ରୁଙ୍ଗଟା ଷ୍ଟିଲ୍ ପକ୍ଷରୁ ଶାହରୁଖ ଖାନ୍, ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କୁ ନେଇ ନୂଆ ଟିଭି ବିଜ୍ଞାପନର ଶୁଭାରମ୍ଭ
ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଇସ୍ପାତ ଓ ସମନ୍ୱିତ ଟିଏମ୍ଟି ବାର୍ ନିର୍ମାତା ରୁଙ୍ଗଟା ଷ୍ଟିଲ୍ ପକ୍ଷରୁ ବଲିଉଡ୍ ତାରକା ତଥା ବ୍ରାଣ୍ଡ୍ ଆମ୍ବାସାଡର ଶାହରୁଖ ଖାନ, ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କୁ ନେଇ ପଂଚମ ଟିଭି ବିଜ୍ଞାପନ ଉନ୍ମୋଚନ କରାଯାଇଛି।
ଏକ ବିବାହ କାଉନ୍ସିଲିଙ୍ଗ ଅଧିବେଶନ ଉପରେ ଆଧାରିତ ଏହି ବିଜ୍ଞାପନରେ ଥେରାପିଷ୍ଟ ଭୂମିକାରେ ଥିବା ଶାହରୁଖଙ୍କଠାରୁ ପରାମର୍ଶ ଚାହୁଁଛନ୍ତି। ଆଲିଆଙ୍କୁ ଏଥିରେ ଗଲି ବଏ ସିନେମାର ସଫିନା ଭୂମିକାରେ ଦେଖିବାକୁ ମିଳୁଛି ଯିଏ ୟେ ଜୱାନି ହେ ଦିୱାନୀର ବନି ସହିତ ସାମ୍ନାସାମ୍ନି ହେଉଛନ୍ତି। ଡିୟର ଜିନ୍ଦଙ୍ଗୀର ଜାହାଙ୍ଗୀର ଭୂମିକାରେ ଥିବା ଶାହରୁଖଙ୍କ ପାଖକୁ ସେ ପରାମର୍ଶ ପାଇଁ ଯାଉଛନ୍ତି।
ଟିଭି ବିଜ୍ଞାପନରେ ନିଜର ଅସନ୍ତୋଷ ଜାହିର କରି ରଣବୀର କହୁଛନ୍ତି ଯେ ଘର ରହିବା ପାଇଁ ସୁରକ୍ଷିତ ସ୍ଥାନ ନୁହେଁ। ସେଦିନ ସୂର୍ଯ୍ୟାସ୍ତ ଦେଖିବାକୁ ଛାତ ଉପରେ ଚଢ଼ିଥିଲି ଆଉ ଛାତ ଭାଙ୍ଗିଗଲା। ତାହାର ଉତରରେ ଆଲିଆ କହୁଛନ୍ତି କାନ୍ଥରେ ରକ୍ କ୍ଲାଇମ୍ବିଂ କରିବା ଲାଗି କିଏ କହିଥିଲା? ଏହାପରେ ଶାହରୁଖ କହୁଛନ୍ତି, ଏହାକୁ ଯଦି ଘରେ ଲଗାଇବ ତେବେ ବିବାହ କଥା ଜଣାନାହିଁ, କିନ୍ତୁ ଘର କେବେ ଭାଙ୍ଗିବ ନାହିଁ। ରୁଙ୍ଗଟା ନାହିଁ ତ ଘର ଦୃଢ଼ ନାହିଁ ବୋଲି ସେ କହୁଛନ୍ତି।
ଏହି ନୂଆ ଟିଭି ବିଜ୍ଞାପନ ଗୁଣାତ୍ମକ ମାନ ଓ ନବସୃଜନ ପ୍ରତି ରୁଙ୍ଗଟା ଷ୍ଟିଲ୍ର ପ୍ରତିବଦ୍ଧତାକୁ ଦୋହରାଉଛି ଓ ଭାରତର ଭିତିଭୂମି କ୍ଷେତ୍ରରେ ଏହାର ଅଗ୍ରଣୀ ସ୍ଥିତିକୁ ଦୃଢ଼ କରୁଛି।
ଏହି ଅବସରରେ ରୁଙ୍ଗଟା ଷ୍ଟିଲ୍ର ଯୁଗ୍ମ ଉପସଭାପତି ଓ ମୁଖ୍ୟ (ସେଲ୍ସ ଆଣ୍ଡ୍ ମାର୍କେଟିଂ) ଶ୍ରୀ ଅରବିନ୍ଦ କୁମାର କହିଛନ୍ତି ଯେ, “ଆମର ସର୍ବଦା ଉଦ୍ୟମ ହେଉଛି ଏଭଳି ଏକ ଅଭିଯାନ ସୃଷ୍ଟି କରିବା ଯାହା ଆଜିର ଦର୍ଶକମାନଙ୍କ ସହ ବେଶ୍ ଭଲ ଭାବେ ଯୋଡ଼ି ହେଉଥିବ ଏବଂ ଆମର ଉତ୍ପାଦର ଅତୁଳନୀୟ ବିଶ୍ୱାସ ଓ ଦୀର୍ଘସ୍ଥାୟିତ୍ୱକୁ ପ୍ରଦର୍ଶିତ କରୁଥିବ। ଆମର ବ୍ରାଣ୍ଡ୍ ଆମ୍ବାସାଡରଙ୍କ ସହଯୋଗିତା ଓ ଆମ ଦର୍ଶକମାନଙ୍କ ନିରନ୍ତର ବିଶ୍ୱାସ ବିନା ଏହା ସମ୍ଭବ ନଥିଲା। ରୁଙ୍ଗଟା ସାରା ଭାରତର ନୂଆ ବଜାରରେ ଏହାର ସମ୍ପ୍ରସାରଣ ଜାରି ରଖିଥିବା ବେଳେ ଆମ ବ୍ରାଣ୍ଡ୍ ପରିଚୟକୁ ସୁଦ୍ୟଢ଼ କରିବା ଲାଗି ଏହି ଅଭିଯାନରେ ଆମେ ଲକ୍ଷ୍ୟ ରଖିଛୁ।’’
କମେଡିଆନ୍ ତନ୍ମୟ ଭଟ୍ଟଙ୍କ ଷ୍ଟୁଡିଓ ମୁନ୍ସୁଟ୍ଙ୍କ ଦ୍ୱାରା ଏହି ଟିଭି ବିଜ୍ଞାପନର କାହାଣୀ ରଚନା କରାଯାଇଛି।