Business

ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ୍‌ଙ୍କ ପକ୍ଷରୁ ରାଇଜିଂ ରାଜସ୍ଥାନ ଶିଖର ସମ୍ମିଳନୀରେ ରାଜସ୍ଥାନରେ ନିବେଶ ଓ ଅଭିବୃଦ୍ଧି ପାଇଁ ଆହ୍ୱାନ

ଭୁବନେଶ୍ୱର: ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ୍ ରାଜସ୍ଥାନକୁ ଭାରତର ଆକର୍ଷଣୀୟ ସ୍ଥାନ ଭାବେ ଅଭିହିତ କରିଥିବା ସହ ସ୍ଥାୟୀ ଅନ୍ୱେଷଣ ଦ୍ୱାରା ରାଜ୍ୟର ଅଭିବୃଦ୍ଧି ବହୁ ଗୁଣା ବଢ଼ିପାରିବ। ରାଇଜିଂ ରାଜସ୍ଥାନ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଅଗ୍ରୱାଲ୍ କହିଚନ୍ତି ଯେ ରାଜସ୍ଥାନରେ ତୈଳ, ପଟାସ, ପଥର, ଫସଫେଟ, ଲିଡ, ଜିଙ୍କ ଓ ସିଲଭର ଭଳି ପ୍ରାକୃତିକ ବିପର୍ଯ୍ୟୟର ବିପୁଳ ସମ୍ପତି ରହିଛି।
ନିଜ ଅଭିଭାଷଣରେ ସେ କହିଛନ୍ତି ଯେ ଦୁନିଆର ସମସ୍ତ ସଫଳ ଦେଶ ଭୂତଳ ସମ୍ପଳ ପାଇଁ ବିକଶିତ ହୋଇଛନ୍ତି। ଆମକୁ ସେହି ବାଟରେ ଆଗକୁ ବଢ଼ିବାକୁ ପଡ଼ିବ। ଏଠାରେ ଇଟାଲି ତୁଳନାରେ ତିନି ଗୁଣା ଅଧିକ କୋଠା ପଥର ଗଚ୍ଛିତ ରହିଛି। ସବୁଠୁ ଶିଳ୍ପୋନ୍ୱତ ରାଜ୍ୟ ଗୁଜରାଟର ପଡ଼ୋଶୀ ଭାବେ ଉପକୃତ ହେବା ଲାଗି ରାଜସ୍ଥାନ ପାଖରେ ବିପୁଳ ସୁଯୋଗ ରହିଛି। ତୈଳ, ଗ୍ୟାସ୍‌, ପଟାସ, ରକ୍ ଫସଫେଟ୍‌, ଲିଡ୍‌, ଜିଙ୍କ ଓ ସିଲଭର୍ ଆଦି ଏଠାରେ ରହିଛି। ଯଦି ଆପଣମାନେ ରାଜସ୍ଥାନରେ ନିବେଶ କରୁଛନ୍ତି ତେବେ ଆପଣ ଶୀଘ୍ର ଲାଭ ପାଇପାରିବେ।’’
ଶ୍ରୀ ଅଗ୍ରୱାଲ୍ ଘୋଷଣା କରିଛନ୍ତି ଯେ ଏହି ରାଜ୍ୟରେ ଆଗାମୀ ଦିନରେ ବେଦାନ୍ତ ଅତିରିକ୍ତ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ। ଏକ ଅଣ ଲାଭଦାୟକ ଜିଭ୍‌କ ପାର୍କ ସ୍ଥାପନ କରିବାକୁ ସେ ଘୋଷଣା କରିଛନ୍ତି ଯାହା ଶତାଧିକ ଏସ୍‌ଏମ୍‌ଇଗୁଡ଼ିକୁ ଜମି, କଂଚାମାଲ ଓ ଶକ୍ତି ଯୋଗାଇବ, ଯାହା ଫଳରେ ପାଖାପାଖି ୩୦୦ ନୂଆ ଶିଳ୍ପ ସ୍ଥାପନ ହୋଇପାରିବ।
ରାଜସ୍ଥାନ ପ୍ରତି ବେଦାନ୍ତର ଦୃଢ଼ ଓ ଦୀର୍ଘକାଳୀନ ପ୍ରତିବଦ୍ଧତା ଏହାର ଶିଳ୍ପ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ଏବଂ ୨୦୩୦ ସୁଦ୍ଧା ଏକ ୩୫୦ ବିଲିଅନ ଡଲାର ଅର୍ଥନୀତି ହେବାର ଅଭିଳାଷ ପୂରଣ କରିବାକୁ ଶକ୍ତି ଦେଉଛି। ଏହା ରାଜ୍ୟକୁ ଧାତବ, ଖଣିଜ ଓ ଶିଳ୍ପ ନବସୃଜନର ବିଶ୍ୱସ୍ତରୀୟ ହବ୍ ଭାବେ ଉପସ୍ଥାପିତ କରିବ।
ରାଜସ୍ଥାନର ଅଭିବୃଦ୍ଧି ପ୍ରତି ନିଜର ଯୋଗଦାନ ଉପରେ ଆଲୋକପାତ କରି ସେ କହିଛନ୍ତି ଯେ, “୨୦୦୨ ପରଠାରୁ ରାଜସ୍ଥାନରେ ଆମେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ କରିଛୁ ଯାହା ଦ୍ୱାରା ୧ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଥିବା ବେଳେ ୫୦୦୦ରୁ ଅଧିକ କମ୍ପାନିକୁ ସମର୍ଥନ କରିଛି। ରାଜସ୍ଥାନର ସର୍ବବୃହତ ଟିକସଦାତା ଭାବେ ଆମେ ଗର୍ବିତ ଓ ଜାତୀୟ ରାଜକୋଷକୁ ବାର୍ଷିକ ୫୦,୦୦୦ କୋଟି ଟଙ୍କାର ଯୋଗଦାନ ପ୍ରଦାନ କରୁଛୁ। ଆମେ ଆଗାମୀ ଦିନରେ ଯୋଗଦାନ ତିନି ଗୁଣା ବଢ଼ାଇବାକୁ ଯୋଜନା ରଖିଛୁ।’’

Share

Leave a Reply

Your email address will not be published. Required fields are marked *

sixteen + 15 =