Business

ବିଶାଲ ମେଗାମାର୍ଟ ଲିମିଟେଲର ୮୦୦୦ କୋଟି ଟଙ୍କାର ଇନିସିଆଲ ପବ୍ଲିକ୍ ଅଫର ୨୦୨୪ ଡିସେମ୍ବର ୧୧ରେ ଖୋଲିବ

ଭୁବନେଶ୍ୱର: ବିଶାଲ ମେଗା ମାର୍ଟ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ୨୦୨୪ ଡିସେମ୍ବର ୧୧ରେ ଖୋଲିବ ଓ ଡିସେମ୍ବର ୧୩ରେ ବନ୍ଦ ହେବ। ଆଙ୍କର ନିବେଶକମାନେ ବିଡ୍ ଦାଖଲର ଗୋଟିଏ ଦିନ ପୂର୍ବରୁ ୨୦୨୪ ଡିସେମ୍ବର ୧୦ରେ ବିଡ୍ ଦାଖଲ କରିପାରିବେ। ଏହି ଅଫରରେ ସମୁଦାୟ ୮୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ସଂଗ୍ରହ କରାଯିବ। ଅଫର ଫର ସେଲ୍‌ରେ କେଦାର କ୍ୟାପିଟାଲ୍‌ର ନେତୃତ୍ୱାଧୀନ ସଂସ୍ଥା ସମାୟତ ସର୍ଭିସେସ୍ ଏଲ୍‌ଏଲ୍‌ପି ଇକ୍ୱିଟି ସେୟାର ବିକ୍ରି କରିବ।
ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ୍ ୭୪ ଟଙ୍କାରୁ ୭୮ ଟଙ୍କା ରହିବ। ଇକ୍ୱିଟି ସେୟାରକୁ ବିଏସ୍‌ଇ ଓ ଏନ୍‌ଏସ୍‌ଇରେ ତାଲିକାକୁକ୍ତ କରିବା ପ୍ରସ୍ତାବ ରହିଛି।
ଇସ୍ୟୁର ୫୦ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଯୋଗ୍ୟ ସଂସ୍ଥାଗତ ନିବେଶକ (କ୍ୟୁଆଇବି)ଙ୍କୁ ଜାରି କରାଯିବ। ୧୫ ପ୍ରତିଶତ ଇକ୍ୱିଟି ସେୟାରକୁ ଅଣ ସଂସ୍ଥାଗତ ନିବେଶକମାନଙ୍କୁ ଆବଂଟନ କରାଯିବ ଏବଂ ୩୫ ପ୍ରତିଶତ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକମାନଙ୍କୁ ପ୍ରଦାନ କରାଯିବ।
ଏହି ଅଫରର୍ ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି କୋଟକ୍ ମହିନ୍ଦ୍ରା କମ୍ପାନି ଲିମିଟେଡ୍‌, ଆଇସିଆଇସିିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଇନ୍‌ଟେନ୍‌ସିଭ୍ ଫିସ୍‌କାଲ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍‌, ଜେଫେରିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ, ଜେ ପି ମୋର୍ଗାନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ମୋର୍ଗାନ ଷ୍ଟାନ୍‌ଲି ଇଣ୍ଡିଆ କମ୍ପାନି ପ୍ରାଇଭେଟ୍ ଲିମିଟେଡ୍‌।
ବିଶାଲ ମେଗା ମାର୍ଟ ହେଉଛି ଏକ ଅଗ୍ରଣୀ କମ୍ପାନି ଯାହାର ୨୦୨୩-୨୪ ଆର୍ଥିକ ବର୍ଷରେ ରାଜସ୍ୱ ୮୯୦୦ କୋଟି ଟଙ୍କା ଥିଲା। କମ୍ପାନିର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୪୧୪ ସହରରେ ୬୪୫ ଷ୍ଟୋର୍ ରହିଛି। ଏହାର ୧୧.୫ ନିୟୁତ ବର୍ଗଫୁଟ ଅଂଚଳର ଷ୍ଟୋର୍ ରହିଛି। କମ୍ପାନିର ମୋଟ ବିକ୍ରିରେ ପୋଷାକର ଭାଗ ୪୫ ପ୍ରତିଶତ, ମର୍କେଣ୍ଡାଇଜର ୨୮ ପ୍ରତିଶତ ଓ ଏଫ୍‌ଏମସିଜିର ୨୭ ପ୍ରତିଶତ ଅବଦାନ ରହିଛି।

Share

Leave a Reply

Your email address will not be published. Required fields are marked *

three × four =