Business

ଆନ୍ଥେମ ବାୟୋସାଇନସେସ ପକ୍ଷରୁ ୩୩୯୫ କୋଟିର ଆଇପିଓ ପାଇଁ ଢିଆରଏଚପି ଦାଖଲ

ଭୁବନେଶ୍ୱର: ଆନ୍ଥେମ ବାୟୋସାଇନସେସ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜରିଆରେ ପାଣ୍ଠି ଉଠାଣ ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। କମ୍ପାନିର ପ୍ରତିଷ୍ଠାତା ହେଉଛନ୍ତି ଏହାର ଅଧ୍ୟକ୍ଷ, ଏମଡି ଓ ସିଇଓ ଅଜୟ ଭରଦ୍ୱାଜ, ଉପସଭାପତି ଇଶାନ ଭରଦ୍ୱାଜ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗଣେଶ ସାମ୍ବାଶିବମ ଓ କେ ରବିନ୍ଦ୍ର ଚନ୍ଦ୍ରପା।
ଏହି ଆଇପିଓରେ ଅଫର ଫର ସେଲରେ ଅଂଶଧନକାରୀମାନେ ୩୩୯୫ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ। ଗଣେଶ ଶାମ୍ବାଶିବମ ଓ କେ ରବିନ୍ଦ୍ର ଚନ୍ଦ୍ରପା ୩୫୦ କୋଟି ଟଙ୍କା ପର୍ଯ୍ୟନ୍ତ, ଭିରିଡିଟି ଟୋନ ଏଲଏଲପି ୧୩୨୫ କୋଟି ଟଙ୍କା ଏବଂ ପୋର୍ଟସମାଉଥ ଟେକ୍ନୋଲୋଜିସ ଏଲଏଲପି ୩୨୦ କୋଟି ଟଙ୍କାର ଇକ୍ୱିଟି ସେୟାର, ମଳୟ ଜେ ବରୁଆ, ରୁପେଶ ଏନ କିନେକାର, ସତୀଶ ଶର୍ମା ୩୨୦ କୋଟି ଟଙ୍କା ଲେଖାଏଁ, ପ୍ରକାଶ କାରିଆବେଟନ ୮୦ କୋଟି ଟଙ୍କା ଏବଂ କେ ରାମକ୍ରିଷ୍ଣ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଇକ୍ୱିଟି ସେୟାର ବିକ୍ରି କରିବେ।
୨୦୦୬ରେ ସ୍ଥାପନ ହୋଇଥିବା ଏହି କମ୍ପାନିର ଦୁଇଟି କାରଖାନା କର୍ଣ୍ଣାଟକର ବୋମାସାଣ୍ଡ୍ରା ଓ ହରୋହାଲିରେ ରହିଛି। ହାରୋହାଲିରେ ତୃତୀୟ କାରଖାନା ନିର୍ମାଣ କରାଯାଉଛି ଯାହା ୨୦୨୫ରେ କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି।
ଆନ୍ଥେମ ପକ୍ଷରୁ ସିଆରଡିଏମସ ସେବା ଓ ସ୍ୱତନ୍ତ୍ର ଉପାଦାନ ନିର୍ମାଣ ଓ ବିକ୍ରି କରାଯାଉଛି। ନୂଆ ରସାୟନ ସଂସ୍ଥା ଓ ନୂଆ ଜୈବିକ ସଂସ୍ଥାଗୁଡ଼ିକୁ ଏହା ସିଆରଡିଏମଓ ସେବା ପ୍ରଦାନ କରୁଛି। ଏହା ପ୍ରୋ ବାୟୋଟିକ, ଏଞ୍ଜାଇମ, ପେପଟାଇଡ, ପୋଷକ ତତ୍ୱ, ଭିଟାମିନ ଆନାଲଗ ଓ ବାୟୋସିମିଲାର ମଧ୍ୟ ଉତ୍ପାଦନ ଓ ବିକ୍ରି କରୁଛି।
୨୦୨୩-୨୪ ଆର୍ôଥକ ବର୍ଷରେ କମ୍ପାନିର ରାଜସ୍ୱ ୩୪.୩ ପ୍ରତିଶତ ବୃଦ୍ଧି ପାଇ ୧୪୧୯ କୋଟି ଟଙ୍କା ହୋଇଛି। ୨୦୨୩ରେ ତାହା ୧୦୫୬ କୋଟି ଟଙ୍କା ଥିଲା। ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା କମ୍ପାନିର ଟିକସ ପରବର୍ତୀ ଲାଭ ୩୬୭ କୋଟି ଟଙ୍କା ହୋଇଛି।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଛଛନ୍ତି ଜେଏମ ଫାଇନାନ୍ସିଆଲ ଲିମିଟେଡ, ସିଟିଗ୍ରୁପ ଗ୍ଲୋବାଲ ମାର୍କେଟସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ଜେପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଓ ନୋମୁରା ଫାଇନାନ୍ସିଆଲ ଆଡଭାଇଜରି ଆଣ୍ଡ ସିକ୍ୟୁରିଟିଜ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସଇ ଓ ଏନଏସଇରେ ତାଲିକାଭୁକ୍ତ କରାଯିବ।

Share

Leave a Reply

Your email address will not be published. Required fields are marked *

four + sixteen =