Business

ୱି ବିଜନେସ୍ ପକ୍ଷରୁ କର୍ପୋରେଟ୍ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ଅତିରିକ୍ତ ସେବା କିଣିବା ଲାଗି ଇଜି+ର ଶୁଭାରମ୍ଭ

ଭୁବନେଶ୍ୱର: ଭୋଡାଫୋନ ଆଇଡିଆ ଲିମିଟେଡ୍‌ର ସଂସ୍ଥାଗତ ଶାଖା ୱି ବିଜନେସ୍ ପକ୍ଷରୁ କର୍ପୋରେଟ୍ ପୋଷ୍ଟପେଡ୍ ଗ୍ରାହକମାନଙ୍କ ଲାଗି ଅଭିନବ ସମାଧାନ ଇଜି+ର ଶୁଭାରମ୍ଭ କରାଯାଇଛି। ଏହା ଜରିଆରେ ଗ୍ରାହକମାନଙ୍କୁ ଅନ୍ତର୍ଜାତୀୟ ରୋମିଂ, ଓଟିଟି ସବସ୍କ୍ରିପସନ୍ ଓ କର୍ପୋରେଟ ପ୍ଲାନର ଅନ୍ୟାନ୍ୟ ବ୍ୟକ୍ତିଗତ ଆବଶ୍ୟକତା ପୂରଣ କରିବା ଲାଗି ସେବାଗୁଡ଼ିକୁ ଚୟନ କରିବା ଓ କିଣିବାର ବିକଳ୍ପ ପ୍ରଦାନ କରାଯାଉଛି। ଡାଉନ୍‌ଲୋଡ୍ ପାଇଁ ୱି ଆପ୍‌ରେ ଏହି ସେବା ଉପଲବ୍ଧ ରହିଛି।
ପ୍ରଥମ ଥର ପାଇଁ ଏଭଳି ସରଳ ବ୍ୟବସ୍ଥା ଉପସ୍ଥାପନ କରାଯାଇଛି ଯାହା କର୍ମଚାରୀମାନଙ୍କ ଲାଗି ସେମାନଙ୍କ କର୍ପୋରେଟ୍ ପୋଷ୍ଟ ପେଡ୍ ପ୍ଲାନ୍‌ରୁ ପସନ୍ଦର ସେବା କିଣିବାକୁ ସୁବିଧାଜନକ କରିଛି ଯାହା ଫଳରେ ସାମଗ୍ରିକ ଅନୁଭୂତିରେ ଉନ୍ନତି ହୋଇପାରିବ।
ଏଂଟରପ୍ରାଇଜ୍ ମୋବିଲିଟି ବିଜନେସ୍ ଆଣ୍ଡ ମାର୍କେଟିଂର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ରୋରିଚ୍ କୌଶଲ କହିଛନ୍ତି ଯେ, “ଇଜି+ ସହିତ ୱିି ବିଜନେସ୍ କର୍ମଚାରୀମାନଙ୍କୁ ସେମାନଙ୍କ ବ୍ୟକ୍ତିଗତ ଆବଶ୍ୟକତା ପୂରଣ କରିବା ପାଇଁ ସେବା ଚୟନ ଏବଂ କ୍ରୟ କରିବାର ନମନୀୟତା ଦେଇ କର୍ପୋରେଟ୍ ପୋଷ୍ଟପେଡ୍ ପ୍ଲାନ୍ ଅଭିଜ୍ଞତାକୁ ପରିବର୍ତନ କରିବାର ନେତୃତ୍ୱ ନେଉଛି। ଆଜିର କନେକ୍ଟେଡ୍ ଦୁନିଆରେ କର୍ମଚାରୀମାନେ ଏକ ସହଜ ଅନୁଭୂତି ଖୋଜୁଛନ୍ତି ଯାହା ସେମାନଙ୍କୁ ଅନୁମୋଦନ ହାସଲ କରିବା କିମ୍ବା ଏକାଧିକ ମୋବାଇଲ୍ ନମ୍ବର ପରିଚାଳନା କରିବାର ଅସୁବିଧା ବିନା ଅନ୍ତର୍ଜାତୀୟ ରୋମିଂ, ଓଟିଟି ସବସ୍କ୍ରିପସନ୍‌, ଡାଟା ପ୍ୟାକ୍ ଏବଂ ଆହୁରି ଅନେକ ସେବା ଉପରେ ଅଧିକ ପସନ୍ଦ ପ୍ରଦାନ କରୁଛି।’’
“ଏହି ପ୍ରସ୍ତାବ କେବଳ ସୁବିଧାକୁ ସମର୍ଥନ କରେ ନାହିଁ ବରଂ ଆଧୁନିକ କର୍ମଚାରୀଙ୍କ ଆଶା ସହିତ ସମନ୍ୱୟ ରକ୍ଷା କରିବା ପାଇଁ ଆମର ପ୍ରତିବଦ୍ଧତାକୁ ମଧ୍ୟ ପ୍ରତିଫଳିତ କରୁଛି। ଆଗାମୀ ଛୁଟି ଋତୁରେ ଆମେ ଆମର ଗ୍ରାହକମାନଙ୍କୁ ଆନ୍ତର୍ଜାତିକ ରୋମିଂ ପ୍ୟାକ୍ ପାଇଁ ଇଜି+ ବ୍ୟବହାର କରିବାକୁ ଚାହୁଁଛୁ ଯାହା ସେମାନଙ୍କ କର୍ପୋରେଟ୍ ପୋଷ୍ଟ-ପେଡ୍ ପ୍ଲାନ୍‌ରେ ଏହା ପ୍ରଦାନ କରୁଥିବା ସହଜତା ଏବଂ ସୁବିଧାକୁ ଉପଭୋଗ କରିବ ବୋଲି ସେ କହିଛନ୍ତି।
ୱି ବିଜନେସ୍‌ର ଇଜି+ରେ ଥିବା ଅଫରଗୁଡ଼ିକ ମଧ୍ୟରେ ରହିଛି ଅନ୍ତର୍ଜାତୀୟ ରୋମିଂ ପ୍ଲାନ୍ ଯେଉଁଥିରେ ସହଜରେ ୨୯ଟି ଦେଶକୁ ଭ୍ରମଣ ଲାଗି ଅନ୍ତର୍ଜାତୀୟ ରୋମିଂ ପ୍ୟାକ୍ କିଣିହେବ। ସେଥିରେ ୨୪ ଘଂଟା, ୧୦ ଦିନ ଓ ୧୪ ଦିନ ଭାଲିଲିଟି ଭଳି ପ୍ୟାକ୍ ରହିଛି ଯାହାର ଦାମ୍ ୭୪୯ ଟଙ୍କାରୁ ୪୯୯୯ ଟଙ୍କା ପର୍ଯ୍ୟନ୍ତ ରହିଛି। ଓଟିଟି ସବ୍‌ସ୍କ୍ରିପ୍‌ସନ୍‌ରେ ସୋନିଲିଭ୍ ଓ ଜି୫ ଭଳି ଲୋକପ୍ରିୟ ଓଟିଟି ସବ୍‌ସ୍କ୍ରିପ୍‌ସନ୍ ଚୟନ କରିହେବ। ଗ୍ରାହକମାନେ ସିଧାସଳଖ ସେମାନଙ୍କ କର୍ପୋରେଟ୍ ନମ୍ବରରେ ଓଟିଟି ସବ୍‌ସ୍କ୍ରିପ୍‌ସନ୍ ଉପହାର ଦେଇପାରିବେ।

Share

Leave a Reply

Your email address will not be published. Required fields are marked *

9 − four =