Business

ଡିଏଏମ୍ କ୍ୟାପିଟାଲ୍ ଆଡଭାଇଜର୍ସ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୪ ଡିସେମ୍ବର ୧୯ରେ ଖୋଲିବ

ଭୁବନେଶ୍ୱର: ଡିଏଏମ୍ କ୍ୟାପିଟାଲ୍ ଆଡଭାଇଜର୍ସ ଲିମିଟେଡ୍ ଏହାର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ)କୁ ୨୦୨୪ ଡିସେମ୍ବର ୧୯ଗୁରୁବାର ଖୋଲିବାକୁ ପ୍ରସ୍ତାବ ରଖିଛି। ଆଙ୍କର ନିବେଶକମାନେ ବିଡ୍ ଖୋଲିବାର ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ଡିସେମ୍ବର ୧୮ ବୁଧବାର ଦିନ ବିଡ୍ ଦାଖଲ କରିପାରିବେ ଏବଂ ୨୦୨୪ ଡିସେମ୍ବର ୨୩, ସୋମବାର ଦିନ ବିଡ୍ ବନ୍ଦ ହେବ।
ଏହି ଇସ୍ୟୁରେ ଇକ୍ୱିଟି ସେୟାର ପିଛା ଦାମ୍ ୨୬୯ ଟଙ୍କାରୁ ୨୮୩ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି। ସର୍ବନିମ୍ନ ୫୩ଟି ସେୟାର ପାଇଁ ବିଡ୍ ଦାଖଲ କରିହେବ ଏବଂ ଏହା ପରେ ୫୩ଟି ଲେଖାଏଁ ଇକ୍ୱିଟି ସେୟାରକୁ ସେଥିରେ ଯୋଡ଼ାଯାଇପାରିବ।
ଏହି ଇସ୍ୟୁରେ ୨୯,୬୯୦,୯୦୦ ଇକ୍ୱିଟି ସେୟାର ଜାରି କରାଯିବ। ଅଫର ଫର୍ ସେଲ୍‌ରେ ମଲ୍‌ଟିପଲ୍‌ସ ଅଲଟରନେଟ୍ ଆସେଟ୍ ମ୍ୟାନେଜମେଂଟ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ୮,୭୧୪,୪୦୦ ଇକ୍ୱିଟି ସେୟାର, ନରୋତମ ସତ୍ୟନାରାୟଣ ଶେଖସାରିଆ ୭,୦୪୨,୪୦୦ ଇକ୍ୱିଟି ସେୟାର, ଆରବିଏଲ ବ୍ୟାଙ୍କ ଲିମିଟେଡ୍ ୫,୭୭୧,୦୦୦ ଇକ୍ୱିଟି ସେୟାର, ଇଜି ଆକସେସ ପାଇନାନ୍ସିଆଲ ସର୍ଭିସେସ୍ ଲିମିଟେଡ୍ ୫,୦୬୪,୨୫୦ ଇକ୍ୱିଟି ସେୟାର, ଧର୍ମେଶ ଅନିଲ ମେହେଟ୍ଟା ୩,୦୯୮,୮୫୦ ଇକ୍ୱିଟି ସେୟାର ବିକ୍ରି କରିବେ।
ଏହି ଅଫରରେ ଯୋଗ୍ୟ କର୍ମଚାରୀମାନଙ୍କ ଲାଗି ୭୦,୦୦୦ ଇକ୍ୱିଟି ସେୟାର ସଂରକ୍ଷିତ ରହିବ। ତାହା ସବସ୍କ୍ରାଇବ ନ ହେଲେ ସେହି ସେୟାରଗୁଡ଼ିକ ନେଟ୍ ଅଫରରେ ଯୋଡ଼ିହେବ। କମ୍ପାନିର ଇକ୍ୱିଟି ସେୟାରକୁ ବମ୍ବେ ଷ୍ଟକ୍ ଏକ୍ସଚେଂଜ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କ ଲାଗି ସଂରକ୍ଷିତ ରଖାଯିବ । ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଆଙ୍କର ନିବେଶକଙ୍କୁ ଦିଆଯାଇପାରିବ । ସେଥିରୁ ଏକ ତୃତୀୟାଂଶ ଇକ୍ୱିଟି ସେୟାର ଘରୋଇ ମ୍ୟୁଚୁଆଲ ଫଣ୍ଡ ଲାଗି ସଂରକ୍ଷିତ ରହିବ। ନିଟ କ୍ୟୁଆଇବିର ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ମ୍ୟୁଚୁଆଲ ଫଣ୍ଡ ଲାଗି ରଖାଯିବ । ଯଦି ମ୍ୟୁଚୁଆଲ ଫଣ୍ଡର ହାରାହାରି ଭାଗ କ୍ୟୁଆଇବି ଭାଗର ୫ ପ୍ରତିଶତରୁ କମ ରହିବ ତେବେ ତାହାକୁ କ୍ୟୁଆଇବି ଭାଗରେ ଯୋଡ଼ାଯିବ। ନିଟ ଅଫରର ୧୫ ପ୍ରତିଶତ ରାଶିକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ । ସେଥିରୁ ୩୫ ପ୍ରତିଶତ ଇକ୍ୱିଟି ସେୟାର ଖୁଚୁରା ନିବେଶକମାନଙ୍କ ଲାଗି ରହିବ।
ଏହି ଅଫରର୍ ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛି ନୁଭାମା ୱେଲ୍‌ଥ ମ୍ୟାନେଜମେଂଟ୍ ଲିମିଟେଡ୍‌।

Share

Leave a Reply

Your email address will not be published. Required fields are marked *

three × four =