Business

ଏଜିସ ଭୋପାକ ଟର୍ମିନାଲ୍ସ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ

ଭୁବନେଶ୍ୱର: ଏଜିସ ଲଜିଷ୍ଟିକ୍ସ ଲିମିଟେଡର ସହାୟକ କମ୍ପାନି ଏଜିସ ଭୋପାକ ଟର୍ମିନାଲସ ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ରେ ଡ୍ରାଫଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି।
କ୍ରିସିଲ ରିପୋର୍ଟ ଅନୁସାରେ ଏଲପିଜି ପାଇଁ ଟାଙ୍କି ସଂରକ୍ଷଣ ଟର୍ମିନାଲ ଓ ତରଳ ଉତ୍ପାଦ ପାଇଁ କ୍ଷମତା ଦୃଷ୍ଟିରୁ ଏଜିସ ଭୋପାକ ଟର୍ମିନାଲସ ଲିମିଟେଡ ହେଉଛି ଭାରତର ସର୍ବବୃହତ ତୃତୀୟ ପକ୍ଷ ଅପରେଟର।
ଏହି ଆଇପିଓ ଜରିଆରେ କମ୍ପାନି ଇକ୍ୱିଟି ସେୟାର ଜାରି କି ୩୫୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି ଓ ଆବଶ୍ୟକ ମଂଜୁରି ଓ ବଜାର ସ୍ଥିତି ଉପରେ ଏହା ନିର୍ଭର କରୁଛି।
ଏହି ଇସ୍ୟୁ ଜରିଆରେ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି୧) ବକେୟା ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା, ୨) ମାଙ୍ଗାଲୋରରେ କ୍ରାୟୋଜେନିକ ଏଲପିଜି ଟର୍ମିନାଲ ଅଧିଗ୍ରହଣ କରିବା ଲାଗି ଆବଶ୍ୟକ ପୁଞ୍ଜି ବ୍ୟୟ ଏବଂ ୩) ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରିବାର ପ୍ରସ୍ତାବ ରହିଛି।
ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ ଲିମିଟେଡ, ବିଏନପି ପରିବାସ, ଆଇଆଇଏଫଏଲ କ୍ୟାପିଟାଲ ସର୍ଭିସେସ ଲିମିଟେଡ, ଜେଫେରିଜ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଓ ଏଚଡିଏଫସି ବ୍ୟାଙ୍କ ଲିମିଟେଡ।

Share

Leave a Reply

Your email address will not be published. Required fields are marked *

17 + 16 =