Business

ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ଟିଏସ୍‌ଏଫ୍ ସହଯୋଗରେ ସବାଇ ଘାଷ ତାଲିମ କାର୍ଯ୍ୟକ୍ରମ

ବାଲିଆପାଳ: ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅଧୀନସ୍ତ ଜୁଗଡ଼ିହ ଗ୍ରାମର ମହେଶ୍ୱରୀ ପାତ୍ର ନିଜ ଅଂଚଳ ପାଇଁ କିଛି କରିବାକୁ ସବୁବେଳେ ସ୍ୱପ୍ନ ଦେଖୁଥିଲେ। କିନ୍ତୁ ଗାଁରେ ସୀମିତ ସୁଯୋଗ ଥିବାରୁ ସେହି ସ୍ୱପ୍ନ ଏକଦା ଅସମ୍ଭବ ମନେ ହେଉଥିଲା। କିନ୍ତୁ ସ୍ଥାନୀୟ କଲ୍ୟାଣୀ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ରେ ଯୋଗଦେବା ପରେ ଯେଭଳି ସବୁ କିଛି ବଦଳିଯାଇଥିଲା। ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ ଲିମିଟେଡ (ଏସ୍‌ପିପିଏଲ୍‌) ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ପକ୍ଷରୁ ପ୍ରଦାନ କରାଯାଇଥିବା ଦୁଇ ମାସିଆ ତାଲିମ ପରେ ସେ ସବାଇ ଘାଷରେ ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତି ଆରମ୍ଭ କରିଥିଲେ।

ମୟୂରଭଞ୍ଜ ଜିଲ୍ଲାରେ ବିପୁଳ ପରିମାଣରେ ଉତ୍ପାଦିତ ହେଉଥିବା ସବାଇ ଘାଷ ପାରମ୍ପରିକ ଭାବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଦଉଡ଼ି ତିଆରିରେ ବ୍ୟବହାର କରାଯାଉଥିଲା। ଓଡ଼ିଶା ଓ ପଶ୍ଚିମବଙ୍ଗରେ ଏହାକୁ ମୁଖ୍ୟତଃ ସାଜସଜ୍ଜା ସାମଗ୍ରୀ ଓ ଅନ୍ୟାନ୍ୟ ଘରକରଣା ଜିନିଷ ପ୍ରସ୍ତୁତ କରିବା ଲାଗି ବ୍ୟବହାର କରାଯାଏ।

ବର୍ତମାନ ମାହେଶ୍ୱରୀ ସବାଇ ଘାଷକୁ ଉପଯୋଗ କରି ବାସ୍କେଟ, ଫୁଲ ଦାନି ଓ ମ୍ୟାଟ ଭଳି ସୁନ୍ଦର ଓ ବଜାରରେ ବିକ୍ରିଯୋଗ୍ୟ ଉତ୍ପାଦରେ ପରିଣତ କରୁଛନ୍ତି। ସେ ଏସ୍‌ପିପିଏଲ୍ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର କମ୍ୟୁନିଟି ଏଂଟରପ୍ରାଇଜ ପ୍ରୋଗ୍ରାମର ସହଯୋଗିତାରେ ସବାଇ ଘାଷ ଅମଳ, ପ୍ରକ୍ରିୟାକରଣ ଏବଂ ସବାଇ ଘାଷ ଉତ୍ପାଦର ମାର୍କେଟିଂ ଉପରେ ବ୍ୟାପକ ତାଲିମ ହାସଲ କରିଛନ୍ତି ଯାହା ତାଙ୍କୁ ଆବଶ୍ୟକ ଦକ୍ଷତା ପ୍ରଦାନ କରିବାରେ ସହାୟକ ହୋଇଛି।

ଉତ୍ପାଦନ ବରାଦ ପରିଚାଳନାଠାରୁ ଘର କାମ ପର୍ଯ୍ୟନ୍ତ ସବୁଥିରେ ସନ୍ତୁଳନ ରକ୍ଷା କରୁଥିବା ମାହେଶ୍ୱରୀ କଲ୍ୟାଣୀ ଏସ୍‌ଏଚ୍‌ଜିିର ଆୟରୁ ଆର୍ôଥକ ସ୍ୱାଧୀନତା ପାଇଛନ୍ତି ଯାହା ଜରିଆରେ ସେ ନିଜ ଦୁଇ ପିଲାଙ୍କୁ ସହଯୋଗ କରିପାରୁଛନ୍ତି ଏବଂ ତାଙ୍କୁ ଏବେ ସେହି ସୁଯୋଗ ଦେଇପାରୁଛନ୍ତି ଯାହା ପୂର୍ବରୁ ଅସମ୍ଭବ ମନେ ହେଉଥିଲା। ପ୍ରଦର୍ଶନୀ ଓ ମେଳା ଜରିଆରେ ଏସ୍‌ଏଚ୍‌ଜିି ଏହାର ବଜାର ଉପସ୍ଥିତି ବଢ଼ାଉଥିବା ବେଳେ ମାହେଶ୍ୱରୀ ନିଜ ଉତ୍ପାଦ ଲାଗି ସ୍ଥାୟୀ ଗ୍ରାହକ ସଂଯୋଗ ସ୍ଥାପନ କରିବା ଓ ନୂତନ ଦିଗନ୍ତ ଅନୁସନ୍ଧାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। କମ୍ୟୁନିଟି ଏଂଟରପ୍ରାଇଜେସ ପ୍ରୋଗ୍ରାମରୁ ମଳିଥିବା ଦକ୍ଷତା ତାଙ୍କୁ ପୂର୍ବର ପ୍ରତିବନ୍ଧକଗୁଡ଼ିକୁ ଅତିକ୍ରମ କରିବାରେ ସାହାଯ୍ୟ କରିଥିବା ବେଳେ ବ୍ୟକ୍ତିଗତ ଓ ଗୋଷ୍ଠୀ ଅଭିବୃଦ୍ଧିରେ ସହଯୋଗ କରିଛି।

ମାହେଶ୍ୱରୀଙ୍କ ଜୀବନଯାତ୍ରାରେ ରୂପାନ୍ତରଣ ପ୍ରତିଫଳିତ ହୋଇଛି। ସବାଇ ଘାଷ ସାମଗ୍ରୀ ପ୍ରସ୍ତୁତି ଜରିଆରେ ସେ ଜୀବନଜୀବିକା ପାଇଥିବା ବେଳେ ନିଜ ସମୁଦାୟର ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଛନ୍ତି। ସେ ପ୍ରସ୍ତୁତ କରୁଥିବା ପ୍ରତିଟି ଉତ୍ପାଦରେ ଆଶା, ସୁଯୋଗ ଓ ନିଜ ପରିବାରର ଉଜ୍ୱଳ ଭବିଷ୍ୟତକୁ ସେ ବୁଣୁଛନ୍ତି।

Share

Leave a Reply

Your email address will not be published. Required fields are marked *

3 × 3 =