Business

ମହିନ୍ଦ୍ରା ଟ୍ରକ ଆଣ୍ଡ ବସ ପକ୍ଷରୁ କୋଲକାତାରେ ନୂଆ ଅତ୍ୟାଧୁନିକ ଡିଲରସିପର ଶୁଭାରମ୍ଭ

ଭୁବନେଶ୍ୱର: ୨୦୨୩-୨୪ରେ ବ୍ୟବସାୟରେ ବାର୍ଷିକ ୪୬ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ପରେ ମହିନ୍ଦ୍ରାର ଟ୍ରକ ଆଣ୍ଡ ବସ ଡିଭିଜନ (ଏମଟିବିଡି) ପଶ୍ଚିମବଙ୍ଗ ରାଜ୍ୟ ପାଇଁ କୋଲକାତାରେ ଏକ ଅତ୍ୟାଧୁନିକ ଡିଲରସିପ ଶୁଭାରମ୍ଭ କରିଛି। ଏଥିରେ ଦୈନିକ ୨୮ରୁ ଅଧିକ ଯାନବାହନ ପାଇଁ ୧୪ଟି ସର୍ଭିସ ବେସର ଶୁଭାରମ୍ଭ କରାଯିବା ସହ ଡ୍ରାଇଭର ଲଜିଂ, ୨୪ ଘଂଟିଆ ବ୍ରେକଡାଉନ ସହାୟତା ଏବଂ ଆଡବ୍ଳୁ ଉପଲବ୍ଧତା ମଧ୍ୟ ପ୍ରଦାନ କରାଯାଇଛି
ଏମଟିବିଡି ଏବଂ ସିଇର ଏରୋପ୍ଲେସ୍ ଓ ପ୍ରତିରକ୍ଷା କ୍ଷେତ୍ର, ଗ୍ରୁପ୍ ଏକ୍ସିକ୍ୟୁଟିଭ୍ ବୋର୍ଡ ସଭାପତି ତଥା ମୁଖ୍ୟ କ୍ରୟ ଅଧିକାରୀ ବିନୋଦ ସହାୟ କହିଛନ୍ତି ଯେ, “ଭାରତୀୟ ସିଭି ବଜାରରେ ଏମଟିବିଡିର ଦୃଢ଼ ଉପସ୍ଥିତି ପାଇଁ ଆମେ ଗର୍ବ ଅନୁଭବ କରୁଛୁ ଏବଂ ବିଭିନ୍ନ କ୍ଷେତ୍ରରେ ୩ ନମ୍ବର ସ୍ଥାନ ହାସଲ କରିଛୁ ନୂତନ ଡିଲରସିପ୍ ଏବଂ ବ୍ଲାଜୋ ଏକ୍ସ, ଫୁରିଓ, ଓପିଟିଆଇଏମଓ, ଜେଓ ଆଇଏଲସିଭି ରେଞ୍ଜର ଟ୍ରକ ଏବଂ କ୍ରୁଜିଓ ରେଞ୍ଜ ବସ, ଯେଉଁଥିରେ ଶ୍ରେଷ୍ଠ ମାନର ମାଇଲେଜ୍ ଗ୍ୟାରେଂଟି ଏବଂ ଡବଲ୍ ସର୍ଭିସ୍ ଗ୍ୟାରେଟି ରହିଛି। ସେଗୁଡିକ ଅଂଶୀଦାର, ଗ୍ରାହକ ଏବଂ ସମଗ୍ର ବ୍ୟବସ୍ଥାକୁ ଉନ୍ନତ କରିବା ସହ ବଜାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ। ଆମର ଏକ ପ୍ରକାର ବୈଷୟିକ ଦକ୍ଷତା ଆମକୁ ବିଏସ ୬ ଓବିଡି-୨ ରେଂଜର ଟ୍ରକ୍ ପାଇଁ ନୂତନ ମାଇଲେଜ୍ ଗ୍ୟାରେଂଟି “ଅଧିକ ମାଇଲେଜ୍ ପ୍ରାପ୍ତ କରନ୍ତୁ ନଚେତ୍ ଟ୍ରକ୍ ଫେରାଇ ଦିଅନ୍ତୁ’ ପ୍ରଚଳନ କରିବାରେ ସାହାଯ୍ୟ କରିଥିଲା ଯାହା ପରିବହନକାରୀଙ୍କ ପାଇଁ ଲାଭ ବୃଦ୍ଧି କରି ଅତୁଳନୀୟ ମୂଲ୍ୟର ପ୍ରତିଶ୍ରୁତି ଦେଇଛି । ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଶକ୍ତିଶାଳୀ ଡିଲର ପାର୍ଟନରଙ୍କ ସହ ଅତ୍ୟାଧୁନିକ ୩-ଏସ୍ ସୁବିଧା ଆମର ମୂଲ୍ୟବାନ ଗ୍ରାହକଙ୍କ ପ୍ରତି ଆମ ସେବାରେ ଉଚ୍ଚ ମାନଦଣ୍ଡ ସ୍ଥାପିତ କରିବା”
