପଦକ୍ଷେପ ଦ୍ୱାରା ପ୍ରସ୍ତୁତ କରାଯାଇଛି। ୟୁପିଆଇର ବାସ୍ତବ ସମୟ ସାମର୍ଥ୍ୟ ଏବଂ ଇଂଟରଅପରେବିଲିଟି କେବଳ ନେଣଦେଣକୁ ସରଳ କରିନାହିଁ ବରଂ ଡିଜିଟାଲ ପେମେଂଟକୁ ଗ୍ରହଣ କରିବାକୁ ମଧ୍ୟ ତ୍ୱରାନ୍ୱିତ କରିଛି ।
ଆମେ ଉପଭୋକ୍ତାଙ୍କୁ ଆତ୍ମବିଶ୍ୱାସର ସହ ୟୁପିଆଇ ବ୍ୟବହାର ଜାରି ରଖିବାକୁ ପ୍ରୋତ୍ସାହିତ କରୁଛୁ ଏବଂ ଏହାର ମଜବୁତ୍ ସୁରକ୍ଷା ବୈଶିଷ୍ଟ୍ୟ ଏହାକୁ ଉଭୟ ସୁରକ୍ଷିତ ଏବଂ ବିଶ୍ୱସନୀୟ କରିଛି।