Business

ଟାଟା ଷ୍ଟିଲକୁ ପ୍ରକ୍ରିୟା ସୁରକ୍ଷା ପରିଚାଳନା ପାଇଁ ୱାର୍ଲଡଷ୍ଟିଲ ସୁରକ୍ଷା ଓ ସ୍ୱାସ୍ଥ୍ୟ ଉତ୍କର୍ଷ ମାନ୍ୟତା ୨୦୨୪

ଭୁବନେଶ୍ୱର: ଟାଟା ଷ୍ଟିଲକୁ ଏହାର ଅନଲାଇନ ପର୍ଜିଂ ସହାୟତା ମଡେଲ ପାଇଁ ବିଶ୍ୱ ଇସ୍ପାତ ସଂଘ (ୱାର୍ଲଡଷ୍ଟିଲ) ସୁରକ୍ଷା ଓ ସ୍ୱାସ୍ଥ୍ୟ ମାନ୍ୟତା ୨୦୨୪ ପ୍ରଦାନ କରାଯାଇଛି। ଏହା ବ୍ଲାଷ୍ଟ ଫର୍ଣ୍ଣେସର ଗ୍ୟାସ ସଫେଇ କାରଖାନା (ଜିସିପି) ଅଂଚଳରେ ବିସ୍ଫୋରଣ ଆଶଙ୍କାକୁ ଦୂର କରୁଛି। ଟାଟା ଷ୍ଟିଲ ବିଶ୍ୱର ୬ଟି ଇସ୍ପାତ ଉତ୍ପାଦନକାରୀ ଦେଶ ମଧ୍ୟରୁ ଅନ୍ୟତମ ଏବଂ ଭାରତର ଏକମାତ୍ର ଇସ୍ପାତ ଉତ୍ପାଦନକାରୀ ଯିଏ ଚଳିତ ବର୍ଷ ଏହି ସମ୍ମାନଜନକ ବିଶ୍ୱସ୍ତରୀୟ ମାନ୍ୟତା ହାସଲ କରିଛି ।
ୱାର୍ଲଡଷ୍ଟିଲ ସୁରକ୍ଷା ଓ ସ୍ୱାସ୍ଥ୍ୟ ଉତ୍କର୍ଷ ମାନ୍ୟତା ୨୦୨୪ ପାଇଁ ସାରା ବିଶ୍ୱର ଇସ୍ପାତ ଉତ୍ପାଦନକାରୀମାନଙ୍କୁ ସୁରକ୍ଷା ସଂସ୍କୃତି ଏବଂ ନେତୃତ୍ୱ, ବୃତିଗତ ନିରାପତା ପରିଚାଳନା, ବୃତିଗତ ସ୍ୱାସ୍ଥ୍ୟ ପରିଚାଳନା ଏବଂ ପ୍ରକ୍ରିୟା ନିରାପତା ପରିଚାଳନା ଭଳି ଚାରିଟି ବ୍ୟାପକ ବର୍ଗରେ ନିରାପତା ଏବଂ ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ଉନ୍ନତି ଆଣିବା ପାଇଁ ମୂଲ୍ୟାଙ୍କନ କରାଯାଇଥିଲା ।
ଟାଟା ଷ୍ଟିଲର ସୁରକ୍ଷା, ସ୍ୱାସ୍ଥ୍ୟ ଓ ସ୍ଥାୟୀତ୍ୱ ଉପାଧ୍ୟକ୍ଷ ରାଜୀବ ମଙ୍ଗଲ କହିଛନ୍ତି ଯେ, “ଟାଟା ଷ୍ଟିଲ୍ ଏହାର କର୍ମଚାରୀ ଏବଂ ଅଂଶୀଦାରଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛି ଏବଂ ଏହାକୁ ସୁନିଶ୍ଚିତ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଡିଜିଟାଲ୍ ଉପକରଣରେ ବିନିଯୋଗ କରୁଛି। ଏହି ଦିଗରେ ଆମର ପ୍ରୟାସକୁ ୱାର୍ଲଡଷ୍ଟିଲ କ୍ରମାଗତ ଭାବରେ ସ୍ୱୀକୃତି ଦେଇଥିବାରୁ ଆମେ ଆନନ୍ଦିତ ଯାହା ଏକ ‘ ଶୂନ୍ୟ ଆଘାତ’ କମ୍ପାନି ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇଛି।”
