Business

ଷ୍ଟାର୍ ଏଗ୍ରିଓୟାରହାଉସିଂ ଆଣ୍ଡ୍ କୋଲାଟେରାଲ୍ ମ୍ୟାନେଜମେଂଟ୍ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଷ୍ଟାର ଏଗ୍ରିହାଉସିଂ ଆଣ୍ଡ କୋଲାଟେରାଲ୍ ମ୍ୟାନେଜମେଂଟ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି।
କମ୍ପାନି ହେଉଛି ପ୍ରଯୁକ୍ତି ଆଧାରିତ ଏକ ସମନ୍ୱିତ କୃଷି ମୂଲ୍ୟ ଶୃଙ୍ଖଳା ସେବା ପ୍ଲାଟଫର୍ମ ଯାହା ପ୍ରକ୍ୟୁରମେଂଟ୍‌, କାରବାର ସୁବିଧା, ଗୋଦାମ, ବନ୍ଧକ ପରିଚାଳନା, ଆର୍ଥିକ ସମାଧାନ, ଡିଜିଟାଲ୍ ମାର୍କେଟ୍‌ପ୍ଲେସ୍ ଓ ପ୍ରଯୁକ୍ତି ଭିତିକ ମୂଲ୍ୟ ଯୁକ୍ତ ଡାଟା ସେବା ପ୍ରଦାନ କରୁଛି।
ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ କମ୍ପାନି ୪୫୦ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ଏହା ନୂତନ ସେୟାର ଜାରି କରିବ ଓ ଅଫର ଫର୍ ସେଲ୍‌ରେ ଅଂଶଧନକାରୀମାନେ ୨୬,୯୧୯,୨୭୦ ଇକ୍ୱିଟି ସେୟାର ବିକ୍ରି କରିପାରିବେ।
ଏଥିରୁ ଯେଉଁ ପାଣ୍ଠି ସଂଗୃହୀତ ହେବ, ସେଥିରୁ ୧) ୧୨୦ କୋଟି ଟଙ୍କାକୁ କମ୍ପାନିର କାର୍ଯର୍୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା, ୨) ୧୨୫ କୋଟଇ ଟଙ୍କାକୁ କଂଚାମାଲ ସହାୟକ ସଂସ୍ଥା ଏଫ୍‌ଏଫ୍‌ଆଇପିଏଲ୍‌ର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା, ୩) କଂଚାମାଲ ସହାୟକ ସଂସ୍ଥା ଏଫ୍‌ଏଲ୍‌ଏଲ୍‌ର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା ଲାଗି ୧୦୦ କୋଟି ଟଙ୍କା ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବା ଯୋଜନା ରହିଛି।
ଅଫର୍ ଫର୍ ସେଲ୍‌ରେ ଅମିତ ଅଗ୍ରୱାଲ୍‌ଙ୍କ ଦ୍ୱାରା ୧,୩୧୮,୧୨୬ ଇକ୍ୱିଟଇ ସେୟାର, ଅମିତ ଗୋୟଲଙ୍କ ଦ୍ୱାରା ୪,୩୯୩,୭୫୪ ଇକ୍ୱିଟି ସେୟାର, ଅମିତ ଖଣ୍ଡେଲୱାଲଙ୍କ ଦ୍ୱାରା ୧୫,୦୦୫ ଇକ୍ୱିଟି ସେୟାର, ସୁରେଶ ଚନ୍ଦ୍ର ଗୋୟଲଙ୍କ ଦ୍ୱାରା ୧,୫୦୦,୦୦୦ ଇକ୍ୱିଟି ସେୟାର, ଦେବକିନନ୍ଦନ ଗୁପ୍ତାଙ୍କ ୧,୫୦୦,୦୦୦ ଇକ୍ୱିଟି ସେୟାର, ଶ୍ରୀକ୍ରିଷ୍ଣା ଅଗ୍ରୱାଲଙ୍କ ୨୧୯,୬୮୮ ଇକ୍ୱିଟି ସେୟାର, ପ୍ରମୋଦ ଅଗ୍ରୱାଲ୍‌ଙ୍କ ୮୭୮,୭୫୧ ଇକ୍ୱିଟି ସେୟାର, ସୁମିତ୍ରା ଦେବୀ ଗୋୟଲଙ୍କ୫୦୦,୦୦୦ ଇକ୍ୱିଟି ସେୟାର, ଅଙ୍କୁଶ ଗୁପ୍ତାଙ୍କ ୫,୦୦,୦୦୦ ଇକ୍ୱିଟି ସେୟାର ଏବଂ କ୍ଲେ ମୋର ମରିସସ୍ ଇନଭେଷ୍ଟମେଂଟ୍ ଲିମିଟେଡ୍ ପକ୍ଷରୁ ୧୧,୯୮୦,୫୦୮ ଇକ୍ୱିଟି ସେୟାର ବିକ୍ରି କରାଯିବ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଜେଏମ୍ ଫାଇନାନ୍ସିଆଲ ଲିମିଟେଡ୍‌, ଆମ୍ବିଟ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଇକ୍ୱିରସ୍ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ୍‌।

Share

Leave a Reply

Your email address will not be published. Required fields are marked *

eighteen − twelve =