Business

ୟେସ୍ ସିକ୍ୟୁରିଟିଜ୍ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଷଷ୍ଠ ଡିଏଭି ୟୁନାଇଟେଡ୍ ଫେଷ୍ଟିଭାଲ୍‌ରେ “ଦି ୱାଇଜ୍ ହ୍ୱିସ୍ପର୍ସ’ର ଶୁଭାରମ୍ଭ

ଭୁବନେଶ୍ୱର: ଆର୍ଥିକ ସାକ୍ଷରତା ଓ ସଚେତନତା ଅଭିଯାନର ଅଗ୍ରଣୀ ସଂସ୍ଥା ୟେସ୍ ସିକ୍ୟୁରିଟିଜ୍ ପକ୍ଷରୁ ଭୁବନେଶ୍ୱରରେ ଅନୁଷ୍ଠିତ ଷଷ୍ଠ ଡିଏଭି ୟୁନାଇଟେଡ୍ ଫେଷ୍ଟିଭାଲ୍‌ରେ “ଦି ୱାଇଜ୍ ହ୍ୱିସ୍ପର୍ସ’ ଅଭିଯାନର ଶୁଭାରମ୍ଭ କରାଯାଇଛି। ଦି ୱାଇଜ୍ ହ୍ୱିସ୍ପର୍ସ ହେଉଛି ଏକ ଅଭିଯାନ ଯେଉଁଥିରେ ଫନ୍ ପଜଲ୍ ଓ କୁଇଜ୍ ସହିତ କମିକ୍ ସିରିଜ୍ ଜରିଆରେ ପିଲାମାନଙ୍କୁ ଫାଇନାନ୍ସ ବିଷୟରେ ଶିକ୍ଷା ଦିଆଯିବ। ଆକର୍ଷଣୀୟ କାହାଣୀ ଜରିଆରେ ଏହା ପିଲାମାନଙ୍କୁ ଷ୍ଟକ୍ ଓ ସଂଚୟ ବିଷୟରେ ଜଣାଇବ।
୨୦୨୪ ଡିସେମ୍ବର ୨୧-୨୨ ପର୍ଯ୍ୟନ୍ତ ଭୁବନେଶ୍ୱରର ପୂର୍ବତଟ ରେଳପଥ ପଡ଼ିଆରେ ଏକ ଉତ୍ସବ ସହ ଏହି ଅଭିଯାନର ଶୁଭାରମ୍ଭ ହୋଇଥିଲା। ସେଥିରେ ସାରା ଦେଶର ୭୦୦ ସ୍କୁଲରୁ ୩୦୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ୨୦୨୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲୁଥିବା ଅନଲାଇନ୍ କୁଇଜ୍ ୧୬ ବର୍ଷ ପର୍ଯ୍ୟନ୍ତ ବୟସର ସମସ୍ତ ଛାତ୍ରଛାତ୍ରୀଙ୍କ ଲାଗି ଖୋଲା ରହିଛି। ବିଜେତାମାନେ ଆକର୍ଷଣୀୟ ପୁରସ୍କାର ଜିତିପାରିବେ। ସମସ୍ତ ଅଂଶଗ୍ରହଣକାରୀଙ୍କୁ ସାର୍ଟିଫିକେଟ୍ ଓ ବ୍ୟାଜ୍ ପ୍ରଦାନ କରାଯିବ।
ଏହି ଅଭିଯାନ ସମ୍ପର୍କରେ ୟେସ୍ ସିକ୍ୟୁରିଟିଜ୍‌ର ଏମ୍‌ଡି ଓ ସିଇଓ ଶ୍ରୀ ଅଂଶୁଲ ଆର୍ଜାରେ କହିଛନ୍ତି ଯେ, “ଆର୍ଥିକ ସାକ୍ଷରତା ହେଉଛି ଏକ ପ୍ରମୁଖ ଜୀବନ କୌଶଳ ଯାହା ଯୁବ ବୟସରୁ ପିଲାମାନଙ୍କୁ ସମୃଦ୍ଧ କରିବ। ଆର୍ଥିକ ଶିକ୍ଷାକୁ କୌତୁକ, ଉପଯୋଗୀ ଓ ପ୍ରଭାବଶାଳୀ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତାର ପ୍ରତୀକ ହେଉଛି ଦି ୱାଇଜ୍ ହ୍ୱିସ୍ପର୍ସ ଅଭିଯାନ। ଡିଏଭି ୟୁନାଇଟେଡ୍ ଉତ୍ସବ ସମୟରେ ଏହି ଅଭିଯାନକୁ ଶହ ଶହ ଯୁବବର୍ଗଙ୍କ ନିକଟରେ ପହଂଚାଇବା ଲାଗି ଡିଏଭି ନେଟୱର୍କ ସହ ସହଯୋଗିତା ସ୍ଥାପନ କରି ଆମେ ରୋମାଂଚିତ ମନେ କରୁଛୁ।’’
ଡିଏଭି ୟୁନାଇଟେଡ୍ ଫାଉଣ୍ଡେସନର ଡିନ୍ ଡକ୍ଟର ନିଶା ପେସିନ୍ କହିଛନ୍ତି ଯେ, “ଯୁବବର୍ଗଙ୍କ ଜୀବନ ଗଢ଼ିବାରେ ଶିକ୍ଷାର ଶକ୍ତିକୁ ପାଳନ କରୁଛି ଦି ଡିଏଭି ୟୁନାଇଟେଡ୍ ଉତ୍ସବ। ଦି ୱାଇଜ୍ ହ୍ୱିସ୍ପର୍ସର ଶୁଭାରମ୍ଭ କରି ୟେସ୍ ସିକ୍ୟୁରିଟିଜ୍ ଆର୍ଥିକ ପରିକଳ୍ପନାର ସରଳୀକରଣ କରିଥିବା ବେଳେ ଛା୍‌ତ୍ରଛାତ୍ରୀମାନଙ୍କୁ ଜ୍ଞାନ ଜରିଆରେ ସମୃଦ୍ଧ କରୁଛି ଯାହା ଦ୍ୱାରା ସେମାନେ ଜୀବନବ୍ୟାପୀ ଉପକୃତ ହେବେ। ଏହି ଅର୍ଥପୂର୍ଣ୍ଣ ଅଭିଯାନରେ ସହଯୋଗିତା କରି ଆମେ ବେଶ୍ ଆନନ୍ଦିତ।’’

Share

Leave a Reply

Your email address will not be published. Required fields are marked *

10 + 1 =