ଟାଟା ଷ୍ଟିଲର ନୂଆ ପର୍ଜିଂ ସହାୟତା ମଡେଲ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଲାଗିଥିବା ରିମୋଟ ପରିଚାଳିତ ଭାଲଭ ଏବଂ ଭେଣ୍ଟରେ ଲାଗିଥିବା ଗ୍ୟାସ୍ ଆନାଲାଇଜର ମାଧ୍ୟମରେ ପର୍ଜିଂ ପ୍ରକ୍ରିୟାର ବାସ୍ତବ ସମୟ ସ୍ଥିତି ଉପରେ ନଜର ରଖିଛି। ଲଜିକ୍ ଏବଂ ଇଣ୍ଟରଲକର ଏକ ବ୍ୟବସ୍ଥା ମଧ୍ୟ ବିକଶିତ କରାଯାଇଛି ଯାହା ଦ୍ୱାରା ଅପରେଟର ନିୟନ୍ତ୍ରଣ କକ୍ଷରୁ ସମଗ୍ର ଗ୍ୟାସ ଲାଇନକୁ ନିରୀକ୍ଷଣ ଏବଂ ସଫା କରିବାରେ ସକ୍ଷମ ହୋଇଛି । ଏହି ନୂତନ ମଡେଲ୍ ନାଇଟ୍ରୋଜେନ୍ ଭାଲ୍ଭ ଖୋଲିବା ଏବଂ ଭେଣ୍ଟ ମାଧ୍ୟମରେ ଗ୍ୟାସ୍ ମାପ ନେବା ପରି ପାରମ୍ପରିକ ମାନୁଆଲ୍ କାର୍ଯ୍ୟ ଯୋଗୁଁ ଗ୍ୟାସ୍ ଲାଇନର ପର୍ଯ୍ୟାପ୍ତ ବିଶୋଧନ ନହେବାର ଆଶଙ୍କାକୁ ଦୂର କରିଛି।
ଏହି ମଡେଲରେ ପର୍ଯ୍ୟାପ୍ତ ବିଶୋଧନ କାରଣରୁ ଶୂନ୍ୟ ଉଚ୍ଚ ସମ୍ଭାବ୍ୟ ବିପଦ ଘଟଣା, ସମୟ ହ୍ରାସ କାରଣରୁ ପ୍ରତି ସଟଡାଉନ୍ ପିଛା ପ୍ରାୟ ୨୧୫,୦୦୦ ଡଲାର ସଞ୍ଚୟ, ପର୍ଜିଂ ସମୟରେ ୫୦% ହ୍ରାସ ଏବଂ କାରଖାନାର ୧୦୦% ସୁରକ୍ଷିତ ସଟଡାଉନ୍ ଏବଂ ଷ୍ଟାର୍ଟ ସୁନିଶ୍ଚିତ କରାଯାଇଛି। ପ୍ରକ୍ରିୟା ନିରାପତା ପରିଚାଳନାରେ ଉତ୍କର୍ଷ ହାସଲ କରିବା ପାଇଁ, ଟାଟା ଷ୍ଟିଲ୍ ଡିଜିଟାଲ ଟେକ୍ନୋଲୋଜିର ଉପଯୋଗ କରି ପ୍ରକ୍ରିୟା ସୁରକ୍ଷାର ଗୁରୁତ୍ୱପର୍ଣ୍ଣ ଉପକରଣର ଠିକ୍ ସମୟରେ ରକ୍ଷଣାବେକ୍ଷଣକୁ ପ୍ରୋତ୍ସାହିତ କରୁଛି ।
ଏହାଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଉପକରଣଗୁଡ଼ିକର ବିଫଳତା ହ୍ରାସ ପାଇଛି । କମ୍ପାନୀ ସମସ୍ତ ସ୍ଥାନରେ କର୍ମଚାରୀଙ୍କ ପ୍ରକ୍ରିୟା ନିରାପତା ଦକ୍ଷତାରେ ଉନ୍ନତି ଆଣିବା ପାଇଁ ପ୍ରୋସେସ ସେଫ୍ଟି ସ୍କୁଲ ଅଫ୍ ଏକ୍ସଲେନ୍ସ ମଧ୍ୟ ପ୍ରତିଷ୍ଠା କରାଯାଇଛି। ଇସ୍ପାତ ଶିଳ୍ପରେ ନିରାପତା ମାନ ବୃଦ୍ଧି ପାଇଁ ଟାଟା ଷ୍ଟିଲକୁ ୱାର୍ଲଡଷ୍ଟିଲ ସୁରକ୍ଷା ଓ ସ୍ୱାସ୍ଥ୍ୟ ଉତ୍କର୍ଷ ମାନ୍ୟତା ୨୦୨୩ରେ ସମ୍ମାନିତ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

three × three =