Business

ଆକ୍ସିସ ବ୍ୟାଙ୍କ ପକ୍ଷରୁ ୟୁପିଆଇ ପେୟର ପେମେଂଟ ସେବା ପ୍ରଦାନକାରୀ ଭାବେ ନଂ-୧ ସ୍ଥାନ ଦଖଲ


ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ ଭାରତରେ ଏହା ଏକ ଅଗ୍ରଣୀ ୟୁପିଆଇ ପେୟର ପେମେଂଟ ସେବା ପ୍ରଦାନକାରୀ ଉପଲବ୍ଧି ହାସଲ କରିଛି। ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ଜାରି କରାଯାଇଥିବା ୨୦୨୪ ସେପ୍ଟେମ୍ବର ତଥ୍ୟ ଅନୁସାରେ ୟୁପିଆଇ ପେୟର ପିଏସପି କ୍ଷେତ୍ରରେ ଆକ୍ସିସ ବ୍ୟାଙ୍କ ପାଖରେ ବଜାରର ଅଗ୍ରଣୀ ୩୦.୮୭ ପ୍ରତିଶତ ଅଂଶ ରହିଛି। ନବସୃଜନ ଓ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ପ୍ରତି ବ୍ୟାଙ୍କର ଅତୁଟ ପ୍ରତିବଦ୍ଧତାର ଏହା ହେଉଛି ପ୍ରମାଣ।
ଆକ୍ସିସ ବ୍ୟାଙ୍କ ପକ୍ଷରୁ ୟୁପିଆଇ କ୍ଷେତ୍ରର କେବଳ ବଡ଼ ଫିନଟେକ କମ୍ପାନି ନୁହେଁ ବରଂ ଏହି କ୍ଷେତ୍ରରେ ନୂତନ ଭାବେ ପ୍ରବେଶ କରୁଥିବା ସଂସ୍ଥାଗୁଡ଼ିକ ସହିତ ସହଯୋଗିତା ସ୍ଥାପନ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ଏହି ସହଯୋଗିତାର ଲକ୍ଷ୍ୟ ହେଉଛି ନୂତନ ସଂସ୍ଥାଗୁଡ଼ିକର ଗ୍ରାହକମାନଙ୍କ ପାଖରେ ପହଂଚିବା ଏବଂ ସିଧାସଳଖ ସେମାନଙ୍କ ଆପରେ ୟୁପି୍‌ଆଇ ସମାଧାନ ପ୍ରଦାନ କରିବା। ସ୍ୱତନ୍ତ୍ର ଗ୍ରାହକ ବର୍ଗ ପାଇଁ ସମାଧାନ ଆଣୁଥିବା ଏବଂ ବିଭିନ୍ନ ବର୍ଗର ଗ୍ରାହକମାନଙ୍କୁ ମୂଲ୍ୟ ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକ ସହ ସହଯୋଗିତାରେ ଏହି ସଫଳତା ହାସଲ ହୋଇପାରିଛି।
ସଂସ୍ଥା ମଧ୍ୟରେ ଓ କ୍ଲାଉଡ ବ୍ୟବସ୍ଥା ଜରିଆରେ ସୁଦୃଢ଼ ଆଇଟି ଭିତିଭୂମି ସହ ୟୁପିଆଇ କ୍ଷେତ୍ରରେ ବ୍ୟାଙ୍କର ଅଭିବୃଦ୍ଧି ବଢ଼ାଇପାରିଛି। ଆକ୍ସିସ ବ୍ୟାଙ୍କ ପକ୍ଷରୁ ଗୁଗୁଲ ପେ, ଫୋନପେ, ହ୍ୱାଟସଆପ, ପେଟିଏମ, ଆମାଜନ, ସାମସଙ୍ଗ ପେ, ନାଭି ଓ କ୍ରେଡ ଭଳି ୧୫ ପ୍ରମୁଖ ତୃତୀୟ ପକ୍ଷ ଆବେଦନ ପ୍ରଦାନକାରୀ (ଟିପିଏପି)ଙ୍କ ସହ ସହଯୋଗିତା ସ୍ଥାପନ କରାଯାଇଛି। ଏଥି ସହିତ ଆକ୍ସିସ ମୋବାଇଲ ଓପନ, ଭିମ ଆକ୍ସିସ ପେ ଓ ବ୍ୟାଙ୍କର ସହାୟତ ସଂସ୍ଥା ଫ୍ରିଚାର୍ଜ ଜରିଆରେ ୟୁପିଆଇ ସେବା ଉପଲବ୍ଧ ରହିଛି।
