ଏସ୍ବିଆଇ ପକ୍ଷରୁ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଜନ ଦିବସରେ ୨୯ ପାରାଲିମ୍ପିକ୍ ଚାମ୍ପିଅନ୍ଙ୍କୁ ସମ୍ମାନ
ଭୁବନେଶ୍ୱର: ଦେଶର ସର୍ବବୃହତ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ପକ୍ଷରୁ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଜନ ଦିବସ ପାଳନ ଅବସରରେ ପ୍ୟାରିସ୍ ୨୦୨୪ ପାରାଲିମ୍ପିକ୍ ଗେମ୍ସର ଭାରତୀୟ ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ପକ୍ଷରୁ ୨୯ ପାରାଲିମ୍ପିକ୍ ବିଜେତାଙ୍କୁ ଚେକ୍ ପ୍ରଦାନ କରାଯାଇଛି।
ଏହି ସମାରୋହ ସମ୍ପର୍କରେ ନିଜର ଭାବନା ବ୍ୟକ୍ତ କରି ଏସ୍ବିଆଇର ଅଧ୍ୟକ୍ଷ ସି ଏସ୍ ସେଟ୍ଟି କହିଛନ୍ତି ଯେ, “ପ୍ୟାରିସ୍ ୨୦୨୪ ପାରାଲିମ୍ପିକ୍ ଗେମ୍ସରେ ଭାରତର ପ୍ରଦର୍ଶନ ଦେଶର କ୍ରୀଡ଼ା ଯାତ୍ରାରେ ଏକ ନିର୍ଣ୍ଣାୟକ ମୁହୂର୍ତ ଥିଲା। ଏହି କ୍ରୀଡ଼ାବିତ୍ମାନେ ନିଜର ଦୃଢ଼ ନିଷ୍ଠା ଓ ସହନଶୀଳତା ଜରିଆରେ ଯାହା ସମ୍ଭବ ତାହାର ସଂଜ୍ଞା ପୁନଃନିର୍ଧାରଣ କରିବା ସହ ପ୍ରତିବନ୍ଧକକୁ ଭାଙ୍ଗିଥିଲେ ଓ ଦେଶକୁ ଅନୁପ୍ରାଣିତ କରିଥିଲେ। ଏସ୍ବିଆଇରେ ଆମେ ସେହି ଚାମ୍ପିଅନ୍ମାନଙ୍କୁ ସମର୍ଥନ କରିବା ଏବଂ ପ୍ରତିଭାମାନଙ୍କୁ ସମୃଦ୍ଧ କରିବା ଏବଂ ଭାରତୀୟ କ୍ରୀଡ଼ା ପାଇଁ ଏକ ଅଧିକ ଅନ୍ତର୍ଭୁକ୍ତୀକରଣ ସଫଳ ବ୍ୟବସ୍ଥା ଗଠନ କରିବା ଲାଗି ଆମ ପ୍ରତିବଦ୍ଧତାକୁ ଦୋହରାଉଛି।’’
ଅର୍ନ୍ତଭୁକ୍ତୀକରଣ ପ୍ରତି ପ୍ରତିବଦ୍ଧତା ସ୍ୱରୂପ ଏସ୍ବିଆଇ ପକ୍ଷରୁ ଏହାର ୨୦୨୪-୨୫ ସିଏସ୍ଆର୍ ଅଭିଯାନର ଅଂଶ ଭାବେ ଆର୍ଟିଫିସିଆଲ ଲିମ୍ବସ ମାନୁଫାକ୍ଚରିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଏଲ୍ଆଇଏମ୍ସିଓ) ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଏହି ସହଯୋଗିତାରେ ଦେଶବ୍ୟାପୀ ୨୦ଟି ସ୍ଥାନରେ ପ୍ରାୟ ୯୦୦୦ ଦିବ୍ୟାଙ୍ଗ ଜନଙ୍କୁ ଆସିଷ୍ଟିଭ୍ ଡିଭାଇସ୍ ବଂଟନ କରିବାକୁ ଲକ୍ଷ୍ୟ ରଖାଯାଇଛି।
ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିବା,ଅନ୍ତର୍ଭୁକ୍ତୀକରଣର ପ୍ରସାର କରିବା ଏବଂ ଭାରତୀୟ କ୍ରୀଡ଼ାକୁ ସହଯୋଗ ପ୍ରଦାନ କରିବା ଲାଗି ଏସ୍ବିଆଇର ଉତ୍ସର୍ଗୀକୃତ ମନୋଭାବକୁ ଏହି ଅଭିଯାନ ଦୋହରାଉଛି।
ପ୍ୟାରିସ୍ ୨୦୨୪ ପାରାଲିମ୍ପିକ୍ ଗେମ୍ସରେ ହରବିନ୍ଦର ସିଂହ, ସୁମିତ ଆଂଟିଲ, ଧରମବୀର, ପ୍ରବୀଣ କୁମାର, ନବଦୀପ ସିଂହ, ନୀତେଶ କୁମାର, ଅଭନି ଲାଖରା ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ନିଷାଦ କୁମାର, ଯୋଗେଶ କଂଠୁନିୟା, ଶରଦ କୁମାର, ଅଜିତ ସିଂହ, ସଚିନ ଖିଲାରି, ପ୍ରଣବ ଶୁର୍ମା, ତୁଲସିମତି ମୁରୁଗେସନ, ସୁହାସ ୟଥିରାଜ ଓ ମନିଷ ନରୱାଲ୍ ରୌପ୍ୟ ପଦକ ଜିତିଥିଲେ।
ଶୀତଲ ଦେବୀ, ରାକେଶ କୁମାର,ପ୍ରୀତି ପାଲ୍, ଦୀପ୍ତି ଜୀବନଜୀ, ମରିୟାପାନ୍ ଥଙ୍ଗାଭେଲୁ, ସୁନ୍ଦର ସିଂହ ଗୁର୍ଜର, ହୋକାଟୋ ହୋଟୋଜେ ସୀମା, ସିମରନ ଶର୍ମା, ମନିଷା ରାମଦାସ, ନିତ୍ୟା ଶ୍ରୀ ଶିବନ, କପିଲ ପରମାର, ମୋନା ଅଗ୍ରୱାଲ୍ ଓ ରୁବିନା ଫ୍ରାଙ୍କସିସ୍ ବ୍ରୋଞ୍ଜ ପଦକ ଜିତିଥିଲେ।