Business

ଟିଭିଏସ୍ ଆଇକ୍ୟୁବ୍ ପକ୍ଷରୁ ୧୦ ଦିନିଆ “ମିଡନାଇଟ୍ କାର୍ନିଭାଲ୍‌”ର ଶୁଭାରମ୍ଭ

ଭୁବନେଶ୍ୱର: ଟିଭିଏସ୍ ମୋଟର କମ୍ପାନି ଏହାର ଲୋକପ୍ର୍ରିୟ ଇଭି ଟିଭିଏସ୍ ଆଇକ୍ୟୁବ୍‌ର ୪,୫୦,୦୦୦ରୁ ଅଧିକ ବିକ୍ରିକୁ ପାଳନ କରିବା ଲାଗି “ଟିଭିଏସ୍ ଆଇକ୍ୟୁବ୍ ମିଡନାଇଟ୍ କାର୍ନିଭାଲ୍‌”ର ଶୁଭାରମ୍ଭ କରାଯାଇଛି। ଏହା ସାରା ଦେଶରେ ଗ୍ରାହକମାନଙ୍କୁ ଏକ ଆକର୍ଷଣୀୟ ଓ ରିୱାର୍ଡିଂ ଅନୁଭୂତି ପ୍ରଦାନ କରିବ। ଏହି ୧୦ ଦିନିଆ କାର୍ଯ୍ୟକ୍ରମ ୨୦୨୪ ଡିସେମ୍ବର ୧୨ର ରାତି ୧୨ରୁ ଆରମ୍ଭ ହୋଇ ଡିସେମ୍ବର ୨୨ ରାତି ୧୧ଟା ୫୯ ପର୍ଯ୍ୟନ୍ତ ଚାଲିବ। ଟିଭିଏସ୍ ଆଇକ୍ୟୁବ୍ ଉପରେ ଗ୍ରାହକଙ୍କୁ ୧୦୦ ପ୍ରତିଶତ କ୍ୟାସ୍‌ବ୍ୟାକ୍‌ର ଏକ ବିଶେଷ ସୁଯୋଗ ମିଳିବ।
ଏହି ଅଭିଯାନର ଅଂଶ ସ୍ୱରୂପ, ଏହି ଅବଧି ମଧ୍ୟରେ ଟିଭିଏସ୍ ଆଇକ୍ୟୁବ୍ କିଣୁଥିବା ଗ୍ରାହକମାନଙ୍କ ମଧ୍ୟରୁ ଜଣେ ବିଜେତାଙ୍କୁ ଚୟନ କରାଯିବ ଓ ତାଙ୍କ କ୍ରୟକୁ ସମ୍ପୂର୍ଣ୍ଣ ମାଗଣା କରାଯିବ। ଏହି ଅଭିଯାନ ଟିଭିଏସ୍ ଆଇକ୍ୟୁବ୍‌ର ଅଫିସିଆଲ୍ ୱେବସାଇଟ୍ ଓ ଡିଲର୍‌ସିପ୍‌ର ଉପଲବ୍ଧ ହେବ ଯାହା ଫଳରେ ସମସ୍ତେ ଏଥିରେ ଭାଗ ନେଇପାରିବେ।
ଟିଭିଏସ୍ ଆଇକ୍ୟୁବ୍ ମିଡନାଇଟ୍ କାର୍ନିଭାଲ୍‌କୁ ସ୍ଥାୟିତ୍ୱ ଓ ନବସୃଜନ ପ୍ରଦାନ କରିବା ଲାଗି ପ୍ରସ୍ତୁତ କରାଯାଇଛି, ଏହି ଉତ୍ସବ ପରିବେଶ ପ୍ରତି ବ୍ରାଣ୍ଡ୍‌ର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ଅନୁଭୂତିକୁ ଅଧିକ ରିୱାର୍ଡିଂ କରିବା ଲାଗି ବୁକିଂ କରିଥିବା ସବୁ ଗ୍ରାହକମାନଙ୍କୁ ମିଡନାଇଟ୍ କାର୍ନିଭାଲ୍ ଅଫର ପାଇଁ ଯୋଗ୍ୟ କରାଯାଇଛି। କିନ୍ତୁ ସର୍ତ ହେଉଛି ଏହି ଅବଧି ଭିତରେ ସେମାନଙ୍କୁ କ୍ରୟ କାର୍ଯ୍ୟ ସମ୍ପନ୍ନ କରିବାକୁ ପଡ଼ିବ। ଅତିରିକ୍ତ ଭାବରେ, ଗ୍ରାହକମାନେ ଟିଭିଏସ ଆଇକ୍ୟୁବ୍ ୩.୪ କେଡବଲ୍ୟୁଏଚ୍ ପାଇଁ ୫ ବର୍ଷ / ୫୦,୦୦୦ କିମି ପର୍ଯ୍ୟନ୍ତ ଏବଂ ଟିଭିଏସ ଆଇକ୍ୟୁବ୍ ୨.୨ କେଡବଲ୍ୟୁଏଚ୍ ରେ ୫ ବର୍ଷ / ୭୦,୦୦୦ କିମି ପର୍ଯ୍ୟନ୍ତ ମାଗଣା ବର୍ଦ୍ଧିତ ୱାରେଣ୍ଟି ଅନ୍ତର୍ଭୂକ୍ତ କରି ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ନିଶ୍ଚିତ ସୁବିଧା ପାଇପାଇବେ ।
ଗ୍ରାହକମାନ ନିଜର ନିକଟତମ ଟିଭିଏସ୍ ଆଇକ୍ୟୁବ୍ ଡିଲରସିପ୍ ପରିଦର୍ଶନ କରି କିମ୍ବା ଅଫିସିଆଲ ୱେବସାଇଟ୍‌ରୁ ଇଲେକ୍ଟ୍ରିକ୍ ସ୍କୁଟର କିଣି ଏହି ଅଭିଯାନରେ ଅଂଶଗ୍ରହଣ କରିପାରିବେ। ଏହି ଅଭିଯାନରେ ଗ୍ରାହକଙ୍କୁ ଆକର୍ଷଣୀୟ ମାସିକ ଅଫର ପ୍ରଦାନ କରାଯିବ।
ଟିଭିଏସ୍ ଆଇକ୍ୟୁବ୍ ତିନିଟି ମୂଳ ନୀତି ଉପର ଆଧାରିତ। ତାହା ହେଉଛି ରେଂଜ୍‌, କନେକ୍ଟେଡ୍ ପ୍ରଯୁକ୍ତି, ଚାର୍ଜିଂ ସମାଧାନ ଓ ଦାମ୍ ଚୟନର ଶକ୍ତି, ଗାଡ଼ି ସୁରକ୍ଷା ଓ ମାଲିକାନାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତି ଓ ବ୍ୟବହାର କରିବାକୁ ସହଜ ଥିବା ସୁବିଧାସୁଯୋଗ ଯାହା ଗ୍ରାହକଙ୍କ ଗାଡ଼ି ଚାଳନା ଅନୁଭୂତିରେ ଉନ୍ନତି ଆଣିବ।

Share

Leave a Reply

Your email address will not be published. Required fields are marked *

two × one =