Business

ଇଭେଂଚରସ୍ ନଲେଜ୍ ସଲ୍ୟୁସନ୍ସ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୪ ଡିସେମ୍ବର ୧୨ରେ ଖୋଲିବ

ଭୁବନେଶ୍ୱର: ଇଭେଂଚରସ୍ ନଲେଜ୍ ସଲ୍ୟୁସନ୍ସ ଲିମିଟେଡ୍ ଏହାର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ)କୁ ୨୦୨୪ ଡିସେମ୍ବର ୧୨ ଗୁରୁବାର ଖୋଲିବାକୁ ପ୍ରସ୍ତାବ ରଖିଛି। ଆଙ୍କର ନିବେଶକମାନେ ବିଡ୍ ଖୋଲିବାର ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ଡିସେମ୍ବର ୧୧ ବୁଧବାର ଦିନ ବିଡ୍ ଦାଖଲ କରିପାରିବେ ଏବଂ ୨୦୨୪ ଡିସେମ୍ବର ୧୬, ସୋମବାର ଦିନ ବିଡ୍ ବନ୍ଦ ହେବ।
ଏହି ଇସ୍ୟୁରେ ଇକ୍ୱିଟି ସେୟାର ପିଛା ଦାମ୍ ୧୨୬୫ ଟଙ୍କାରୁ ୧୩୨୯ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି। ସର୍ବନିମ୍ନ ୧୧ଟି ସେୟାର ପାଇଁ ବିଡ୍ ଦାଖଲ କରିହେବ ଏବଂ ଏହା ପରେ ୧୧ଟି ଲେଖାଏଁ ଇକ୍ୱିଟି ସେୟାରକୁ ସେଥିରେ ଯୋଡ଼ାଯାଇପାରିବ।
ଏଥିରେ ଅଫର୍ ଫର୍ ସେଲ୍‌ରେ ୧୮,୭୯୫,୫୧୦ ଇକ୍ୱିଟି ସେୟାରକୁ ଅଂଶଧନକାରୀମ।।ନେ ବିକ୍ରି କରିବେ। ଆର୍ଯ୍ୟମନ ଝୁନଝୁନୱାଲା ଡିସକ୍ରେସନାରୀ ଟ୍ରଷ୍ଟ ଦ୍ୱାରା ୧,୧୧୯,୩୦୦ ଇକ୍ୱିଟି ସେୟାର, ଆର୍ଯ୍ୟବୀର ଝୁନଝୁନୱାଲା ଡ୍ରିସକ୍ରେସନାରୀ ଟ୍ରଷ୍ଟ ଦ୍ୱାରା ୧,୧୧୯,୩୦୦ ଇକ୍ୱିଟି ସେୟାର, ନିଷ୍ଠା ଝୁନଝୁନୱାଲା ଡିସକ୍ରେସନାରୀ ଟ୍ରଷ୍ଟ ଦ୍ୱାରା ୧,୧୧୯,୩୦୦ ଇକ୍ୱିଟି ସେୟାର, ଆଶରା ଫ୍ୟାମିଲି ଟ୍ରଷ୍ଟ ଦ୍ୱାରା ୨୬,୫୧୩ ଇକ୍ୱିଟି ସେୟାର, ରାଜେଶକୁମାର ରାଧେଶ୍ୟାମ ଝୁନଝୁନୱାଲାଙ୍କ ଦ୍ୱାରା ୨୬,୫୧୩ ଇକ୍ୱିଟି ସେୟାର, ଅଧିୟତ ଶରଦ ଗୋଗେଟଙ୍କ ଦ୍ୱାରା ୨୬,୫୧୩ ଇକ୍ୱିଟି ସେୟାର, ଅଜୟ ମାଧବନ ମାଡାତିପରମ୍ବିଲଙ୍କ ୧୩୯,୦୪୨ ଇକ୍ୱିଟି ସେୟାର, ଅଜିତ ରାଜଗୋପାଳ ମେନନଙ୍କ ୭୨,୦୫୧ ଇକ୍ୱିଟି ସେୟାର, ଆଲାନଙ୍କ ୧୦୪,୨୮୧ ଇକ୍ୱିଟି ସେୟାର, ଅଙ୍କୁର ଚୁଗଙ୍କ ୬୯,୫୨୧ ଇକ୍ୱିଟି ସେୟାର, ଅନୁରାଗ ଶ୍ୟାମସୁନ୍ଦରଲାଲ ଶର୍ମାଙ୍କ ୩୨୩,୫୭୨ ଇକ୍ୱିଟି ସେୟାର ବିକ୍ରି କରାଯିବ।
