Latestରାଜନୀତିରାଜ୍ୟ

୨୦୨୫-୨୬ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ବୈଠକରେ ୨୦୨୫-୨୬ ବିପଣନ ଋତୁ ପାଇଁ ରବି ଫସଲ ଲାଗି ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି।

କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସରକାର ୨୦୨୫-୨୬ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବଢ଼ାଇଛନ୍ତି । କଳା ଓ ଧଳା ସୋରିଷ ପାଇଁ ଏମଏସପିରେ ସର୍ବାଧିକ କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ମସୁର ଏମଏସପି କ୍ୱିଣ୍ଟାଲ ପିଛା ୨୭୫ ଟଙ୍କା ବୃଦ୍ଧି ଘୋଷଣା କରାଯାଇଛି । ଚଣା, ଗହମ, କୁସୁମ ଓ ଯଅ ପାଇଁ କ୍ୱିଣ୍ଟାଲ ପିଛା ଏମଏସପି ଯଥାକ୍ରମେ ୨୧୦ ଟଙ୍କା, ୧୫୦ ଟଙ୍କା, ୧୪୦ ଟଙ୍କା ଓ ୧୩୦ ଟଙ୍କା ବୃଦ୍ଧି କରାଯାଇଛି ।

ନିୟୋଜିତ ମାନବ ଶ୍ରମ, ବଳଦ ଶ୍ରମିକ/ମେସିନ୍ ଶ୍ରମିକ, ଭାଗରେ ଜମି ନେବା ପାଇଁ ଦିଆଯାଇଥିବା ଭଡ଼ା, ବିହନ, ସାର, ଖତ, ଜଳସେଚନ ଶୁଳ୍କ, ଯନ୍ତ୍ରପାତି ଓ କୃଷି କୋଠା ବାବଦରେ କରାଯାଇଥିବା ବ୍ୟୟ, ଚଳନ୍ତି ପୁଞ୍ଜି ଉପରେ ସୁଧ, ପମ୍ପ ସେଟ୍ ଚଳାଇବା ପାଇଁ ଡିଜେଲ/ବିଦ୍ୟୁତ୍ ଇତ୍ୟାଦି ସମସ୍ତ ଦେୟ ବାବଦରେ ହୋଇଥିବା ବ୍ୟୟ ଆଦି ସହିତ ଅନ୍ୟାନ୍ୟ ଖର୍ଚ୍ଚ ଏବଂ ପାରିବାରିକ ଶ୍ରମର ମୂଲ୍ୟକୁ ମିଶାଇ ଉତ୍ପାଦନ ଖର୍ଚ୍ଚ ହିସାବ କରାଯାଏ।

କେନ୍ଦ୍ର ବଜେଟ ୨୦୧୮-୧୯ ଘୋଷଣା ଅନୁଯାୟୀ, ସର୍ବଭାରତୀୟ ଭାରପ୍ରାପ୍ତ ହାରାହାରି ଉତ୍ପାଦନ ଖର୍ଚ୍ଚର ଅତି କମରେ ୧.୫ ଗୁଣ ସ୍ତରରେ ଏମଏସପି ନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ଅନୁସରଣ କରି, ବିପଣନ ଋତୁ ୨୦୨୫-୨୬ ପାଇଁ ବାଧ୍ୟତାମୂଳକ ରବି ଫସଲଗୁଡ଼ିକ ଏମଏସପି ବୃଦ୍ଧି କରାଯାଇଛି । ସର୍ବଭାରତୀୟ ଭାରପ୍ରାପ୍ତ ହାରାହାରି ଉତ୍ପାଦନ ଖର୍ଚ୍ଚ ତୁଳନାରେ ପ୍ରତ୍ୟାଶିତ ଅନ୍ତର ଗହମ ପାଇଁ ୧୦୫ ପ୍ରତିଶତ ଥିବା ବେଳେ କଳା ଓ ଧଳା ସୋରିଷ ପାଇଁ ୯୮ ପ୍ରତିଶତ; ଡାଲି ପାଇଁ ୮୯ ପ୍ରତିଶତ; ଚଣା ପାଇଁ ୬୦ ପ୍ରତିଶତ; ଯଅ ପାଇଁ ୬୦ ପ୍ରତିଶତ; ଏବଂ କୁସୁମ ପାଇଁ ୫୦ ପ୍ରତିଶତ ହେବ। ରବି ଫସଲର ଏହି ବର୍ଦ୍ଧିତ ଏମଏସପି କୃଷକମାନଙ୍କ ପାଇଁ ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବ ଏବଂ ଫସଲ ବିବିଧତାକୁ ପ୍ରୋତ୍ସାହିତ କରିବ ।

Share

Leave a Reply

Your email address will not be published. Required fields are marked *

8 + 17 =