Business

ଭେଂଟାଇଭ ହସ୍ପିଟାଲିଟି ଲିମିଟେଡ୍ର ୧୬୦୦ କୋଟି ଟଙ୍କାର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୪ ଡିସେମ୍ବର ୨୦ରେ ଖୋଲିବ

ଭୁବନେଶ୍ୱର: ଭେଂଟାଇଭ ହସ୍ପିଟାଲିଟି ଲିମିଟେଡ୍ ଏହାର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ)କୁ ୨୦୨୪ ଡିସେମ୍ବର ୨୦ ଶୁକ୍ରବାର ଖୋଲିବାକୁ ପ୍ରସ୍ତାବ ରଖିଛି । ଆଙ୍କର ନିବେଶକମାନେ ବିଡ୍ ଖୋଲିବାର ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ଡିସେମ୍ବର ୧୯ ଗୁରୁବାର ଦିନ ବିଡ୍ ଦାଖଲ କରିପାରିବେ ଏବଂ ୨୦୨୪ ଡିସେମ୍ବର ୨୪ ମଙ୍ଗଳବାର ଦିନ ବିଡ୍ ବନ୍ଦ ହେବ । କମ୍ପାନି ପକ୍ଷରୁ ଆଇପିଓ ଜରିଆରେ ୧୬୦୦ କୋଟି ଟଙ୍କା ସଂଗ୍ରହ ଯୋଜନା ରହିଛି।
ଏହି ଇସ୍ୟୁରେ ଇକ୍ୱିଟି ସେୟାର ପିଛା ଦାମ୍ ୬୧୦ ଟଙ୍କାରୁ ୬୪୩ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ସର୍ବନିମ୍ନ ୨୩ଟି ସେୟାର ପାଇଁ ବିଡ୍ ଦାଖଲ କରିହେବ ଏବଂ ଏହା ପରେ ୨୩ଟି ଲେଖାଏଁ ଇକ୍ୱିଟି ସେୟାରକୁ ସେଥିରେ ଯୋଡ଼ାଯାଇପାରିବ । ଯୋଗ୍ୟ କର୍ମଚାରୀମାନଙ୍କୁ ସେୟାର ପିଛା ୩୦ ଟଙ୍କାର ରିହାତି ପ୍ରଦାନ କରାଯିବ।
ଏହି ଇସ୍ୟୁରୁ ସଂଗୃହୀତ ହେବାକୁ ଥିବା ପାଣ୍ଠିକୁ କମ୍ପାନି ହାସଲ କରିଥିବା ଋଣ ଓ ତାହା ଉପରେ ସୁଧକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ପରିଶୋଧ କରିବାରେ ବ୍ୟବହାର କରିବାକୁ ପ୍ରସ୍ତାବ ରହିଛି।
ପଂଚଶୀଳ ରିଅଲିଟିର ଅଧ୍ୟକ୍ଷ ତଥା ଭେଂଟାଇଟ ହସ୍ପିଟାଲିଟି ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅତୁଲ ଆଇ କୋର୍ଡିଆ କହିଛନ୍ତି ଯେ,“ଆଂଚଳିକ ଆତିଥେୟତାରେ ରୂପାନ୍ତରଣ ଯାତ୍ରାରେ ଭେଂଟାଇଟି ହସ୍ପିଟାଲିଟି ଲିମିଟେଡର ଆଇପିଓ ପଂଚଶୀଳ ଓ ବ୍ଲାକଷ୍ଟୋନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ।”
ବ୍ଲାକଷ୍ଟୋନର ରିଅଲ ଇଷ୍ଟେଟ-ଭାରତ ମୁଖ୍ୟ ତୁହିନ ପାରିଖ କହିଛନ୍ତି ଯେ,“ଆମର ଦୀର୍ଘକାଳୀନ ସହଯୋଗୀ ପଂଚଶୀଳ ରିଅଲିଟି ସହ ଭେଂଟାଇଟ ହସ୍ପିଟାଲିଟି ଲିମିଟେଡର ଆଗାମୀ ଆଇପିଓ ଉପରେ କାମ କରି ଆମେ ଆନନ୍ଦିତ। ଭେଂଟାଇଟି ହସ୍ପିଟାଲିଟି ଲିମିଟେଡର ପ୍ରିମିୟମ ଆତିଥେୟତା ସଂପତି ରହିଛି ଯାହା ବିଶ୍ୱସ୍ତରୀୟ ହସ୍ପିଟାଲିଟି ବ୍ରାଣ୍ଡ ଦ୍ୱାରା ପରିଚାଳିତ ହେଉଛି।”
କମ୍ପାନିର ଇକ୍ୱିଟି ସେୟାରକୁ ବମ୍ବେ ଷ୍ଟକ୍ ଏକ୍ସଚେଂଜ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି । ଏହି ଅଫରର୍ ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଜେଏମ ଫାଇନାନ୍ସିଆଲ ଲିମିଟେଡ, ଆକ୍ସିସ କ୍ୟାପିଟାଲ ଲିମିଟେଡ, ଏଚଏସବିସି ସିକ୍ୟୁରିଟିଜ ଆଣ୍ଡ କ୍ୟାପିଟାଲ ମାର୍କେଟସ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ, ଆଇସିଆଇସିଆଇ ସିକ୍ୟୁରିଟିଜ ଳିମିଟେହ, ଆଇଆଇଏଫଏଲ ସିକ୍ୟୁରିଟିଜ ଲିମିଟେଡ, କୋଟକ ମହିନ୍ଦ୍ରା କ୍ୟାପିଟାଲ କଂପାନି ଲିମିଟେଡ ଓ ଏସବିଆଇ କ୍ୟାପିଟାଲ ମାର୍କେଟସ ଲିମିଟେଡ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କ ଲାଗି ସଂରକ୍ଷିତ ରଖାଯିବ । ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଆଙ୍କର ନିବେଶକଙ୍କୁ ଦିଆଯାଇପାରିବ । ସେଥିରୁ ଏକ ତୃତୀୟାଂଶ ଇକ୍ୱିଟି ସେୟାର ଘରୋଇ ମ୍ୟୁଚୁଆଲ ଫଣ୍ଡ ଲାଗି ସଂରକ୍ଷିତ ରହିବ । ନିଟ କ୍ୟୁଆଇବିର ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ମ୍ୟୁଚୁଆଲ ଫଣ୍ଡ ଲାଗି ରଖାଯିବ । ଯଦି ମ୍ୟୁଚୁଆଲ ଫଣ୍ଡର ହାରାହାରି ଭାଗ କ୍ୟୁଆଇବି ଭାଗର ୫ ପ୍ରତିଶତରୁ କମ ରହିବ ତେବେ ତାହାକୁ କ୍ୟୁଆଇବି ଭାଗରେ ଯୋଡ଼ାଯିବ । ନିଟ ଅଫରର ୧୫ ପ୍ରତିଶତ ରାଶିକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ । ସେଥିରୁ ୩୫ ପ୍ରତିଶତ ଇକ୍ୱିଟି ସେୟାର ଖୁଚୁରା ନିବେଶକମାନଙ୍କ ଲାଗି ରହିବ ।

Share

Leave a Reply

Your email address will not be published. Required fields are marked *

thirteen − 12 =