Business

ପାଂଚ ଶିଶୁଙ୍କ ଭାରତୀୟ କ୍ରିକେଟ୍ ଟିମ୍‌ର ଖେଳାଳିଙ୍କୁ ସାକ୍ଷାତ କରିବା ସ୍ୱପ୍ନ ପୂରଣ

ଭୁବନେଶ୍ୱର: ଭାରତରେ କ୍ରିକେଟ୍ କେବଳ ଏକ କ୍ରୀଡ଼ା ନୁହେଁ, ଏହା ଅନେକ ଲୋକଙ୍କ ପାଇଁ ହେଉଛି ପ୍ରେରଣାର ଉତ୍ସ। ଲୋକଙ୍କୁ ଯୋଡ଼ିବାର ଶକ୍ତି କ୍ରିକେଟ୍ ପାଖରେ ରହିଛି। ଆମ ଦେଶରେ ଅଧିକାଂଶ ସମୟରେ ସ୍କ୍ରିନ୍‌କୁ ମାଗି ଆଣି କିମ୍ବା ରେଡିଓରେ କ୍ରିକେଟ୍ ଧାରା ବିବରଣୀ ଶୁଣିବାକୁ ପଡ଼ିଥାଏ। ପଡ଼ିଆରେ ନିଜ ପସନ୍ଦର ଖେଳାଳିଙ୍କୁ ଖେଳୁଥିବା ବେଳେ ଦେଖିବା ଅନେକ ଲୋକଙ୍କ ପାଇଁ ସ୍ୱପ୍ନ ହୋଇରହିଛି। କିନ୍ତୁ ପରିକ୍ରମା ହ୍ୟୁମାନିଟି ଫାଉଣ୍ଡେସନର ପାଂଚ ପିଲାଙ୍କ ସେହି ସ୍ୱପ୍ନ ପୂରଣ ହୋଇଛି। ସେମାନେ କେବଳ ଭାରତୀୟ କ୍ରିକେଟ ତାରକାଙ୍କୁ ଭେଟିବାର ସୁଯୋଗ ପାଇନାହାନ୍ତି, ବରଂ ସେମାନଙ୍କ ସହିତ ନେଟ୍‌ରେ ଅଭ୍ୟାସ ମଧ୍ୟ କରିଛନ୍ତି।
ଏସ୍‌ବିଆଇ ଲାଇଫ୍ ଇନସ୍ୟୁରାନ୍ସ ଓ ବିସିସିଆଇ ପକ୍ଷରୁ ଆୟୋଜିତ ଏକ ମିଟ୍ ଆଣ୍ଡ୍ ଗ୍ରିଟ୍ କାର୍ଯ୍ୟକ୍ରମରେ ପରିକ୍ରମା ହ୍ୟୁମାନିଟି ଫାଉଣ୍ଡେସନର ପାଂଚ ଜଣ ଅନଗ୍ରସର ପିଲା ସଞ୍ଜୁ ସାମସନଙ୍କଠାରୁ ୱିକେଟ ରକ୍ଷଣ ପରାମର୍ଶ ପାଇଥିବା ବେଳେ ଅର୍ଶଦୀପ ସିଂହଙ୍କଠାରୁ ବୋଲିଂ ଏବଂ ଟି୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କଠାରୁ ବ୍ୟାଟିଂ ପରାମର୍ଶ ହାସଲ କରିଛନ୍ତି। ପିଲାମାନେ ଖେଳାଳିଙ୍କ ସହ ଭାବ ବିନିମୟ କରିଥିଲେ ଏବଂ ନେଟ୍‌ରେ ସେମାନଙ୍କ ସହ ଅଭ୍ୟାସ କରି ଜୀବନସାରା ପାଇଁ ସ୍ମରଣୀୟ ଅନୁଭୂତି ହାସଲ କରିଥିଲେ।
ଏହି ଅଭିଯାନ ପଛରେ ଏସ୍‌ବିଆଇ ଲାଇଫ୍‌ର ଲକ୍ଷ୍ୟ ହେଉଛି ଶିକ୍ଷା ଓ ସାମଗ୍ରିକ ବିକାଶରେ ସହାୟତା ପ୍ରଦାନ କରିବା ଏବଂ ଏକ ଉଜ୍ୱଳ ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖିବା ଓ ତାହାକୁ ହାସଲ କରିବା ଲାଗି ଅନୁପ୍ରାଣିତ କରି ପିଲାମାନଙ୍କ ଜୀବନକୁ ସମୃଦ୍ଧ କରିବା। ପରିକ୍ରମା ହ୍ୟୁମାନିଟି ଫାଉଣ୍ଡେସନର ପିଲାମାନଙ୍କ ସହ କ୍ରିକେଟ୍ ତାରକା ଅଳ୍ପ ସମୟ ଯୋଡ଼ିହେବା ଏକ ଛୋଟ ପଦକ୍ଷେପ ହୋଇଥିଲେ ମଧ୍ୟ ତାହା ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିବ ଏବଂ ପିଲାମାନଙ୍କୁ ବଡ଼ ସ୍ୱପ୍ନ ଦେଖିବାକୁ ଅନୁପ୍ରାଣିତ କରିବ।
ଫାଉଣ୍ଡେସନର ପାଂଚ ପିଲା ଦୀପିକା ଏମ, ମେଇଲାରି ଏନ୍‌, ଅନନ୍ୟା ଭି, ନଭ ପ୍ରଣବ ଓ ପାଓଗୁହାଓ ଏଲ ନୂଆଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଭାରତ ବନାମ ବାଲାଂଦେଶ ଆର୍ନ୍ତାତିକ ଟି୨୦ ମ୍ୟାଚ୍ ଦେଖିବାର ସୁଯୋଗ ପାଇଥିଲେ।