ଆକ୍ସିସ ବ୍ୟାଙ୍କର ସଭାପତି ତଥା କାର୍ଡସ ଆଣ୍ଡ ପେମେଂଟସ ମୁଖ୍ୟ ସଂଜୀବ ମୋଘେ କହିଛନ୍ତି ଯେ, ‘ୟୁପିଆଇ କ୍ଷେତ୍ରରେ ଆମ ଯାତ୍ରାରେ ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟରେ ପହଂଚିପାରିଥିବାରୁ ଆମେ ଅତ୍ୟନ୍ତ ଗର୍ବିତ। ଏହି ନେତୃତ୍ୱ ସ୍ଥିତି ଫିନଟେକ ଲିଡରମାନଙ୍କ ସହ ଦୀର୍ଘସ୍ଥାୟୀ ସହଯୋଗିତା ଗଠନ କରିବା ତଥା ଏହି କ୍ଷେତ୍ରର ନୂତନ ସଂସ୍ଥାଗୁଡ଼ିକୁ ସ୍ୱାଗତ କରିବା ଲାଗି ବ୍ୟାଙ୍କର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି ସଫଳତା ହେଉଛି ଆମ ଟିମର କଠିନ ପରିଶ୍ରମ ଓ ଉତ୍ସର୍ଗ ତଥା ଆମ ଗ୍ରାହକ ଓ ସହଯୋଗୀମାନଙ୍କ ବିଶ୍ୱାସର ଫଳ। ଏକ ସୁରକ୍ଷିତ, ଭରସାଯୋଗ୍ୟ ବ୍ୟାପକ ପେମେଂଟ ମାଧ୍ୟମକୁ ମିଳିତ ଭାବେ ଗଠନ ଓ ପ୍ରଦାନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଏବଂ ଉନ୍ନତ ପ୍ରଯୁକ୍ତି ବ୍ୟବହାର କରିବା ଆମେ ଜାରି ରଖିବୁ।’’
ୟୁପିଆଇ କ୍ଷେତ୍ରରେ ସହଯୋଗିତା ଜରିଆରେ ନେତୃତ୍ୱରେ ଉନ୍ନତି ଆଣିବାକୁ ଆକ୍ସିସ ବ୍ୟାଙ୍କ ଗୁରୁତ୍ୱାରୋପ କରୁଥିବା ବେଳେ ୟୁପିଆଇ ଲାଇଟ, ୟୁପିଆଇ ଅଟୋପେ ଓ ମର୍ଚାଂଟ ପେମେଂଟ ଲାଗି ମର୍ଚାଂଟ ପ୍ଲଗ-ଇନ ଉପରେ ଗୁରୁତ୍ୱାରୋପ କରୁଛି। ଆକ୍ସିସ ବ୍ୟାଙ୍କ ନୂଆ ୟୁପିଆଇ ସେବା ଆଣିବାକୁ ଲକ୍ଷ୍ୟ ରଖିଛି ଯାହା ପେମେଂଟ ଅନୁଭୂତିକୁ ବଢ଼ାଇବା ଏବଂ ସାରା ଭାରତରେ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିପାରିବ।

Share

Leave a Reply

Your email address will not be published. Required fields are marked *

twelve + thirteen =