Business

ସୋନି ଇଣ୍ଡିଆ ପକ୍ଷରୁ ନୂଆ ଡବ୍ଲୁଏଫ୍‌-ଏଲ୍‌୯୧୦ (ଲିଙ୍କବଡ୍‌ସ ଓପନ୍‌) ଓୟାରଲେସ୍ ଇୟରବଡ୍‌ସର ଶୁଭାରମ୍ଭ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ଲିଙ୍କବଡ୍‌ସ ସିରିଜ୍‌ର ନୂଆ ଉତ୍ପାଦ ଡବ୍ଲୁଏଫ୍‌-ଏଲ୍‌୯୧୦ (ଲିଙ୍କବଡ୍‌ସ ଓପନ୍‌) ଓୟାରଲେସ୍ ଇୟର୍‌ବଡ୍‌ସକୁ ଉନ୍ମୋଚନ କରାଯାଇଛି। ଆରାମ, ସଂଯୋଗ ଓ ଉତ୍କୃଷ୍ଠ ସାଉଣ୍ଡ ମାନ ଚାହୁଥିବା ଗ୍ରାହକମାନଙ୍କୁ ପ୍ରାକୃତିକ ଅଡିଓ ଅନୁଭୂତି ପ୍ରଦାନ କରିବା ଲାଗି ଏହି ଇୟରବଡ୍‌ରେ ଉନ୍ନତ ପ୍ରଯୁକ୍ତି ଓ ଏର୍ଗୋନୋମିକ୍ ଡିଜାଇନ୍ ରହିଛି। ଏହା ହାଲୁକା ଓ ଛୋଟ ହୋଇଥିବା ବେଳେ ଏଥିରେ ଏୟାର ଫିଟିଂ ସର୍ପୋଟର ରହିଛି। ଏହାକୁ ଜ୍ୟାମିତିକ ଆକାର ପ୍ରଦାନ କରାଯାଇଛି ଯାହା କାନରେ ଭଲ ଭାବେ ଲାଗିପରିବ। ଏହାକୁ ଆଇପିଏକ୍ସ୪ ଜଳ ନିରୋଧୀ ରେଟିଂ ପ୍ରଦାନ କରାଯାଇଛି।
ଡବ୍ଲୁଏଫ୍‌-ଏଲ୍‌୯୧୦ ଇୟରବଡ୍‌ସରେ ୧୧ ଏମ୍‌ଏମ୍ ରିଙ୍ଗ ଆକାରର ଡ୍ରାଇଭର୍ ୟୁନିଟ୍ ରହିଛି ଯାହା ଉଚ୍ଚ ମାନର ସାଉଣ୍ଡ ପ୍ରଦାନ କରୁଛି। ମଧମ ଓ ଉଚ୍ଚ ମାନର ଫ୍ରିକୁଏନ୍‌ସି ସାଉଣ୍ଡକୁ ପୁନଃ ସୃଷ୍ଟି କରିବା ଲାଗି ସେଥିରେ ଡାୟାଫ୍ରାଗମ୍ ଓ ନିଓଡାମିଅମ୍ ଚୁମ୍ବକ ରହିଛି।
ଏହି ମଡେଲ୍ ବିଭିନ୍ନ ରଙ୍ଗରେ ଉପଲବ୍ଧ ହୋଇଛି ଯାହା ଆପଣଙ୍କ ଷ୍ଟାଇଲ୍ ସହ ଖାପଖାଇ ଆପଣଙ୍କ ଲୁକ୍ ବଢ଼ାଇବ। ଏହାର ଓପନ୍ ରିଙ୍ଗ ଡ୍ରାଇଭର୍ ଅଡିଓରେ ସ୍ୱଚ୍ଛତା ବଜାୟ ରଖିବ। ସୋନିର ସମନ୍ୱିତ ପ୍ରୋସେସର ଭି୨ ଓ ସ୍ୱତନ୍ତ୍ର ଭାବେ ଡିଜାଇନ୍ କାଯାଇଥିବା ୧୧ ଏମ୍‌ଏମ୍ ରିଙ୍ଗ ଆକୃତିର ଡ୍ରାଇଭର୍ ୟୁନିଟ୍ ସନ୍ତୁଳିତ, ଉଚ୍ଚ ମାନର ଓ ସ୍ପଷ୍ଟ ଅଡିଓ ପ୍ରଦାନ କରୁଛି।
ଏଥିରେ ଆଡାପ୍‌ଟିଭ୍ ଭଲ୍ୟୁମ୍ କଂଟ୍ରୋଲ୍ ରହିଛି ଯାହା ହେଉଛି ଏକ ସ୍ମାର୍ଟ ସୁବିଧା ଯାହା ଆପଣ ଥିବା ସ୍ଥାନ ଅନୁସାରେ ଭଲ୍ୟୁମ୍‌କୁ ଆଡଜଷ୍ଟ କରିବ। ଶାନ୍ତ ସ୍ଥାନରେ ଆପଣ ଅଳ୍ପ ଭଲ୍ୟୁମ୍ ଏବଂ କୋଳାହଳ ପୂର୍ଣ୍ଣ ସ୍ଥାନରେ ଉଚ୍ଚ ଭଲ୍ୟୁମ୍‌କୁ ଉପଭୋଗ କରିପାରିବେ। ଏହାର ବ୍ୟାଟେରି ୨୨ ଘଂଟା ପର୍ଯ୍ୟନ୍ତ କାମ କରୁଥିବାରୁ ଆପଣ ନିରବଚ୍ଛିନ୍ନ ଭାବେ ସାରା ଦିନ ମନୋରଂଜନ କରିପାରିବେ। ଏହାର କ୍ୱିକ୍ ଚାର୍ଜ ସୁବିଧା ପାଇଁ ଏହାକୁ ମାତ୍ର ୩ ମିନିଟ୍ ଚାର୍ଜ କଲେ ତାହା ୬୦ ମିନିଟ୍ ପର୍ଯ୍ୟନ୍ତ ପ୍ଲେବ୍ୟାକ୍ ପ୍ରଦାନ କରିବ।
ଡବ୍ଲୁଏଫ୍‌-ଏଲ୍‌୯୧୦ରେ ଅଟୋ ସ୍ୱିଚ, ଅଟୋ ପ୍ଲେ, କ୍ୱିକ୍ ଆକ୍‌ସେସ୍‌, ଭଏସ୍ କଂଟ୍ରୋଲ,ୱାଇଡ ଏରିଆ ଟ୍ୟାପ୍ ଓ ମଲ୍‌ଟି ପଏଂଟ୍ କନେକ୍ସନ ଭଳି ସୁବିଧା ରହିଛି। ଏହାର ଦାମ୍ ୧୯,୯୯୦ ଟଙ୍କା ରହିଛି। କଳା ଓ ଧଳା ରଙ୍ଗରେ ଏହା ୨୦୨୪ ଅକ୍ଟୋବର ୨୪ରୁ ସମସ୍ତ ସୋନି ସେଂଟର,ସୋନି ସ୍ୱୀକୃତିପ୍ରାପ୍ତ ଡିଲର୍‌ସିପ୍‌, ଆମାଜନ, ଫ୍ଲିପ୍‌କାର୍ଟ ଓ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର୍‌ରେ ଉପଲବ୍ଧ ହେବ।

Share

Leave a Reply

Your email address will not be published. Required fields are marked *

fourteen + 16 =