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଜର ଏମଟିବିଡି ଏବଂ ସିଇର ବିଜନେସ ହେଡ ଜଲଜ ଗୁପ୍ତା କହିଛନ୍ତି ଯେ, “ଆମ ଗାଡିର ଉନ୍ନତ ବୈଷୟିକ ଉନ୍ନତି ଯୋଗୁଁ ଅଧିକ ଦକ୍ଷତା ସୃଷ୍ଟି ହୋଇଛି । ଆମର ଯାନଗୁଡିକ ସବୁଠାରୁ ଉନ୍ନତ ଟେଲିମାଟିକ୍ସ ସମାଧାନ ଆଇ-ଏମଏକ୍ସଏକ୍ସ ରହିଛି ଯାହା ଇନ୍ଧନ, ଡ୍ରାଇଭର ଆଚରଣ ଏବଂ ଯାନ ସ୍ୱାସ୍ଥ୍ୟ ମାନଦଣ୍ଡର ବାସ୍ତବ ସମୟ ନିରୀକ୍ଷଣ ସହିତ ପରିବହନ ବ୍ୟବସାୟ ଉପରେ ସମ୍ପୂର୍ଣ ନିୟନ୍ତ୍ରଣ ଦେଉଛି । ‘ଜାୟାଦା ମିଲେଜ ନେହି ତୋ ଟ୍ରକ୍ ୱାପସ୍‌’ ନାମରେ ନିର୍ମିତ ଏହି ନୂଆ ମାଇଲେଜ୍ ଗ୍ୟାରେଟି ଆମ ଗ୍ରାହକଙ୍କୁ ଅତୁଳନୀୟ ମୂଲ୍ୟ ପ୍ରଦାନ କରିବା”
ମହିନ୍ଦ୍ରା ବ୍ଲାଜୋ ଏକ୍ସ, ଫୁରିଓ, ଓପିଟିଆଇଏମଓ ଏବଂ ଜାୟୋ ହେଉଛି ଭାରତର ଏକମାତ୍ର ସିଭି ଟ୍ରକ୍ ରେଞ୍ଜ ଯାହା ଶ୍ରେଣୀ ଇନ୍ଧନ ଦକ୍ଷତାରେ ସର୍ବୋତମ ସମେତ ଡବଲ୍ ସର୍ଭିସ୍ ଗ୍ୟାରେଟି ପ୍ରଦାନ କରୁଛି। ଏମଟିବିଡି ମଧ୍ୟ ୪୮ ଘଂଟା ମଧ୍ୟରେ ଟ୍ରକକୁ ରାସ୍ତାକୁ ଫେରାଇ ଆଣି ଏହାର ବ୍ରେକଢାଉନ ସେବାରେ ଉନ୍ନତି ନିଶ୍ଚିତ କରିଛି, ନଚେତ୍ କଂପାନି ଗ୍ରାହକଙ୍କୁ ଦୈନିକ ୧୦୦୦ ଟଙ୍କା ଦେବ। ଏହାବ୍ୟତୀତ ଡିଲର ୱାର୍କସପ୍ ବା କମ୍ପାନିରେ ୩୬ ଘଣ୍ଟା ମଧ୍ୟରେ ନିଶ୍ଚିତ ଭାବେ ଗାଡ଼ି ଚଳାଚଳ କଲେ ଦୈନିକ ୩୦୦୦ ଟଙ୍କା ଦେବାକୁ ପଡ଼ିବ ନିରନ୍ତର ଉତ୍ପାଦ ଉଦ୍ଭାବନ ଏବଂ ଗ୍ରାହକ କେନ୍ଦ୍ରୀକରଣ ଏମଟିବିଡିର ମୂଳମନ୍ତ୍ର ରହିଛି ଯାହା ଏହି ଗ୍ୟାରେଂଟିଗୁଡ଼ିକୁ ସମ୍ଭବ କରିଛି।
ମହିନ୍ଦ୍ରା ଟ୍ରକ୍ ଆଣ୍ଡ ବସ ରାମକୃଷ୍ଣ ମିଶନ ଇନଷ୍ଟିଚ୍ୟୁଟ୍ ସହ ଭାଗିଦାରୀରେ ବେଲୁର ମଠରେ ଏକ ଆଞ୍ଚଳିକ ପ୍ରଶିକ୍ଷଣ କେନ୍ଦ୍ର ଚଳାଉଛି ଯାହା ଗତ ୬ ବର୍ଷ ମଧ୍ୟରେ ୧,୧୦୦ରୁ ଅଧିଡକ ଟେକ୍ନିସିଆନଙ୍କୁ ତାଲିମ ଦେଉଛି । ଏହାବ୍ୟତୀତ ୧୨ ବର୍ଷ ଧରି କୋଲକାତାରେ ଚାଲିଥିବା ଫାଷ୍ଟ ରେସପନ୍ସ ସେଣ୍ଟରରେ ୮,୦୦୦୦ ବର୍ଗଫୁଟର ସେୟାର ପାର୍ଟସ ଯୋଗାଣ ସୁନିଶ୍ଚିତ କରାଯାଇଛି।

Share

Leave a Reply

Your email address will not be published. Required fields are marked *

10 + 20 =