ସେହିପରି, ଅରିନ୍ଦ୍ରଜିତ ଦତଙ୍କ ୪୯,୧୨୬ ଇକ୍ୱିଟି ସେୟାର, ଅସିତ୍ କଲ୍ରାଙ୍କ ୮୩,୪୨୫ ଇକ୍ୱିଟି ସେୟାର, ବେର୍ଜିସ୍ମିନୁ ଦେଶାଇଙ୍କ ୬୭୬,୫୪୯ ଇକ୍ୱିଟି ସେୟାର, ଚାର୍ଲସ ଏଡୱାର୍ଡ ବ୍ରାଉନଙ୍କ ୫,୨୯୭ ଇକ୍ୱିଟି ସେୟାର, କ୍ରିଷ୍ଟୋଫର ଜେ ସ୍କ୍ଲାଫାନିଙ୍କ ଦ୍ୱାରା ୧୦୧,୭୯୯ ଇକ୍ୱିଟି ସେୟାର, କ୍ଲାରେନ୍ସ କାର୍ଲେଟନ୍ କିଙ୍ଗ-୨ଙ୍କ ୪୭,୦୩୫ ଇକ୍ୱିଟି ସେୟାର, ଗୌରବ ଜୈନଙ୍କ ୩୩,୪୦୬ ଇକ୍ୱିଟି ସେୟାର, ଗୌତମ ଚାଙ୍ର୍କ ୧୨,୫୧,୩୭୮ ଇକ୍ୱିଟି ସେୟାର, ଜେଫ୍ରି ଫିଲିପ୍ ଫ୍ରିମାର୍କଙ୍କ ୧,୧୪୧,୦୦୧ ଇକ୍ୱିଟି ସେୟାର, ଜନ୍ ବେନାର୍ଡେଲୋଙ୍କ ୮୬,୯୦୧ ଇକ୍ୱିଟି ସେୟାର, ଜୋସେଫ୍ ବେନାରଡେଲୋଙ୍କ ୩,୦୪୧,୮୧୨ ଇକ୍ୱିଟି ସେୟାର, କେସି ନିଶିଲ କୁମାରଙ୍କ ୪୯,୧୨୬ ଇକ୍ୱିଟି ସେୟାର, କାରେନ ରିବେରୋ ମଜମୁଦରଙ୍କ ୪୯,୧୨୬ ଇକ୍ୱିଟି ସେୟାର, କାଥରିନ ନିକୋଲ ଡେଭିସଙ୍କ ୪୯,୧୨୬ ଇକ୍ୱିଟି ସେୟାର ଓ ମଦାଥିପାରାମ୍ବିଲ୍ କ୍ରିଷ୍ଣନ ମାଧବନଙ୍କ ୧୩୦,୫୯୪ ଇକ୍ୱିଟି ସେୟାର ବିକ୍ରି କରାଯିବ।
ମନୀଷ ଗୁପ୍ତାଙ୍କ ୫୫,୬୧୭ ଇକ୍ୱିଟି ସେୟାର, ମନୁ ମହମୁଦ ପରପିଆଙ୍କ ୧୬୬,୮୫୦ ଇକ୍ୱିଟି ସେୟାର, ମୟୂର ପ୍ରବୀଣକାନ୍ତ ସାଙ୍ଗଭିଙ୍କ ୬୧,୨୯୦ ଇକ୍ୱିଟି ସେୟାର, ମିତୁଲ ଦୀପକ ଠକ୍କରଙ୍କ ୨,୧୯,୧୭୦ ଇକ୍ୱିଟି ସେୟାର, ନିଖିଲ ଶର୍ମାଙ୍କ ଦ୍ୱାରା ୩,୦୦୦ ଇକ୍ୱିଟି ସେୟାର, ପରମିନ୍ଦର ବଲିନାଙ୍କ ଦ୍ୱାରା ୧,୨୫୧,୩୭୮ ଇକ୍ୱିଟି ସେୟାର, ପାଟ୍ରିକ ବର୍ଟନ ବଟଲରଙ୍କ ୧,୨୫୧,୩୭୮ ଇକ୍ୱିଟି ସେୟାର ସଞ୍ଜୀବଭୂପେନ୍ଦ୍ର ଗାନ୍ଧୀଙ୍କ ୪୭,୮୧୫ ଇକ୍ୱିଟି ସେୟାର, ସ୍କଟ୍ ଡି ହେୱର୍ଥଙ୍କ ୬୫୨,୦୦୮ ଇକ୍ୱିଟି ସେୟାର, ଶେନ୍ ହେଭିଙ୍ଗ ପେଙ୍ଗଙ୍କ ୯୯୪,୨୩୩ ଇକ୍ୱିଟି ସେୟାର, ଶ୍ରୀକାନ୍ତ ବଡ଼କପୁରାପୁଙ୍କ ୧୫,୦୦୦ ଇକ୍ୱିଟି ସେୟାର, ଉନ୍ନୀକୃଷ୍ଣନ ପାର୍ଥସାରଥୀଙ୍କ ୩୪,୭୬୦ ଇକ୍ୱିଟି ସେୟାର ଏବଂ ବିକ୍ରମଜିତ ସିଂ ଛଟୱାଲଙ୍କ ୩୪,୭୬୦ ଇକ୍ୱିଟି ସେୟାରକୁ ବିକ୍ରି କରିବା ପ୍ରସ୍ତାବ ରହିଛି।