ଏସବିଆଇ ଲାଇଫର କର୍ପୋରେଟ୍ କମ୍ୟୁନିକେସନ୍ ଏବଂ ସିଏସ୍‌ଆର୍ ମୁଖ୍ୟ ରବୀନ୍ଦ୍ର ଶର୍ମା କହିଛନ୍ତି ଯେ, ଏହି ପିଲାମାନଙ୍କୁ ସେମାନଙ୍କ ଜୀବନରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ ଅନୁଭବ କରିବାରେ ସାହାଯ୍ୟ କରିଥିବାରୁ ଆମେ ଗର୍ବିତ। ଏସବିଆଇ ଲାଇଫରେ ଆମେ ବିସିସିଆଇ ସହିତ ଆମର ସହଯୋଗିତାକୁ ଦେଶବ୍ୟାପୀ ପ୍ରଶଂସକଙ୍କୁ ପ୍ରେରଣା ଦେବା ଏବଂ ସେମାନଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ସମର୍ଥନ କରୁଛୁ। ସୂର୍ଯ୍ୟକୁମାର ଯାଦବ, ଅର୍ଶଦୀପ ସିଂହ ଏବଂ ସଞ୍ଜୁ ସାମସନଙ୍କ ଭଳି କ୍ରିକେଟ୍ କିମ୍ବଦନ୍ତୀମାନେ ସମୟ ବାହାର କରି ପିଲାମାନଙ୍କ ସହ ହୃଦୟର ସହ କ୍ରିକେଟ୍ ଖେଳିଥିବାରୁ ଆମେ ଧନ୍ୟବାଦ ଜଣାଉଛୁ। ସେମାନେ ବିତାଉଥିବା ଗୁଣାତ୍ମକ ସମୟ ପିଲାମାନଙ୍କ ପାଇଁ ଏକ ପ୍ରେରଣାଦାୟକ ସ୍ମୃତି ଭାବେ ପରିଗଣିତ ହେବ ଏବଂ ସେମାନଙ୍କୁ ବଡ଼ ସ୍ୱପ୍ନ ଦେଖିବାକୁ ଉତ୍ସାହିତ କରିବ। ଏଭଳି ପଦକ୍ଷେପ ମାଧ୍ୟମରେ ଏସବିଆଇ ଲାଇଫ୍ ପିଲାମାନଙ୍କୁ ସମର୍ଥନ ଏବଂ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏହା ସୁନିଶ୍ଚିତ କରେ ଯେ ଶ୍ରେଣୀଗୃହ ଭିତରେ ଏବଂ ବାହାରେ ସେମାନଙ୍କ ସ୍ୱପ୍ନକୁ ପୂରଣ କରାଯାଇପାରିବ।’’
ପରିକ୍ରମା ହ୍ୟୁମାନିଟି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସିଇଓ ସୁଶ୍ରୀ ଶୁକ୍ଳା ବୋଷ କହିଛନ୍ତି ଯେ, “ବାଙ୍ଗାଲୋରରେ ଅଣସେବାପ୍ରାପ୍ତ ପିଲାଙ୍କ ପାଇଁ ଆମ ସ୍କୁଲ ଏବଂ କଲେଜ ଚଳାଇବାରେ ଏସବିଆଇ ଲାଇଫ୍ ପରିକର୍ମାକୁ ଏକ ବଡ଼ ସମର୍ଥନ କରିଛି। ସେମାନେ କେବଳ ଆମକୁ ଆର୍ôଥକ ସାହାଯ୍ୟ କରିନାହାଁନ୍ତି ବରଂ ଆମ ପିଲାମାନଙ୍କ ପାଇଁ ମଧ୍ୟ ବିଭିନ୍ନ ସୁଯୋଗ ପାଇଛନ୍ତି । ଦିଲ୍ଲୀରେ ଟି୨୦ କ୍ରିକେଟ୍ ମ୍ୟାଚ୍‌ରେ ଆମର କିଛି ପିଲାଙ୍କୁ ନିମନ୍ତ୍ରଣ କରିଥିବାରୁ ଆମେ ଏସବିିଆଇଏଲ୍‌କୁ ବହୁତ ଧନ୍ୟବାଦ ଜଣାଉଛୁ। ଆମେ ବିଶ୍ୱାସ କରୁ ଯେ ଏହି ପ୍ରଦର୍ଶନ ଆମର ଛାତ୍ରମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜୀବନ ଦକ୍ଷତା ଶିକ୍ଷା ଅଟେ। ଆମେ ଆଶା କରୁଛୁ ଯେ ଏହି ସୁଯୋଗ ଆମ ପିଲାମାନଙ୍କୁ ସେମାନଙ୍କ ଅଭାବ ପୂରଣ କରିବ । କିଛି ବର୍ଷ ମଧ୍ୟରେ ସେମାନେ ଆମ ଦେଶ ପାଇଁ ଖେଳୁଥିବା କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ ହୋଇପାରନ୍ତି। ଦେଶ ନିର୍ମାଣରେ ଆମକୁ ସାହାଯ୍ୟ କରିଥିବାରୁ ଧନ୍ୟବାଦ।’’

Share

Leave a Reply

Your email address will not be published. Required fields are marked *

19 − two =