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କ ଲାଗି ସଂରକ୍ଷିତ ରଖାଯିବ । ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଆଙ୍କର ନିବେଶକଙ୍କୁ ଦିଆଯାଇପାରିବ । ସେଥିରୁ ଏକ ତୃତୀୟାଂଶ ଇକ୍ୱିଟି ସେୟାର ଘରୋଇ ମ୍ୟୁଚୁଆଲ ଫଣ୍ଡ ଲାଗି ସଂରକ୍ଷିତ ରହିବ। ନିଟ କ୍ୟୁଆଇବିର ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ମ୍ୟୁଚୁଆଲ ଫଣ୍ଡ ଲାଗି ରଖାଯିବ । ଯଦି ମ୍ୟୁଚୁଆଲ ଫଣ୍ଡର ହାରାହାରି ଭାଗ କ୍ୟୁଆଇବି ଭାଗର ୫ ପ୍ରତିଶତରୁ କମ ରହିବ ତେବେ ତାହାକୁ କ୍ୟୁଆଇବି ଭାଗରେ ଯୋଡ଼ାଯିବ। ନିଟ ଅଫରର ୧୫ ପ୍ରତିଶତ ରାଶିକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ । ସେଥିରୁ ୩୫ ପ୍ରତିଶତ ଇକ୍ୱିଟି ସେୟାର ଖୁଚୁରା ନିବେଶକମାନଙ୍କ ଲାଗି ରହିବ।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସ୍‌ଇ ଲିମିଟେଡ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍ ଲିମିଟେଡ୍‌ରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି।
ଏହି ଅଫରର୍ ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଜେଫେରିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ଜେଏମ ଫାଇନାନ୍ସିଆଲ୍ ଲିମିଟେଡ୍‌, ଜେପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ନୋମୁରା ଫାଇନାନ୍ସିଆଲ୍ ଆଡଭାଇଜରି ଆଣ୍ଡ୍ ସିକ୍ୟୁରିଟିଜ୍ ଇଣ୍ଡିଆ ଲିମିଟେଡ୍‌।

Share

Leave a Reply

Your email address will not be published. Required fields are marked *

1 × 4 =